୧ ଲକ୍ଷ ୩୯ ହଜାର କୋଟିର ବଜେଟ୍‌ ମହିଳା ସଶକ୍ତିକରଣ, ମିଶନ ଶକ୍ତିକୁ ଗୁରୁତ୍ୱାରୋପ କୃଷି ପାଇଁ ୨୦ ହଜାର ୭୧୪ କୋଟି କାଳିଆ ଯୋଜନା ପାଇଁ ୫,୬୧୧ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧,୨୦୩

June 28, 2019, ଓଡ଼ିଶା, , Anupambharat News Bureau


୧ ଲକ୍ଷ ୩୯ ହଜାର କୋଟିର ବଜେଟ୍‌  ମହିଳା ସଶକ୍ତିକରଣ, ମିଶନ ଶକ୍ତିକୁ ଗୁରୁତ୍ୱାରୋପ  କୃଷି ପାଇଁ ୨୦ ହଜାର ୭୧୪ କୋଟି   କାଳିଆ ଯୋଜନା ପାଇଁ ୫,୬୧୧   ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧,୨୦୩
Anupambharat News Bureau
June 28, 2019

ଭୁବନେଶ୍ୱର, ୨୮ା୬ (ଅନୁପମ ମିଡିଆ) : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ବର୍ଷ ପାଇଁ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ ପୁଞ୍ଜି ନିବେଶ ଅଭିବୃଦ୍ଧି, ବିକାଶ ଓ ଭିତ୍ତିଭୂମି ଉନ୍ନୟୟନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ଏକ ବିକାଶମୁଖୀ, ଜନ ମଙ୍ଗଳକାରୀ ଓ ସମତୁଲ ବଜେଟ୍‌ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଗତ ଆର୍ଥିକ ବର୍ଷର ବଜେଟ୍‌ ତୁଳନାରେ ଏହା ୧୫.୮ ପ୍ରତିଶତ ଅଧିକ । । ଅନ୍ୟପକ୍ଷରେ ଏହି ଆର୍ଥିକ ବର୍ଷ ପାଇଁ କୃଷି ବିଭାଗ ଲାଗି ୨୦ ହଜାର ୭୧୪ କୋଟି ଟଙ୍କାର ସ୍ୱତନ୍ତ୍ର ବଜେଟ୍‌କୁ ମଧ୍ୟ ମନ୍ତ୍ରୀ ଉପସ୍ଥାପନ କରିଛନ୍ତିି । ଯାହା ବିଗତ ବର୍ଷ ତୁଳନାରେ ୨୩.୫ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯-୨୦ ବର୍ଷ ପାଇଁ କୃଷି ବଜେଟ୍‌ ପୂର୍ଣ୍ଣାଙ୍ଗ ବଜେଟ୍‌ ୧୪.୯ ପ୍ରତିଶତ ରହିଛି । ପୂର୍ଣ୍ଣାଙ୍ଗ ବଜେଟ୍‌ରେ ପ୍ରଶାସନିକ ଖର୍ଚ୍ଚ ୫୭,୩୧୦ କୋଟି ଟଙ୍କା ଅଟକଳ କରାଯାଇଥିବାବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ର ପରିମାଣ ୭୦ ହଜାର ୬୦୦ କୋଟି ଟଙ୍କା ଅଟକଳ କରାଯାଇଛି । ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୧୯ ହଜାର ୪୯୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୬ହଜାର ୭୭୯ କୋଟି ଟଙ୍କା , ପାଇପ୍‌ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫ ହଜାର କୋଟି ଟଙ୍କା , ଅନୁସୂଚିତ ଜନଜାତି ଓ ଜାତି ମାନଙ୍କ ପାଇଁ ଚିହ୍ନିତ ଯୋଜନା ଦାରା କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୨୩ ହଜାର ୭୬୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଉନ୍ନୟନଗତ ଖର୍ଚ୍ଚ ମୋଟ୍‌ ବଜେଟ୍‌ ଅଟକଳର ୭୫ ପ୍ରତିଶତରୁ ଅଧିକ ଅଟେ । ଟିକସ ଓ ରାଜ୍ୟ ସାମଗ୍ରିକ ଘରୋଇ ଉପିାଦର ଅନୁପାତ ୨୦୧୯-୨୦ ,ରେ ୬.୧ ପ୍ରତିଶତ ହେବା ପାଇଁ ଅଟକଳ କରାଯାଇଛି । ବତ୍ତୀୟ ନିଅଣ୍ଟ ଘରୋଇ ଉପିାଦର ୩.୪୯ ମଧ୍ୟରେ ସୀମିତ ରହିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିଭଳି ରାଜ୍ୟ ବଜେଟରେ ଜଳସେଚନ କ୍ଷେତ୍ର ପାଇଁ ମୋଟ ୯,୭୧୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା ବେଳେ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧,୭୭୭ କୋଟି ଟଙ୍କା, ୮ ଗୋଟି ତ୍ୱରିତ ଜଳସେଚନର ସୁବିଧା ଯୋଜନା ନିମନ୍ତେ ୧,୮୬୧ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ୩୩୪ କୋଟି ଟଙ୍କା, ଗଭୀର ନଳକୂପ ଖନନ ନିମନ୍ତେ ୫୪୦ କୋଟି ଟଙ୍କା, ବିଜୁ କୃଷକ ବିକାଶ ଅନ୍ତର୍ଗତ ଗୋଷ୍ଠୀ ଓ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୪୨୦ କୋଟି ଟଙ୍କା, ଜଳସଞ୍ଚାଳନ କ୍ଷତିକୁ କମାଇବା ପାଇଁ ପ୍ରଚଳନ କରାଯାଇଥିବା କେନାଲ ଲାଇନିଂ ସିଷ୍ଟମ ରିହାବିଲିଟେସନ ପ୍ରୋଗ୍ରାମ ଓ କେନାଲ ଆସ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ୨୧୦ କୋଟି ଟଙ୍କା, ଜଳକ୍ଷେତ୍ର ଭିତ୍ତିିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧,୫୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି