ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା

June 12, 2019, ଓଡ଼ିଶା, , Anupambharat News Bureau


ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା
Anupambharat News Bureau
June 12, 2019

ନିଶ୍ଚିନ୍ତକୋଇଲି ୧୨ା୬ (ଅନୁପମ ମିଡିଆ) : ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାରଣ୍ଡାରେ ଅଂଶୁଘାତରେ ପିଡୀତ ହୋଇଥିବା ରୋଗୀଙ୍କ ଚିକିତ୍ସା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଅଂଶୁଘାତ ରୋଗୀମାନଙ୍କ ଚିକିତ୍ସା ପାଇଁ ପ୍ରତ୍ୟେକ ମେଡିକାଲରେ ଏକ ଶୀତତାପ ନିୟନ୍ତ୍ରଣ ପ୍ରକୋଷ୍ଠ ଖୋଲାଯାଇଥିଲେ ମଧ୍ୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ରୋଗୀମାନଙ୍କୁ କ’ଣ ପାଇଁ ଶୀତତାପ ନିୟନ୍ତ୍ରୀତ ପ୍ରକୋଷ୍ଠରେ ଚିକିତ୍ସା କରାନଯାଇ ବାରଣ୍ଡାରେ ଚିକିତ୍ସା କରାଯାଉଛି ସେ ନେଇ ପ୍ରଶ୍ନ ଉଠିଛି । ଅପରପକ୍ଷରେ ଅଂଶୁଘାତ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଶୀତନିୟନ୍ତ୍ରୀତ ପ୍ରକୋଷ୍ଠରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ବସି ଆରମ୍‌ କରୁଥିଲା ବେଳେ ରୋଗୀମାନଙ୍କ ଚିକିତ୍ସାରେ ଏଭଳି ହଇରାଣ ହରକତ କରାଯାଉଥିବା ରୋଗୀଙ୍କ ସହଯୋଗୀ(ଆଟେଣ୍ଡାଟ୍‌) ମାନେ ପ୍ରକାଶ କରିଛନ୍ତି । ନିଶ୍ଚିନ୍ତକୋଇଲି ଅଂଚଳରେ ଗ୍ରୀଷ୍ମର ପ୍ରକୋପ ବଢିବା ସହିତ ଅତ୍ୟଧିକ ଗୁଳୁଗୁଳି ଯୋଗୁ ମଙ୍ଗଳବାର ଦିନ ଅପରାହ୍ନରେ ୧୦ ରୁ ଉର୍ଦ୍ଧ ଲୋକ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ନିୟମ ଅନୁଯାୟୀ ଅଂଶୁଘାତ ରୋଗୀମାନଙ୍କୁ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ଚିକିତ୍ସିତ କରାନଯାଇ ମେଡିକାଣ ବାରଣ୍ଡାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଫଳରେ ରୋଗୀ ଏବଂ ସେମାନଙ୍କର ସହଯୋଗୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏହାଛଡା ଅତ୍ୟଧିକ ଗରମେ ଯାଗୁଁ ବହୁ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଶଯ୍ୟା ନଥିବାରୁ ସେମାନେ ମଧ୍ୟ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ଦିନ ହେବ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା ସଂଖ୍ୟା ବଢାଇବା ପାଇଁ ବାରମ୍ବାର ଦାବିି ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବାରୁ ରୋଗୀମାନେ ଚିକିତ୍ସା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି

ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି

Read More...

ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା

ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page