ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି

June 13, 2019, ଓଡ଼ିଶା, , Anupambharat News Bureau


ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି
Anupambharat News Bureau
June 13, 2019

କଟକ, ୧୨ା୬ (ଅନୁପମ ମିଡିଆ): ଏସ.ସି.ବି. ଭେଷଜ ହାସପାତାଳ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ତୁରନ୍ତ ଆବଶ୍ୟକୀୟ ଡ୍ରେସର ନିଯୁକ୍ତି କରିବା, ଖାଲିପଡିଥିବା ସମସ୍ତ ଗ୍ରୁପ ’ଡି’ ତଥା ଆଟେଣ୍ଡାଣ୍ଟ ପୋଷ୍ଟ ଗୁଡିକ ତୁରନ୍ତ ପୂରଣ କରିବା, ସମସ୍ତ ବିଭାଗରେ ଆବଶ୍ୟକୀୟ ଡାକ୍ତର ଓ ନର୍ସ ନିଯୁକ୍ତି କରିବା, ରୋଗୀ ସଂଖ୍ୟା କୁ ଦୃଷ୍ଟିରେ ରଖି ହାସପାତାଳର ସଂପ୍ରସାରଣ ସହ ଆବଶ୍ୟକ ପରିମାଣରେ ବେଡ ସଂଖ୍ୟା ବୃଦ୍ଧି କରିବା, ସମସ୍ତ ସ୍ତରରେ ରୋଗୀ ସେବା ଠିକ ଭାବେ ଯୋଗାଇଦେବା ଉଦ୍ଦେଶ୍ୟରେ ନୂତନ ପଦବୀ ସୃଷ୍ଟି କରିବା, ଏସ.ସି.ବି. ଭେଷଜ ହାସପାତାଳର ଶବ ବ୍ୟବଚ୍ଛେଦ ଗୃହରେ ଥିବା ଅଚଳ ଫ୍ରିଜରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଓ ନିରାମୟରେ ରୋଗୀମାନଙ୍କୁ ସମସ୍ତ ଔଷଧ ଯୋଗାଇ ଦେବା ଦାବିରେ ଆଜି ଏସ.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରା*ଳ ରାଜସ୍ୟ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଓଡିଶାର ବଡ ମେଡିକାଲ ଏସ.ସି.ବି. ଭେଷଜ ହାସପାତାଳ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଯାହା ଉପରେ ଆମ ରାଜ୍ୟ କେବଳ ନୁହେଁ ପଡୋଶୀ ରାଜ୍ୟ ମାନେ ମଧ୍ୟ ଉମ ଚିକିସିା ପାଇଁ ନିର୍ଭର କରନ୍ତି, ଆଜି ସେଠାରେ ଚିକିସିା କ୍ଷେତ୍ରରେ ନାହିଁନଥିବା ଅସୁବିଧା ଘଟୁଛି । ଏହି ଉଭୟ କେନ୍ଦ୍ରରେ ର୍ବମାନ ରୋଗୀଙ୍କ ପାଇଁ ଡ୍ରେସର ନାହାନ୍ତି । ଏଠାରେ ୬ଶହ ରୁ ଉର୍ଦ୍ଧ୍ୱ ଗ୍ରୁପ ’ଡି’ ପୋଷ୍ଟ ଖାଲି ପଡିଛି । ବିଭିନ୍ନ ବିଭାଗରେ ଆବଶ୍ୟକୀୟ ଡାକ୍ତର ଓ ନର୍ସ ଅଭାବ ଫଳରେ ଚିକିସିା କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି । ଉଭୟ ହାସପାତାଳରେ ବେଡ ସଂଖ୍ୟା ତୁଳନାରେ ପ୍ରାୟ ୩ ଗୁଣା ରୋଗୀ ଚିକିସିା ପାଇଁ ଆସୁଥିବା ବେଳେ ସେମାନେ ବେଡ ନପାଇ ଚଟାଣରେ ଏପରିକି ପାଇଖାନା ପାଖ ଚଟାଣରେ ପଡି ରହୁଛନ୍ତି । ସମ୍ବାଦପତ୍ରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏସ.ସି.ବି. ଭେଷଜ ହାସପାତାଳରେ ଶବ ବ୍ୟବଚ୍ଛେଦ ଗୃହର ଫ୍ରିଜର ଖରାପ ହୋଇଯାଇଥିବା ଫଳରେ ଶବ ପଚି ଦୁର୍ଗନ୍ଧ ହୋଉଛି ।
ଦିର୍ଘ ଦିନ ଧରି ଏହି ସବୁ ସମସ୍ୟା ଲାଗି ରହିଥିଲେ ମଧ୍ୟ ସରକାରଙ୍କ ତରଫରୁ ଏହାର ସମାଧାନ ପାଇଁ କୈାଣସି ତପିରତା ପ୍ରକାଶ ପାଉନାହିଁ । ତେଣୁ ତୁରନ୍ତ ଏହି ସବୁ ସମସ୍ୟା ସମାଧାନ ପାଇଁ ୭ ଦଫା ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାଂଚଳ ରାଜସ୍ୟ କମିଶନରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଦୁର୍ବାର ଗଣ ଆନ୍ଦୋଳନ ଗଢି ଉଠିବ ବୋଲି ବିକ୍ଷୋଭ ସ୍ଥଳରେ ଏସ.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟିର ସମ୍ପାଦକ ବିଶ୍ୱାବସୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତାମାନେ ନିଜର ବକ୍ତବ୍ୟରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରତିବାଦ ସଭାରେ ଏସ.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଦସ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ଶିବାଶିଷ ପ୍ରହରାଜ, ସିଦ୍ଧାର୍ଥ ରଥ, ସସ୍ମିତା ମହାନ୍ତି, ବିନୋଦ ସେଠୀ, ଦିପକ ଦାସ, ତରୁଣସେନ ନାୟକ ସଙ୍ଗଠକ ପାଭେଲ ପ୍ରିୟଦର୍ଶନ, ସିପ୍ରା ମହାନ୍ତି, ଶୁଭସ୍ମିତା ସାହୁ, ଶିବାନୀ ସାହୁ, ସ୍ୱାଧିନୀ ବେହେରା, ମାଳବିକା ସାମଲ, ଭାଗ୍ୟଶ୍ରୀ ପ୍ରଧାନ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

Read More...

ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା

ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page