ଭିଜିଲାନ୍ସ ଜାଲ୍‌ରେ କୋଟିପତି ନିର୍ବାହୀ ଅଧିକାରୀ, ୧.୩୬ କୋଟିର ସମ୍ପତ୍ତି ଠାବ

June 28, 2019, ଓଡ଼ିଶା, , Anupambharat News Bureau


ଭିଜିଲାନ୍ସ ଜାଲ୍‌ରେ କୋଟିପତି ନିର୍ବାହୀ ଅଧିକାରୀ, ୧.୩୬ କୋଟିର ସମ୍ପତ୍ତି ଠାବ
Anupambharat News Bureau
June 28, 2019

ବ୍ରହ୍ମପୁର/ଫୁଲବାଣୀ,୨୮ ।୬ (ଅନୁପମ ମିଡ଼ିଆ): ଭିଜିଲାନ୍ସ ଜାଲ୍‌ରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ । ନିର୍ବାହୀ ଅଧିକାରୀ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ଆସିବା ପରେ ଆଜି ତାଙ୍କ ବାସଭବନ, ସମ୍ପର୍କୀୟ ଓ ଅଫିସ୍‌ର ଜଣେ ସହକର୍ମୀଙ୍କ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଖାନ୍‌ ତଲାସ କରାଯାଇ ୧,୩୬,୩୨,୦୭୭ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି ।
ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି ମାୟାଧର ସ୍ୱାଇଁଙ୍କ ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ନିର୍ବାହୀ ଅଧିକାରୀର ରାଧାମୋହନ ବେହେରା ବେଆଇନ୍‌ ଭାବେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ନେଇ ଫୁଲବାଣୀ ଭିଜିଲାନ୍ସ ୟୁନିଟ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା । ଉକ୍ତ ଅନୁସନ୍ଧାନ କ୍ରମେ ଆଜି ଭିଜିଲାନ୍ସର ୫ ଟି ଟିମ୍‌ ଏକକାଳୀନ ଫୁଲବାଣୀସ୍ଥିତ ସରକାରୀ ବାସଭବନ, ଅଫିସ୍‌, ବ୍ରହ୍ମପୁର ସ୍ଥିତ ବାସଭବନ, ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ତୁରୁବୁଡ଼ି ସ୍ଥିତ ଶ୍ୱଶୂର ଘର ଓ ଫୁଲବାଣୀ ପୌର କାର୍ଯ୍ୟାଳୟରେ ଡ଼ିଇଓଙ୍କ ବାସଭବନରେ ଆଜି ଏକ କାଳୀନ ଚଢ଼ାଉ କରାଯାଇଥିଲା । ଉକ୍ତ ଚଢ଼ାଉରେ ବ୍ରହ୍ମପୁର ଜୟ ଦୁର୍ଗାନଗର ତାଙ୍କ ସ୍ତ୍ରୀ ମମତା କୁମାରୀ ବେହେରାଙ୍କ ନାମରେ ୧୩.୩୦ ଲକ୍ଷ ଟଙ୍କାର ଏକ ପ୍ଲଟ, ୨୦୧୩ ଠାରୁ ୨୦୧୭ ମଧ୍ୟରେ କିଣାଯାଇଥିବା ଜୟ ଦୁର୍ଗା ନଗରରେ ୭୨ ଲକ୍ଷ ଟଙ୍କା ମୂଲ୍ୟର ୩ ମହଲା କୋଠା, ଗୋପାଳପୁର ରୋଡ଼ରୁ ଡ଼ୁରା ଠାରେ ୪୦ ହଜାର ଟଙ୍କା ମୂଲ୍ୟର ପ୍ଲଟ, ୧୫,୮୪,୯୮୭ ଟଙ୍କା ମୂଲ୍ୟର ବିଭିନ୍ନ ସୌଖିନ ଗୃହ ଉପକରଣ, ୨ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ଗୋଟିଏ ଲ୍ୟାପ୍‌ଟପ୍‌, ୧ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ମୋବାଇଲ ଫୋନ୍‌, ୧୮ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ନିଜ ନାମରେ ଥିବା ଗୋଟିଏ ଜିପ୍‌ ନମ୍ବର ଓଡ଼ି ୦୨ଏଟି ୮୯୮୯, ତାଙ୍କ ପୁଅ ପ୍ରତୀକ ଶୁଭମ୍‌ ନାମରେ ଥିବା ଓଡ଼ି ୦୨ ପି ୮୦୮୫ ନମ୍ବର ଗୋଟିଏ କାର୍‌, ଅଫିସ୍‌ ଡ଼ିଇଓ ଅମରେଶ ଗୌଡ଼ଙ୍କ ଭାଇ ଅମରଜିତ୍‌ ଗୌଡ଼ଙ୍କ ନାମରେ ଥିବା ଗୋଟିଏ ସ୍କୁଟର ନମ୍ବର ଓଡ଼ି ୦୨ଏଜେ୮୯୮୯, ୪,୮୬ହଜାର ଟଙ୍କା ମୂଲ୍ୟର ୨୫୧ ଗ୍ରାମ୍‌ ସୁନା ଗହଣା, ୨,୪୮,୮୧୫ ଟଙ୍କା ମୂଲ୍ୟର ୭ କେଜି ୧୦୯ ଗ୍ରାମ୍‌ ରୂପା ଗହଣା, ୨,୯୭,୪୭୫ ଟଙ୍କାର ବିଭିନ୍ନ ବ୍ୟାଙ୍କ୍‌ ଜମା, ନଗଦ ୧ ଲକ୍ଷ ୨୩ହଜାର ଟଙ୍କା ଆଦି ୧,୩୬,୩୨,୦୭୭ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ସେହିପରି ଗୋପାଳପୁର ଠାରେ ତାଙ୍କ ଶାଶୂଙ୍କ ନାମରେ ଏକ ଫ୍ଲାଟ ବି ଭିଜିଲାନ୍ସ ପକ୍ଷରୁ ଠାବ କରାଯାଇଛି । ସନ୍ଧ୍ୟା ସୁଦ୍ଧା ଉପରୋକ୍ତ ସମ୍ପତ୍ତି ଠାବ ହୋଇଥିବା ବେଳେ ଅଧିକ ସମ୍ପତ୍ତି ନେଇ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ନିର୍ବାହୀ ଅଧିକାରୀ ରାଧାମୋହନ ବେହେରା ୧୯୯୧ ମସିହାରେ ଷ୍ଟାଟିଷ୍ଟକାଲ୍‌ ଆସିଷ୍ଟାଣ୍ଡ୍‌ ଭାବେ କାର୍ଯ୍ୟାରମ୍ଭ କରିଥିବା ଏବଂ ପରେ ସେ ମାର୍ଚ୍ଚ ୨୦୦୯ ମସିହାରେ ନଗର ଉନ୍ନୟନ ବିଭାଗକୁ ବଦଳି ହୋଇ କାଶୀନଗର, ପାରଳାଖେମୁଣ୍ଡି, ପୋଲସରାରେ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବା ସହ ୨୦୧୬ ଜୁଲାଇ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ରହି ସେ ଉକ୍ତ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧ ଲକ୍ଷ ୩୯ ହଜାର କୋଟିର ବଜେଟ୍‌  ମହିଳା ସଶକ୍ତିକରଣ, ମିଶନ ଶକ୍ତିକୁ ଗୁରୁତ୍ୱାରୋପ  କୃଷି ପାଇଁ ୨୦ ହଜାର ୭୧୪ କୋଟି   କାଳିଆ ଯୋଜନା ପାଇଁ ୫,୬୧୧   ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧,୨୦୩

୧ ଲକ୍ଷ ୩୯ ହଜାର କୋଟିର ବଜେଟ୍‌ ମହିଳା ସଶକ୍ତିକରଣ, ମିଶନ ଶକ୍ତିକୁ ଗୁରୁତ୍ୱାରୋପ କୃଷି ପାଇଁ ୨୦ ହଜାର ୭୧୪ କୋଟି କାଳିଆ ଯୋଜନା ପାଇଁ ୫,୬୧୧ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧,୨୦୩

Read More...

ମା’ ଝିଅଙ୍କ ପାଖରୁ ଲୁଟିନେଲେ ଗହଣା

ମା’ ଝିଅଙ୍କ ପାଖରୁ ଲୁଟିନେଲେ ଗହଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page