ପାଞ୍ଚ ଯବାନ ସହିଦ

June 13, 2019, କ୍ୟାରିୟର ନିଯୁକ୍ତି, , Anupambharat News Bureau


ପାଞ୍ଚ ଯବାନ ସହିଦ
Anupambharat News Bureau
June 13, 2019

ଶ୍ରୀନଗର, ୧୨ା୬: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଅନ୍ୟତମ ଜନଗହଳି ପୂର୍ଣ୍ଣ କେପି ରୋଡ଼ରେ ବୁଧବାର ଅପରାହ୍ନରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ସିଆପିଏଫ ଯବାନ ସହିଦ୍‌ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ତିନି ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି ।
ଆଲ୍‌ଉମାର ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନ ଏଥି ପାଇଁ ନିଜକୁ ଦାୟୀ କରିଥିଲେ ସୁଦ୍ଧା ଏହା ଜୈସେ ଇ ମହମ୍ମଦର କାର୍ଯ୍ୟ ବୋଲି ଆନୁଷ୍ଠାନିକ ଭାବେ କୁହାଯାଇଛି । ଅନନ୍ତନାଗର କେପି ରୋଡ଼ରେ ସିଆରପିଏଫ ଯବାନମାନେ ପାଟ୍ରୋଲିଂ ଡୁ୍ୟଟିରେ ଥିବା ବେଳେ ବାଇକ୍‌ରେ ଆସିଥିବା ଦୁଇ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଫଳରେ ଘଟଣା ସ୍ଥଳରେ ପାଞ୍ଚ ଯବନଙ୍କ ମୃତୁ୍ୟ ଘଟିଥିବା ବେଳେ ବହୁ ଆହତ ହୋଇଥିଲେ । ସିଆପିଏଫର ୧୧୬ ବାଟଲିୟାନ ଏବଂ ରାଜ୍ୟ ପୋଲିସ ମିଳିତ ଭାବେ ସେଠାରେ ପିକେଟିଂ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏଭଳି ଆକ୍ରମଣ ଘଟିଥିଲା । ତେବେ ସିଆରପିଏଫ ଯବାନମାନେ ଆତଙ୍କବାଦୀଙ୍କ ଉଚିତ ମୁକାବିଲା କରିଥିଲେ ସୁଦ୍ଧା ପାଞ୍ଚ ଜଣ ସହିଦ୍‌ ହୋଇଥିଲେ । ଏଥିରେ ଆହତଙ୍କୁ ୯୨ ବେସ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳକୁ ଅତିରକ୍ତି ବାହିନୀ ପହଞ୍ଚିଥିଲେ ସୁଦ୍ଧା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ ସହ ଗ୍ରେନେଡ଼ ମାଡ଼ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟଜଣେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲେ । ଉଲ୍ଲେଖ୍‌ ଥାଉକି ଜାମ୍ମୁ-କାଶ୍ମୀରର ପୁଲୱାମା ଠାରେ ଆତ୍ମଘାତୀ ବିସ୍ପୋରଣ ଘଟାଇ ୪୦ଜଣ ସିଆର୍‌ପିଏଫ୍‌ ଯବାନଙ୍କୁ ହତ୍ୟା କରିବାର କିଛି ମାସ ପରେ ପୁଣି ଆଜି ମୁତୟନରତ ଯବାନଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ନିକଟରେ ଆତଙ୍କବାଦର ମୂଳପୋଛ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନାବାହିନୀର ଏକ ବୃହତ୍ତ ଯୋଜନା ପ୍ରସ୍ତìତ କରାଯାଉଛି । ଏହା ବ୍ୟତୀତ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ କେନ୍ଦ୍ର ପକ୍ଷରୁ ଏଦିଗରେ ଉଦ୍ୟମ ଜାରି ରହିଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର,   ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା

ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର, ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା

Read More...

ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page