କୃଷି ଓ କୃଷକ କଲ୍ୟାଣ ଉପରେ ଅଗ୍ରାଧିକାର ଦିଆଯାଇଛି । କୃଷକ ସହାୟତା ଯୋଜନା ମାଧ୍ୟମରେ ୭୫ ଲକ୍ଷ କୃଷକଙ୍କୁ ସେମାନଙ୍କର ଜୀବିକା ନିର୍ବାହ ଓ ଆୟ ବୃଦ୍ଧି ପାଇଁ କାଳିଆ ନିମନ୍ତେ ୫,୬୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବାଣିଜି୍ୟକ ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀମାନଙ୍କୁ ସୁଧ ରିହାତି ନିମନ୍ତେ ୮୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସାମାଜିକ
ନିରାପତ୍ତା ନିମିତ୍ତ ୪,୪୨୭ କୋଟି ଟଙ୍କା, ମଧୁବାବୁ ପେନ୍‌ସନ୍‌ ଯୋଜନା ବାବଦରେ ୨,୧୨୦ କୋଟି ଟଙ୍କା, ଏହି ଯୋଜନାରେ ୮୦ ବର୍ଷରୁ କମ୍‌ ବାର୍ଦ୍ଧକ୍ୟ, ବିଧବା ମାସିକ ଟଙ୍କା ହାରରେ ଭତ୍ତା ପ୍ରଦାନ ଓ ୮୦ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ୭୦୦ ଟଙ୍କା ଭତ୍ତା ପ୍ରଦାନ ବ୍ୟବସ୍ଥା ହୋଇଛି ।
ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୬,୭୮୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ସୁବିଧା ପାଇଁ ପ୍ରତି ପରିବାରର ପୁରୁଷ ମାନଙ୍କ ଲାଗି ୫ ଲକ୍ଷ ଓ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ୧,୨୦୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମହିଳା ସଶକ୍ତି କରଣ ପାଇଁ ୨,୪୪୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ବେଳେ ଚଳିତ ଆର୍ଥିକ ବର୍ଷରେ ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ପ୍ରତି ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣପାଇଁ ୧୩୦ କୋଟି ଟଙ୍କା, ଆଦିବାସୀ ଉନ୍ନୟନ ଯୋଜନା ପାଇଁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସବ୍‌ କମ୍ପୋନେଟ ଅଧିନରେ ୨୩,୭୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଆଦର୍ଶ ବିଦ୍ୟାଳୟର ସ୍ଥାପନା ଓ ପରିଚାଳନା ପାଇଁ ୩୦୦ କୋଟି ଟଙ୍କା, ପିଲାମାନଙ୍କୁ ମାଗଣା ବହି, ବ୍ୟାଗ୍‌, ଜୋତା, ସ୍କୁଲ ୟୁନିଫର୍ମ, ସରକାରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ ନବମ ଶ୍ରେଣୀ, ସଂସ୍କୃତ ଟୋଲ, ମଦ୍ରାସାରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ ପ୍ରଦାନ କରିବାକୁ ୨୩୯ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି । ପାନୀୟ ଜଳ ଯୋଗାଣ ପାଇଁ ୫୦୦୦ କୋଟି ଟଙ୍କା ନିବେଶ କରାଯିବ । ବସୁଧା ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ୨୭୪୦ କୋଟି ଟଙ୍କା ଓ ସହରାଞ୍ଚଳରେ ଜଳଯୋଗାଣ ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଶିଳ୍ପ କ୍ଷେତ୍ରରେ ଉନ୍ନୟନ ଓ ପୁଞ୍ଜି ବିନିଯୋଗ ଉପରେ ଅଗ୍ରାଧିକାରୀ ଦିଆଯାଇ ୨୩୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି ପାଇଁ ୪୦୦ କୋଟି ଟଙ୍କା, ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ସହ ଭିତିଭୂମି ଓ ସେବା ଯୋଗାଇ ଦେବା ପାଇଁ ଜାଗା ମିଶନ କାର୍ଯ୍ୟକ୍ରମ ଅଧିନରେ ୧୦୦ କୋଟି ଟଙ୍କା, ଭିତ୍ତିଭୂମି କ୍ଷେତ୍ରର ଉନ୍ନତିପାଇଁ ୧୭,୮୦୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୪,୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।







Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ରାପଡା ଜିଲ୍ଲାକୁ ଗଡ଼ିବ ଟ୍ରେନ୍‌

କେନ୍ଦ୍ରାପଡା ଜିଲ୍ଲାକୁ ଗଡ଼ିବ ଟ୍ରେନ୍‌

Read More...

ଭିଜିଲାନ୍ସ ଜାଲ୍‌ରେ କୋଟିପତି ନିର୍ବାହୀ ଅଧିକାରୀ, ୧.୩୬ କୋଟିର ସମ୍ପତ୍ତି ଠାବ

ଭିଜିଲାନ୍ସ ଜାଲ୍‌ରେ କୋଟିପତି ନିର୍ବାହୀ ଅଧିକାରୀ, ୧.୩୬ କୋଟିର ସମ୍ପତ୍ତି ଠାବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page