ଶବକୁ ଖାଇଗଲେ ମୂଷା

May 13, 2019, ଓଡ଼ିଶା, , Anupambharat News Bureau


ଶବକୁ ଖାଇଗଲେ ମୂଷା
Anupambharat News Bureau
May 13, 2019

ଉମରକୋଟ, ୧୨ା୫ (ଅନୁନପ ମିଡିଆ): ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପୁଣି ଶବକୁ ଖାଇଲା ମୂଷା । କିଛି ଦିନ ବ୍ୟବଧାନରେ ଏହି ପରି ଏକ ହୃଦୟସ୍ପର୍ଶୀ ଘଟଣା ସାମନାକୁ ଆସିଛି । ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶବ ସଂରକ୍ଷଣ ଗୃହରେ ମରଟୁ୍ୟରି ଚାମ୍ବର ବ୍ୟବହାରରେ ଆସୁନଥିବା ଯୋଗୁଁ ବାରମ୍ବାର ଏହିପରି ଘଟଣା ଘଟୁଛି । ନିଜ ପ୍ରିୟଜନଙ୍କ ଶବକୁ ଶବ ସଂରକ୍ଷଣ ଗୃହରେ ରଖି ମୂଷାକୁ ଖାଇବାକୁ ଦେଉଛନ୍ତି । ଏହି ଘଟଣା ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବାରମ୍ବାର ଏହି ଘଟଣା ଘଟିଥିବାର ନଜିର ରହିଛି । ଗତ ୧୪ ଫେବୃଆରୀ ୨୦୧୯ରେ ଏ ସଂପର୍କିତ ଏକ ଖବର ପ୍ରକାଶ ପାଇଥିଲା, ନବରଂଗପୁର ଏସ୍‌ଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେହି ସମୟରେ ଏକ ନୂତନ ମର୍‌ଟୁ୍ୟରି ଚାମ୍ବର ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜିଯାଏ ତାହା ହୋଇପାରିନାହିଁ । ଅନ୍ୟ ପକ୍ଷରେ ଶବଗୃହର କିଛି ମରାତି କାର୍ଯ୍ୟ କରାଯାଇନଥିବା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି । ପୂର୍ବ ଭଳି ଚଟାଣ ଉପରେ ଶବ ରଖିବା ଯୋଗୁଁ ଆଜି ପୁଣି ମୂଷା ଶବ ଖାଇବା ଘଟଣାର ପୁନରାବୃତ୍ତି ଘଟିଛି । ସାପ କାମୁଡ଼ାରେ ମୃତ ଲଛୁଧର ଗଣ୍ଡଙ୍କ ଶବକୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଶବଗୃହରେ ରଖିଦିଆଯାଇଥିଲା । ଦିନ ପ୍ରାୟ ୧୧ଟା ସମୟରେ ଶବ ବ୍ୟବଚ୍ଛେଦ ସକାଶେ ଶବଗୃହରୁ ଲଛୁଧରଙ୍କ ଶବ ବାହାର କରିବା ବେଳକୁ ଲଛୁଧରଙ୍କ ମୁହଁକୁ ମୂଷାମାନେ ବିକୃତ କରିଦେଇଥିଲେ । ଶବର ଗାଲ, କାନ ଓ ଆଖି ପାଖରୁ ମାଂସ କାଢ଼ି ନେଇଥିଲେ । ଏଥିରେ ଲଛୁଧରର ସଂପର୍କୀୟମାନେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଏବଂ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଚିକିତ୍ସାଳୟ ଅଧିକାରୀ କେ.ଏସ୍‌.ପଟାଭୀ ଓ ଡା.ସୁମନ୍ତ ରଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶବଗୃହ ପୁନରୁଦ୍ଧାର କାର୍ଯ୍ୟ କରିବା ସହ ଶବଗୃହକୁ ସଂପୂର୍ଣ୍ଣ ସଫା କରାଯାଇଛି । ଆଗକୁ ଯେପରି ଶବକୁ ମୂଷା ଖାଇପାରିବେ ନାହିଁ ସେଥି ପ୍ରତି ପଦକ୍ଷେପ ନିଆଯିବ ବୋଲି କହିଥିଲେ । କିନ୍ତୁ ଏହାମାତ୍ର ସାମୟିକ ପଦକ୍ଷେପ ଯେହେତୁ ଶବଗୃହଟି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ଏଣୁ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ନୂତନ ମର୍‌ଟୁ୍ୟରି ଚାମ୍ବର ଯୋଗାଇବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାକୁ ମୁହାଁଉଛନ୍ତି ଆନ୍ଧ୍ର ନକ୍ସଲ

ଓଡ଼ିଶାକୁ ମୁହାଁଉଛନ୍ତି ଆନ୍ଧ୍ର ନକ୍ସଲ

Read More...

ସୋମାଲିଆ ଉପରେ ଆମେରିକାର ଆକ୍ରମଣ

ସୋମାଲିଆ ଉପରେ ଆମେରିକାର ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page