ଓଡ଼ିଶାକୁ ମୁହାଁଉଛନ୍ତି ଆନ୍ଧ୍ର ନକ୍ସଲ

May 13, 2019, ଓଡ଼ିଶା, ମାଲକାନଗିରି, Anupambharat News Bureau


ଓଡ଼ିଶାକୁ ମୁହାଁଉଛନ୍ତି ଆନ୍ଧ୍ର ନକ୍ସଲ
Anupambharat News Bureau
May 13, 2019

କୋରାପୁଟ, ୧୨ା୫ (ଅନୁପମ ମିଡିଆ): ଓଡ଼ିଶାରେ ଆଉ ମାଓ ସଂଗଠନକୁ ଆଗ ଭଳି ସମର୍ଥନ ମିଳୁନି । ଓଡ଼ିଆ ଯୁବକ ଯୁବତୀମାନେ ମଧ୍ୟ ଲାଲ ବାହିନୀରେ ସାମିଲ ହେବାକୁ ପଛଘୁଞ୍ଚା ଦେଉଛନ୍ତି । ଯାହା ଥିଲେ, ପ୍ରାୟତଃ ଆତ୍ମସମର୍ପଣ କରି ସାରିଲେଣି ।ତେଣୁ ଏବେ ସଂଗଠନ ବାଞ୍ଚାଇବାକୁ ଆନ୍ଧ୍ର କ୍ୟାଡର ହିଁ ଭରସା । ସେଥିପାଇଁ ଆନ୍ଧ୍ରର କ୍ୟାଡର ମାଓବାଦୀ ଏବେ ଓଡ଼ିଶାମୁହାଁ ହୋଇଛନ୍ତି । ଏଠାରେ ଡେରା ପକାଇଛନ୍ତି । ପୁଲିସ ବି ଆଉ ଛାଡିବା ମୁଡ୍‌ରେ ନାହିଁ । ମାଓ ସଂଗଠନ ବଢିବା ପୂର୍ବରୁ ଛିନଛତ୍ର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ।ବୁଧବାର ଅପରାହ୍ନରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ କିତବା ଜଙ୍ଗଲରେ ମାଓବାଦୀଙ୍କ ସହ ପୁଲିସର ଗୁଳି ବିନିମୟ ହୋଇଥିଲାା ଏଥିରେ ୫ଜଣ ମାଓବାଦୀ ନିହତ ହୋଇଥିଲେ । ନିହତ ମାଓବାଦୀଙ୍କ ମଧ୍ୟରୁ ୪ ଜଣ ଆନ୍ଧ୍ର କ୍ୟାଡରର ହୋଇଥିବାବେଳେ ଓଡ଼ିଶାରୁ ଜଣେ ମାତ୍ର ମିଲିସିଆ ରହିଥିଲେ । ଏଥରେ ଆନ୍ଧ୍ର ପୁଲିସର ମୋଷ୍ଟ ୱାଣ୍ଟେଡ କାମେଶ୍ୱରୀ ଓରଫ ସ୍ୱରୂପା ମଧ୍ୟ ରହିଥିଲା । ଆନ୍ଧ୍ରରେ ବିଧାୟକଙ୍କୁ ହତ୍ୟା କରିବା ସହ ଦୁଇ ଡଜନ ଆପରାଧିକ ମାମଲାରେ ତା’ର ସିଧାସଳଖ ସଂପୃକ୍ତି ରହିଛି । ସେହପରି ମୃତ ମାଓବାଦୀ ସତି ବାବୁ ଓରଫ ଦସୁ ବି ଆନ୍ଧ୍ର କ୍ୟାଡରର । ସେ ମଧ୍ୟ ବିଧାୟକ ହତ୍ୟା ମାମଲରେ ଜଡ଼ିତ । ଅନ୍ୟ ମୃତ ଦୁଇ ମାଓବାଦୀ ଗୀତା ଓ ଲକ୍ଷ୍ମୀ ଏସିଏମ୍‌ ରାଙ୍କ୍ର ହୋଇଥିଲାବେଳେ ଉଭୟଙ୍କ ଘର ଆନ୍ଧ୍ରରେ । ଏମାନେ ଆନ୍ଧ୍ରରେ ହିଂସାକାଣ୍ଡ ଘଟାଇବା ପରେ ଓଡ଼ିଶା ଚାଲି ଆସି ଆତ୍ମଗୋପନ କରିଥିଲୋ ପାଖାପାଖି ଦୁଇ ମାସ ହେଲାଣି ଏମାନେ ନନ୍ଦପୁର ଅଂଚଳରେ ଚଳପ୍ରଚଳ କରୁଥିଲେ । ଓଡ଼ିଶାରେ ମାଓ ସଂଗଠନ ଦୁର୍ବଳ ହୋଇ ପଡ଼ିଥିବାରୁ ନନ୍ଦପୁର ଏରିଆ କମିଟିକୁ ମଜଭୁତ କରିବା ପାଇଁ ଏମାନେ ବାଟ ଖୋଜୁଥିଲେ । ହେଲେ ଏହା ପୂବର୍ରୁ ପୁଲିସ ସେମାନଙ୍କ ବାଟ କାଟି ଦେଲାା
