ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର, ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା

June 14, 2019, ଓଡ଼ିଶା, , Anupambharat News Bureau


ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର,   ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା
Anupambharat News Bureau
June 14, 2019

ଭଦ୍ରକ, ୧୪ା୬ (ଅନୁପମ ମିଡିଆ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ବାଙ୍କମୁଆଁ ଗାଁର ଗତକାଲି ବିଳମ୍ବିତ ରାତିରେ ବାବାଜି ସେଠିଙ୍କ ଝିଅ ସୁଭଦ୍ରା ସେଠୀକୁ ଉକ୍ତ ଗାଁର ଜୈନିକ ଯୁବକ ସନ୍ତୋଷ ମାଝୀ ଦୁଷ୍କର୍ମ କରି ଫେରାର ହୋଇଥିବା ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏପରିକି ସୁଭଦ୍ରା ସେଠୀ(୨୪) ଲୋକ ଲଜ୍ୟା ସହିନପାରି ଆତ୍ମହତ୍ୟା କରିଥିବା ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏପରି ଘଟଣାର ଧୁଷୁରୀ ଥାନା ପକ୍ଷରୁ ତଦନ୍ତ କରାଯିବା ସହ ଯୁବତୀର ଶବକୁ ଜବତ କରିବା ସହ ଭଦ୍ରକ ମୁଖ୍ୟ ଚିକିସିାଳୟକୁ ବ୍ୟବଛେଦ୍ୟ ନିମନ୍ତେ ପଠାଇଥିଲା । ସୂଚନା ଅନୁ୍‌ାୟୀ ବାଙ୍କମୁଆଁ ଗାଁର ବାବାଜି ସେଠିଙ୍କ ଝିଅ ସୁଭଦ୍ରାର ଅନିଛା ସ୍ୱତେ ସେହି ଗାଁର ସନ୍ତୋଷ ମାଝୀ ଏକତରଫା ଭାବେ ପ୍ରେମ କରୁଥିଲା । ଏପରିକି ସନ୍ତୋଷ ବିଭିନ୍ନ ସମୟରେ ଜୈନିକ ଯୁବତୀଙ୍କୁ ଫୋନ ଦ୍ୱାରା ଧମକ ଦେଉଥିବା ଯୁବତୀର ଭାଇ ବାବ୍ରିବାହନ ସେଠୀ ପ୍ରକାଶ କରିଛନ୍ତି । ଗତ ଗୁରୁବାର ଗାଁର ଏକ ସାହିରେ ବର ପ୍ରସେସନ ଚାଲୁଥିବା ବେଳେ ଯୁବତୀର ପରିବାର ଲୋକ ପ୍ରସେସନ ଦେଖିବାକୁ ଯାଇଥିଲେ । ସନ୍ତୋଷ ଏହାର ସୁଯୋଗ ନେଇ ସୁଭଦ୍ରାର ହାତଗୋଡ ବାନ୍ଧି ଦେବା ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଯୁବତୀର ବଡଭାଇ ପ୍ରକାଶ କରିଛନ୍ତି । ଏପରିକି ସୁଭଦ୍ରା ଆତ୍ମହତ୍ୟା କରିବା ପୂର୍ବରୁ ସମସ୍ତ ତଥ୍ୟ ଏକ ସାଧାକାଗଜରେ ଲେଖିଥିବା ପରିବାର ଲୋକ ପ୍ରକାଶ କରିଛନ୍ତି । ଏପରି ଘଟଣା ଏଅଞ୍ଚଳରେ ପ୍ରଥମ ଥର ହୋଇଥିବାରୁ ବାଙ୍କମୁଆଁ ଗାଁ ସମେତ ଆଖପାଖ ଗାଁର ଲୋକମାନେ ସ୍ତମ୍ଭିଭୁତ ହୋଇଯାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳାଙ୍କୁ ଦୁର୍ବ୍ୟବହାର,  ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା

ମହିଳାଙ୍କୁ ଦୁର୍ବ୍ୟବହାର, ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା

Read More...

ପାଞ୍ଚ ଯବାନ ସହିଦ

ପାଞ୍ଚ ଯବାନ ସହିଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page