ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ

June 07, 2019, ଓଡ଼ିଶା, , Anupambharat News Bureau


ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ
Anupambharat News Bureau
June 07, 2019

କଟକ, ୭ା୬ (ଅନୁପମ ମିଡିଆ): ମାଲଗୋଦାମ ଥାନା ଅନ୍ତର୍ଗତ କଲେଜଛକରେ ଥିବା ଏକ ଘରୋଇ ନର୍ସିଂହୋମରେ ଚିକିସିା ଅବହେଳାରୁ ଜଣେ ରୋଗୀଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୮ ତାରିଖରେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ହାଜିପୁର କମା ଶାସନର ପ୍ରବୀର ସ୍ୱାଇଁଙ୍କ ପୁତ୍ର ପ୍ରଦୁ୍ୟମ୍ନ (୨୩) ମଟରସାଇକେଲ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଚିକିସିା ପାଇଁ ଏସସିବିକୁ ଅଣାଯାଇଥିଲେ ମଧ୍ୟ ସେଠାରେ ଆଇସିୟୁର ସୁବିଧା ନ ମିଳିବାରୁ ଡାକ୍ତର ମଣିଚରଣ ଶତପଥୀଙ୍କ ଯୋଗାଯୋଗରେ କଲେଜଛକସ୍ଥିତ ପାର୍ବତୀ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ୨୮ ତାରିଖ ଅପରାହ୍ନ ୩ଟା ବେଳେ ରୋଗୀଙ୍କୁ ଚିକିସିା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ସଂପୃକ୍ତ ଡାକ୍ତର ଶତପଥୀ ରାତି ୧୨ଟା ବେଳେ ପହଂଚିଥିଲେ ଓ ତା ପରଦିନ ଅପରାହ୍ନ ୫ଟାରେ ଅସ୍ତ୍ରୋପଚାର କରିଥିଲେ । ଚିକିସିା ପାଇଁ ଭର୍ତ୍ତି ହେବା ପୂର୍ବରୁ ୫୦/୬୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କଠାରୁ ଚିକିସିା ବାବଦକୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇସାରିଛନ୍ତି । ଗତକାଲି ରାତିରୁ ରୋଗୀର ମୃତୁ୍ୟ ହୋଇସାରିଥିବା ବେଳେ ଆଜି ସକାଳୁ ମଧ୍ୟ ଔଷଧ ଚିଠା ପଠାଇ ଔଷଧ ମଗାଇଥିଲେ । ଅସ୍ତ୍ରୋପଚାର ବିଳମ୍ବ ଓ ଚିକିସିା ଅବହେଳାରୁ ତାଙ୍କ ପୁତ୍ରର ମୃତୁ୍ୟ ହୋଇଥିବା ପ୍ରବୀର ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ମାଲଗୋଦାମ ଥାନା ପୋଲିସ ୨୭/୧୯ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏସସିବିକୁ ପଠାଇ ତଦନ୍ତ ଜାରି ରଖିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ

ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ

Read More...

ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ,   ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ

ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ, ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page