ଗୋଟିଏ ଏନକାଉଣ୍ଟରରେ ୪ ଜଣ ଆନ୍ଧ୍ର କ୍ୟାଡର ମାଓବାଦୀ ମରିବା ପରେ ଏକଥା ସ୍ପଷ୍ଟ ହୋଇଛି ଯେ, ଓଡ଼ିଶା ସଂଗଠନରେ ଏବେ ଆନ୍ଧ୍ରର ପ୍ରଭାବ ଅଧିକ ରହୁଛି । ପୁଣି ଜଣେ ହେଲେ ବି ଓଡ଼ିଆ କ୍ୟାଡର ନ ରହିବା ଏକ ଭିନ୍ନ ସୂଚନା ଦେଉଛି, କୁହାଯାଉଛି ଯେ, ଓଡ଼ିଶାରେ ଆଉ ମାଓବାଦୀଙ୍କ ପ୍ରତି ସମର୍ଥନ ମିଳୁ ନ ଥିବା ବେଳେ ନୂଆ କରି ସଂଗଠନରେ ମିଶିବା ପାଇଁ ଯୁବକଯୁବତୀମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ।ଫଳରେ ସଂଗଠନ ଆଗଭଳି ସକ୍ରିୟ ନାହିଁ । ଯାହା କିଛି ଓଡ଼ିଆ କ୍ୟାଡର ଥିଲେ, ଆତ୍ମ ସମର୍ପଣ କରି ସାରିଲେଣି ।ଏନକାଉଣ୍ଟରରେ କିଛି କ୍ୟାଡରଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏଭଳି ସ୍ଥିତିରେ ମାଓ ସଂଗଠନକୁ ବଂଚାଇ ରଖିବା ପାଇଁ ଆନ୍ଧ୍ର କ୍ୟାଡର ଉପରେ ଅଧିକ ଭରସା କରିଛି କେନ୍ଦ୍ରୀୟ କମିଟି । ସେମାନଙ୍କୁ ଓଡ଼ିଶା ପଠାଇ ବଳ ଗୋଟାଇବାକୁ ଯୋଜନା କରୁଛି । ପୁଣି ଆନ୍ଧ୍ର କ୍ୟାଡର ମାଓବାଦୀମାନେ ଅଧିକ ସକ୍ରିୟ ଥିବାରୁ ସଂଗଠନର ଦାୟତ୍ୱ ସେମାନଙ୍କୁ ମିଳୁଛି । ସୀମାନ୍ତ ଗ୍ରାମବାସୀ ତେଲଗୁ ଜାଣିଥିବାରୁ ଭାଷା ସମସ୍ୟା ହେଉନି ।
ଗତ କିଛି ମାସ ହେଲା କୋରାପୁଟ ଜିଲ୍ଲାର ନନ୍ଦପୁର, ପଟାଙ୍ଗୀ ଅଂଚଳରେ ମାଓ ଗତିବିଧି ଲାଗି ରହିଥିଲା । ଅପରପକ୍ଷରେ କୋଟିଆ ଉପରେ ସୁରକ୍ଷା ବାହିନୀର ଫୋକସ ପରେ ମାଓବାଦୀମାନେ ସେହି ଅଂଚଳକୁ ଯାଉ ନ ଥିଲେ । ସେହିପରି ବନ୍ଧୁଗାଁ, ନାରାୟଣପାଟଣାରେ ମଧ୍ୟ ଆଉ ଆଗଭଳି ସେମାନଙ୍କର ଗତିବିଧି ନାହିଁ । ଆନ୍ଧ୍ରର ଆରକୁ ଦେଇ କୋରାପୁଟର ପଟାଙ୍ଗୀ ଓ ନନ୍ଦପୁର ଅଂଚଳକୁ ସେଠାକାର କ୍ୟାଡର ମାଓବାଦୀ ଆସୁଥିଲେ । ଲମତାପୁଟ ଓ ମାଲକାନଗିରି ଯିବାକୁ ମଧ୍ୟ ସେମାନଙ୍କୁ ସୁବିଧା ହେଉଥିଲା । ର୍ନିବାଚନ ପରେ ଇଭିଏମ ସୁରକ୍ଷା ଦାୟିିତ୍ୱରେ ପୁଲିସ ରହିଥିବାରୁ ସେମାନଙ୍କୁ ଟାର୍ଗେଟ କରିବାର ସମ୍ଭାବନା କମ ଥିବାରୁ ମାଓବାଦୀମାନେ ଭଲ ସମୟ ଭାବି ଅଧିକ ସତର୍କ ନ ଥିଲେ । ଆଉ ଏହାର ଫାଇଦା ପୁଲିସକୁ ମିଳିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଶିଶୁ ଉଦ୍ଧାର

ଶିଶୁ ଉଦ୍ଧାର

Read More...

ଶବକୁ ଖାଇଗଲେ ମୂଷା

ଶବକୁ ଖାଇଗଲେ ମୂଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page