ଦାମ-ବୈଜୟନ୍ତ ହତାଶ !

June 27, 2019, ଓଡ଼ିଶା, , Anupambharat News Bureau


ଦାମ-ବୈଜୟନ୍ତ ହତାଶ !
Anupambharat News Bureau
June 27, 2019

ଭୁବନେଶ୍ୱର,୨୬ା୬(ଅନୁପମ ମିଡ଼ିଆ) : ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ଓ ବିଜେଡିର ସମ୍ପର୍କ ଦେଖି ପ୍ରକୃତରେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ଦୁଇ ନେତା ଡା. ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଚିନ୍ତା ବଢିଯାଇଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପରେ ଏବେ ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିକଟତର ହୋଇଛନ୍ତି ସେଥିରେ ସ୍ୱାଭାବିକ ଭାବେ ଡା.ରାଉତ ଓ ବୈଜୟନ୍ତଙ୍କ ପାଇଁ ଅଡୁଆ ପରସ୍ଥିତି ସୃଷ୍ଟି ହୋଇଛି । ନବୀନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏହି ଉଭୟ ନେତା ବିଜେପିର ଯେଉଁ ଆଶ୍ରା ଧରିଥିଲେ ତାହା ମଉଳି ଯାଇଥିବା ଆଲୋଚନା ହେଉଛି । ଅନେକ ଆଶା ଓ ଭରସା କରି ସେମାନେ ବିଜେପିରେ ଯୋଗ ଦେଇଥିଲେ । ଏବେ ନିଜର ସ୍ଥିତି ନେଇ ସନ୍ଧିହାନ ଥିବା କଥା କୁହାଯାଉଛି । ରାଜ୍ୟସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀଙ୍କୁ ଯେଭଳି ଭାବରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲା ସର୍ମଥନ ଦେଲେ ତାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପରେ ଅନେକ ଆଲୋଚନା ଓ ସମାଲୋଚନା ମଧ୍ୟ ଚାଲିଛି । କି;ୁ ଇତିମଧ୍ୟରେ ବିଜେପି ଓ ବିଜେଡିର ସମ୍ପର୍କକୁ ନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି । ନିଜେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସମାଲୋଚନା କରି ଦୁଇ ପରସ୍ପର ବିରୋଧୀ ରାଜନୈତିକ ଶକ୍ତିଙ୍କ ସମୀକରଣରେ ପୂରା ୩୬୦ ଡିିଗ୍ରୀ ଘୂର୍ଣ୍ଣନ ଘଟିଛି ବୋଲି ଦର୍ଶାଇଛନ୍ତି । ଉଭୟ ଏବେ ଆଲିଙ୍ଗନ ମୁଦ୍ରାରେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ବିଜେପି ପ୍ରାର୍ଥୀଙ୍କୁ ସର୍ମଥନ ଦେଇଥିବା କଥା ନବୀନ ଖୋଲାଖୋଲି କହି ସାରିଛନ୍ତି । ଏଣୁ ନବୀନ ଯେତେବେଳେ ମୋଦିଙ୍କ ଅନୁରୋଧ ରକ୍ଷା କରି ତାଙ୍କ ରାଜନୈତିକ ପ୍ରତିଷ୍ଠାକୁ ବାଜି ଲଗାଇ ସହଯୋଗ କରିଛନ୍ତି ସେ କ୍ଷେତ୍ରରେ ଆଉ ତାଙ୍କ ବିରୋଧରେ କେନ୍ଦ୍ରୀୟ ବିଜେପି ନେତାମାନେ ଯିବେ ଏପରି ଆଶା କରିବା ଅମୂଳକ । ନବୀନ ଓ ମୋଦିଙ୍କ ମଧ୍ୟରେ ସୁସମ୍ପର୍କ ଗଢି ଉଠିଛି ଏ କଥାକୁ ଯେକେହି ସ୍ୱୀକାର କରିବ । ନବୀନ ଭଲ ଭାବେ ଜାଣିଛନ୍ତି , ବିଜେପି ସହ ନିର୍ବାଚନ ସମୟରେ କେତେ କଠୋର ବିରୋଧ ଭାବ ଥିଲା । ଏ କ୍ଷେତ୍ରରେ ଆବଶ୍ୟକ ସଂଖ୍ୟା ନଥିବା ବିଜେପି ପ୍ରାର୍ଥୀଙ୍କୁ ଖୋଲା ସର୍ମଥନ ଦେବା ଦ୍ୱାରା କେହି ଏହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । କାରଣ ବିଜେପି ବିରୋଧରେ ନବୀନଙ୍କୁ ଲୋକେ ଭୋଟ ଦେଇଛନ୍ତି । ଏପରିକି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରିବା ପାଇଁ ମୋଦି ଓ ଶାହଙ୍କ ଠାରୁ ଆରମ୍ଭ କରି ବିଜେପିର ବହୁ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ଅନେକ ଅନୁରୋଧ କରିଥିଲେ । ଏପରିକି ମୋଦି ବାରମ୍ବାର ଅନୁରୋଧ କରିଥିବା ସେ‰ ତାହାକୁ ସିଧା ପ୍ରତ୍ୟାଖାନ କରିଥିଲେ ନବୀନ । ସେ ତାଙ୍କର ବିଜେପି ବିରୋଧୀ ମନୋଭାବକୁ ପରିପ୍ରକାଶ କରିଥିଲେ । ଏବେ ଭୋଟ ପାଇଲା ପରେ ବିଜେପି ସହ ହାତ ମିଳାଇଲା ଭଳି କାର୍ଯ୍ୟ କରିବା ଫଳରେ ସେ ନିଶ୍ଚୟ ସମାଲୋଚନାର ଶିକାର ହେବେ । ସବୁସ୍ତରରେ ତାଙ୍କୁ ଓ ତାଙ୍କ କାର୍ଯ୍ୟଧାରାକୁ ସନ୍ଦେହରେ ଦେଖିବେ । ଏଣୁ ଦୀର୍ଘ ବର୍ଷର ତାଙ୍କର ରାଜନୈତିକ କାର୍ଯ୍ୟଶୈଳୀକୁ ବାଜିରେ ଲଗାଇ ସେ ସର୍ମଥନ ଦେଇଛନ୍ତି । ଏପରି ସ୍ଥଳରେ ମୋଦି କିମ୍ବା ଅମିତ ଶାହ ଆଉ ନବୀନଙ୍କ ବିରୋଧରେ କିଛି ପଦକ୍ଷେପ ନେବାକୁ ଚାହିଁବେ ନାହିଁ । ଯେଉଁ ସିବିଆଇ କଥା କୁହାଯାଉଛି ସେଥିରେ ନିଶ୍ଚିତ ଭାବରେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଅନେକ ମତ ଦେଉଛନ୍ତି । ଏଣୁ ବିଜେଡିରୁ ବହିଷ୍କୃତ ହେବା ପରେ ନିଜର ସବୁ ନୀତି ଆର୍ଦଶକୁ ଜଳାଞ୍ଜଳି ଦେଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ବିଜେପିରେ ମିଶିଥିଲେ ଡା.ରାଉତ । ତାଙ୍କର ଏହି ଉଦ୍ଦେଶ୍ୟ ଆଉ ଚରିତାର୍ଥ ହେବ ନାହିଁ । ଯାହାର ସୂଚନା ଏବେ ଠାରୁ ମିଳିସାରିଲାଣି । ନବୀନଙ୍କୁ ଅଡୁଆରେ ପକାଇବାର ଉଦ୍ଦେଶ୍ୟ ବିଜେପିର ରହିବା ସମ୍ଭାବନା କ୍ଷୀଣ । ସେହିପରି ବୈଜୟନ୍ତ ମଧ୍ୟ ଅନ୍ୟ ଦଳକୁ ନ ଯାଇ ନବୀନଙ୍କୁ ଚ୍ୟାଲେଞ୍ଜ ଦେବା ଉଦ୍ଦେଶ୍ୟ ରଖି ବିଜେପିରେ ମିଶିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ନବୀନ ତାଙ୍କୁ ଯେଭଳି ଭାବରେ ଅପମାନିତ କରିଛନ୍ତି ସେ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ପ୍ରତିଶୋଧ ନେବା ଲକ୍ଷ୍ୟ ରଖିଥିଲେ । ହେଲେ ସବୁ କିଛି ଏବେ ଓଲଟି ଯାଇଛି । ବିଶେଷ ଭାବରେ ଏହି ଦୁଇ ବରିଷ୍ଠ ନେତାଙ୍କୁ ହତାଶ ହେବାକୁ ପଡିଛି ବୋଲି କୁହାଯାଉଛି । କାରଣ ଏବେ ନବୀନ ଚାହିଁଲେ ମୋଦିଙ୍କ ମାଧ୍ୟମରେ ଏହି ଦୁଇ ନେତାଙ୍କୁ ଗୁରୁତ୍ୱ ହୀନ କରିଦେଇପାରିବେ ବୋଲି ଆଲୋଚନା ହେଉଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଦ୍‌ରେ ଅଟଳ ରାହୁଲ୍‌ !  ଦେବେ ଇସ୍ତଫା , ମନାଇବାରେ ୫୦ ସାଂସଦ ବିଫଳ

ଜିଦ୍‌ରେ ଅଟଳ ରାହୁଲ୍‌ ! ଦେବେ ଇସ୍ତଫା , ମନାଇବାରେ ୫୦ ସାଂସଦ ବିଫଳ

Read More...

୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ

୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page