୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ

June 26, 2019, ଦେଶ, , Anupambharat News Bureau


୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ
Anupambharat News Bureau
June 26, 2019

ମୁମ୍ବାଇ: ୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ । ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟ୍‌କୁ ନେଇ ଗ୍ରାହକଙ୍କ ସହ ବଛସା ହେବା ପରେ ପରିବା ବିକାଳୀ ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୋଲିସ୍‌ କହିଛି । ତେବେ ବିଳମ୍ବିତ ରାତିରେ ହନିଫ୍‌ ସିଦ୍ଦିକି ନାମକ ବ୍ୟକ୍ତି ଦାଦର(ପଶ୍ଚିମ) ରେଲେୱ ଷ୍ଟେସନ୍‌ ବାହାରେ ବସିଥିବା ଜଣେ ପରିବା ବିକାଳୀ ପାଖରୁ ପରିବା କିଣିଥିଲେ । ଏଥିପାଇଁ ଏକ ପୁରୁଣା ୧୦ ଟଙ୍କିଆ ନୋଟ୍‌ ଦେଇଥିଲେ ସିଦ୍ଦିକି । ହେଲେ ଏହି ପୁରୁଣା ନୋଟକୁ ପରିବା ଦୋକାନୀ ଜଣଙ୍କ ଗ୍ରହଣ କରିନଥିଲା । ଏହାପରେ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ପରିବା ଦୋକାନୀ ଜଣଙ୍କ ସିଦ୍ଦିକିରୁ ଛୁରୀରେ ଭୁସି ଦେଇଥିଲା ବୋଲି ପୋଲିସ୍‌ କହିଛି । ହତ୍ୟା କରି ସାରିବା ପରେ ହତ୍ୟାକାରୀ ପରିବା ବିକାଳୀ ଫେରାର୍‌ ହୋଇଯାଇଥିଲା । କି;ୁ ପୋଲିସ୍‌ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସ୍‌ ପରିବା ବିକାଳୀ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହେଲେ ପରିବା ବିକାଳୀର ନାଁ ମୁମ୍ବାଇ ପୋଲିସ୍‌ ସ୍ପଷ୍ଟ କରିନାହିଁ । ଉଲ୍ଲେଖଥାଉକି ୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ । ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟ୍‌କୁ ନେଇ ଗ୍ରାହକଙ୍କ ସହ ବଛସା ହେବା ପରେ ପରିବା ବିକାଳୀ ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୋଲିସ୍‌ କହିଛି । ତେବେ ଏହିଭଳି ହିଂସା ଏବେ ଦେଶରେ ବଢ଼ିବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦାମ-ବୈଜୟନ୍ତ ହତାଶ !

ଦାମ-ବୈଜୟନ୍ତ ହତାଶ !

Read More...

ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ

ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page