ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

June 15, 2019, ଓଡ଼ିଶା, , Anupambharat News Bureau


ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ
Anupambharat News Bureau
June 15, 2019

ଭଦ୍ରକ,୧୫ା୬ (ଅନୁପମ ମିଡିଆ): ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତର ଶ୍ରୀରାମପୁର ଠାରେ ପୋଲ କାର୍ଯ୍ୟ ଚାଲିଛି । କାର୍ଯ୍ୟରତ ମିସ୍ତ୍ରୀମାନେ ପୋଲ ନିକଟରେ ଅସ୍ଥାୟୀ ଭାବେ ରହିଆସୁଥିବା ବେଳେ ସେମାନଙ୍କୁ ସାମାନ୍ୟ ଚାନ୍ଦା ପାଇଁ ମରଣାତ୍ମକ ଆକ୍ରମଣ କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛିି ।
ଏନେଇ ଠିକାଦାର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରୀ ରଖିଛିି । ଘଟଣାରୁ ପ୍ରକାଶ ଯେ ସାଳନ୍ଦୀ ନଦୀର ଶ୍ରୀରାମପୁର ସେତୁ କାର୍ଯ୍ୟ ୨୦୧୭ ମସିହାରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୪କୋଟି ୨୬ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ ଚାଲୁଥିବା ବେଳେ ସୁପରଭାଇଜର ଓ ମିସ୍ତ୍ରୀମାନେ ଅସ୍ଥାୟୀ ଭାବେ ଏଠାରେ ରହି ଆସୁଛନ୍ତି । ଗତ ଗୁରୁବାର ରାତ୍ରରେ ଶ୍ରୀରାମପୁର ଗ୍ରାମର ଶତୃଘ୍ନ ବେହେରା ଚାନ୍ଦା ପାଇଁ ମିସ୍ତ୍ରୀମାନଙ୍କୁ ଧମକ ଚମକ ଦେବାର କିଛି ସମୟ ପରେ ଉକ୍ତ ଗ୍ରାମର ନିଧି ସେଠୀ, ମାଧ ସେଠୀ ମିସ୍ତ୍ରୀ ମାନଙ୍କୁ ହନୁମାନ ମନ୍ଦିର ପାଖକୁ ସମାଧାନ ପାଇଁ ଡ଼କାଇ ଥିଲେ । ମିସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାରଣା, ଆର୍ତ୍ତବନ୍ଧୁ ଦଳେଇ, ପବିତ୍ର ମୋହନ ସ୍ୱାଇଁ ସେଠାରେ ପହଞ୍ଚିବା ପରେ ପୂର୍ବ ଯୋଜନା ମୁତାବକ ଉପସ୍ଥିତ ଥିବା ୮ ରୁ ୧୦ ଜଣ ଯୁବକ ଗାଳି ଗୁଲଜ କରି ସେମାନଙ୍କୁ ୧୦ ହଜାର ଟଙ୍କା ବଟି ମାାଗିଥିଲେ ।
ମିସ୍ତ୍ରୀ ମାଲିକଙ୍କୁ କହିବା ପାଇଁ କହି, ଆସିବାକୁ ଉଦ୍ୟତ ହେଉଥିବା ବେଳେ ଗ୍ରାମର ଧବଳ ସେଠୀ ଧରିଥିବା ଏକ ବାଡ଼ିରେ ଆର୍ତ୍ତବନ୍ଧୁ ଦଳେଇଙ୍କ ମୁଣ୍ଡକୁ ଆଘାତ କରିଥିଲେ । ମାଡ଼ରେ ଦଳେଇଙ୍କ ମୁଣ୍ଡ ଫାଟିଯିବା ବେଳେ ପବିତ୍ର ମୋହନ ସ୍ୱାଇଁଙ୍କ କାନ୍ଧ ଓ ବାମଗୋଡ଼ ଆଘାତପ୍ରାପ୍ତ ହୋଇଛି । ଆର୍ତ୍ତବନ୍ଧୁ ଏବେ ଭଦ୍ରକ ଡ଼ାକ୍ତରଖାନାରେ ଚିକିସିାଧୀନ ଅଛନ୍ତି । ଠିକାଦାର ପ୍ରଦିପ ନାୟକ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ମାମଲା ରୁଜ୍ଜୁ ହୋଇଛି ।
ଅନ୍ୟପକ୍ଷରେ ଏହି ଗଣ୍ଡଗୋଳ ପରେ ମିସ୍ତ୍ରୀ ଓ କର୍ମଚାରୀମାନେ ଭୟଭୀତ ହୋଇ ସଂପୃକ୍ତ ସ୍ଥାନରେ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ

ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ

Read More...

ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page