ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ

June 15, 2019, ଓଡ଼ିଶା, , Anupambharat News Bureau


ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ
Anupambharat News Bureau
June 15, 2019

କଟକ,୧୫ା୬ (ଅନୁପମ ମିଡିଆ): ସ୍ଥାନୀୟ ଗୈାରୀଶଙ୍କର ପାର୍କ ନିକଟରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ ସଭା ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଲୋକସଭା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ଭାଇ ଜଣେ ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ, ଯାହାର ପ୍ରତିବାଦରେ ମହିଳା ଜଣକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ପୋଲିସ ପ୍ରଶାସନ ଏହାକୁ ଚପାଇ ଦେବାକୁ ପ୍ରୟାସ କରୁଛି । ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ସିକନ୍ଦର ଅଲ୍ଲୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ମୁଖ୍ୟ ଥାଇ ରାଜ୍ୟରେ ମହିଳାମାନଙ୍କ ଉଦ୍ଦେଶ୍ୟରେ ବଢୁଥିବା ଅସଦାଚରଣକୁ କିପରି ପ୍ରଶ୍ରୟ ଦେଉଛନ୍ତି ବୋଲି ଅଲ୍ଲୀ ପ୍ରଶ୍ନ କରିଛନ୍ତି ।
ଆଜି ଶତାଧିକ କାର୍ଯ୍ୟକର୍ତ୍ତା ଗୈାରୀଶଙ୍କର ପାର୍କ ନିକଟରେ ଏକାଠି ହୋଇ ସାଂସଦ ଅନୁଭବ ମହାନ୍ତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଦେବାଶିଷ ରାୟ, ସ୍ମୃତିରଂଜନ ମିଶ୍ର, କର୍ପୋରେଟର ଚିତ୍ତରଂଜନ ଦାସ, ବିଶ୍ୱରଂଜନ ମିଶ୍ର, ସୁନିଲ ଦ୍ୱିବେଦୀ, ଅନ୍ନଦା ଦାସ, କାଳି ପ୍ରସାଦ ମହାନ୍ତି, ବିଷ୍ଣୁପ୍ରିୟା ବେହେରା, ଧିରେନ ସେଠୀ, ଆଶୁତୋଷ ଦାସ, ସୁରେଶ ମହାନ୍ତି, କ୍ରାନ୍ତି ମହାନ୍ତି, କରନ ନାୟକ, ଇମ୍ରାନ ଖାଁ, ବବଲିନ ଘୋଷ, ମାନସ ମହାନ୍ତି ଓ ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ

ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ

Read More...

ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page