ଆରମ୍ଭ ହେଲା ‘ମନ କି ବାତ୍‌’କାର୍ଯ୍ୟକ୍ରମ

June 30, 2019, ଦେଶ, , Anupambharat News Bureau


ଆରମ୍ଭ ହେଲା ‘ମନ କି ବାତ୍‌’କାର୍ଯ୍ୟକ୍ରମ
Anupambharat News Bureau
June 30, 2019

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଇନିଂସ ଆରମ୍ଭ କରିବା ପରେ ଆଜି ପ୍ରଥମ ଥର ପାଇଁ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋନ୍ଧନ କରୁଛନ୍ତି । ଏହି ଅବସରରେ ସେ କହିଛନ୍ତି କି, ମୁଁ ନିର୍ବାଚନ ସରିବା ମାତ୍ରେ ମନ କି ବାତ କରିବାକୁ ଚାହୁଁଥିଲି କି;ୁ ରବିବାରର ଏହି କ୍ରମ ଜାରୀ ରଖିବା ପାଇଁ ଅପେକ୍ଷା କରିଥିଲି । ଲମ୍ବା ସମୟ ପରେ ଆପଣମାନଙ୍କ ସହ ମନ କି ବାତ, ଜନ କି ବାତ, ଜନ ମନ କି ବାତ କରୁଛି ।
ନିର୍ବାଚନରେ ବହୁତ ଦାୟିତ୍ୱ ଥିଲା କି;ୁ ମନ କି ବାତର ମଜା କେଉଁଠାରେ ଗାଏବ ହୋଇଥିଲା । ତେଣୁ ମୁଁ ଏହାର ଅଭାବ ଅନୂଭବ କରୁଥିଲି । ମୁଁ ୧୩୦ କୋଟି ଦେଶବାସୀଙ୍କ ସହ ସ୍ୱଜନ ରୂପରେ ଏବେ କଥା ହେଉଛି । ମୋଦୀ କହିଛନ୍ତି କି, ମୁଁ ଯେତେବେଳେ ମନ କି ବାତ କରେ ସେହି ସମୟରେ ଶବ୍ଦ ମୋର, ସ୍ୱର ମୋର କି;ୁ କଥା, ପୁରୁଷାର୍ଥ, ପରାକ୍ରମ ଆପଣଙ୍କର । ଏହି କାରଣରୁ ମୁଁ ଏହାକୁ ମନେ ପକାଉଥିଲି । ଏକ ଶୂନ୍ୟସ୍ଥାନ ରୂପରେ ଅନୂଭବ କରୁଥିଲି । ମୁଁ ଫେବୃୟାରୀରେ ଆପଣମାନଙ୍କୁ ପୁଣି ଥରେ ସାକ୍ଷାତ ହେବ ବୋଲି କହିଥିଲି ସେହି ସମୟରେ ଲୋକମାନେ ଏହାର ରାଜନୈତିକ ଅର୍ଥ ବାହାର କରିଥିଲେ ଏବଂ କହି‘ିଲେ କି, ମୁଁ ଆଶ୍ୱସ୍ତ ଅଛି, କି;ୁ ଭାରତବାସୀଙ୍କ ଉପରେ ମୋର ସର୍ବଦା ଅଖଣ୍ଡ ବିଶ୍ୱାସ ରହିଛି । ମନ କି ବାତରେ ମୋତେ ବହୁତ ଚିଠି, ଟେଲିଫୋନ ଆସେ କି;ୁ ଅଭିଯୋଗ ଖୁବ୍‌ କମ୍‌ ଆସେ । ଏମିତିକି କେହି କିଛି ମାଗିବାର ମୁଁ ୫ ବର୍ଷ ମଧ୍ୟରେ ଦେଖି ନାହିଁ ଛ ଆପଣ କଳ୍ପନା କରି ପାରୁଥିବେ ଜନତା ଦେଶ ପାଇଁ ମୋଦୀକୁ ଚିଠି ଲେଖୁଛନ୍ତି କି;ୁ ନିଜ ପାଇଁ କିଛି ମାଗୁ ନାହାଁନ୍ତି । ଏଥିରୁ ସ୍ପଷ୍ଟ ପରିଲଖିତ ହେଉଛି ଦେଶର ଲୋକଙ୍କ ଭାବନା ବହୁ ଉଚ୍ଚକୋଟୀର । ମନ କି ବାତ ଦେଶ ଏବଂ ସମାଜ ପାଇଁ ଆଇନା ସଦୃଶ । ଯେଉଁ ସମୟରେ ଦେଶରେ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା ସେହି ସମୟରେ ଏହାର ବିରୋଧ କେବଳ ରାଜନୈତିକ କ୍ଷେତ୍ରରେ ନୁହେଁ, କିମ୍ବା ଏହା ରାଜନେତା ଓ ଆନ୍ଦୋଳନ ପର୍ଯ୍ୟନ୍ତ ସୀମିତ ନଥିଲା । ଏହା ଜନ ସାଧାରଣଙ୍କ ମନର ଆକ୍ରୋଶ ଥିଲା । ଲୁଚି ଯାଇଥିବା ଲୋକତନ୍ତ୍ରର ଏକ ସ୍‌ୱର ଥିଲା । ଲୋକତନ୍ତ୍ର ଯେତେବେଳେ କେହି ଛିନ୍ନ କରେ ସେହି ସମୟରେ ସାଧାରଣ ଜୀବନ ଶୈଳୀରେ ଆଧିକାରର ମହିବ ପରିଲକ୍ଷିତ ହୋଇଥାଏ । ଭାରତବାସୀ ଗର୍ବରେ କହିପାରିବେ କି, ଲୋକତନ୍ତ୍ର ଆମର ସଂସ୍କାର, ଲୋକତନ୍ତ୍ର ଆମ ସଂସ୍କୃତି । କି;ୁ ଜରୁରିକାଳୀନ ସମୟରେ ମୁଁ ଲୋକତନ୍ତ୍ରର ଅଭାବକୁ ଅନୁଭବ କରିଥିଲି ତେଣୁ ଚଳିତ ର୍ନିବାଚନକୁ ଲୋକତନ୍ତ୍ରର ରକ୍ଷା ପାଇଁ ସମର୍ପିତ କରିଥିଲି । ୨୦୧୯ ସାଧାରଣ ନିର୍ବାଚନରେ ଭାରତରେ ମତଦାତାମାନେ ଆମକୁ ପ୍ରଚଣ୍ଡ ବହୁମତ ଦେଇଛନ୍ତି । ଏହା ବର୍ତମାନର ସବୁଠାରୁ ବଡ ଲୋକତାନ୍ତ୍ରିକ ର୍ନିବାଚନ ଥିଲା । ଏଥିପାଇଁ ର୍ନିବାଚନ ପ୍ରକ୍ରିୟା ସହ ଜଡିତ ସମସ୍ତ ଲୋକମାନଙ୍କୁ ସେ ଧନ୍ୟାଦ ଦେଇଛନ୍ତି ଏବଂ କହିଛନ୍ତି କି, ଦୁନିଆର ସବୁଠୁ ବଡ ମତଦାନ କେନ୍ଦ୍ର ହିମାଚଳ ପ୍ରଦେଶରେ ରହିଛି । ଏହା ସହ ମୋଦୀ ପଢିବା ପାଇଁ ଅନୁରୋଧ କରିଛନ୍ତି । ଏବଂ କହିଛନ୍ତି କି, କୌଣସୀ ସ୍ୱାଗତ ସମ୍ବର୍ଦ୍ଧନାରେ ଆମକୁ ବୁକେ ନୁହେଁ ବୁକ୍‌ ଦେବା ଉଚିତ୍‌ । ଅର୍ଥାତ ଫୁଲ ନୁହେଁ ପୁସ୍ତକ ଦେବା ଉଚିତ୍‌ ନରେନ୍ଦ୍ର ମୋଦୀ ଆପରେ ଦିଆଯାଇଥିବା ପୁସ୍ତକ ଉପରେ ଆପଣ କଥା ହୁଅ;ୁ ଏବଂ ଚର୍ଚ୍ଚା କର;ୁ ବୋଲି ମୋଦୀ ଅନୁରୋଧ କରିଛନ୍ତି ।
ଏହି ସମୟରେ ସେ ପ୍ରେମଚନ୍ଦ୍ରଙ୍କ କାହାଣୀ ଇଦଗାହର ପ୍ରଶଂସା କରିଛନ୍ତି । ଏତଦ୍‌ ବ୍ୟତୀତ ସେ କେରଳର ଅକ୍ଷରା ଲାଇବ୍ରେରୀ ବିଷୟରେ କହିଛନ୍ତି କି, ଏହି ପାଠାଗାର ଅନେକଙ୍କୁ ନୂତନ ମାର୍ଗ ଦେଖାଇଥାଏ । ମୋଦୀ ଜଳ ସହ ସମ୍ବନ୍ଧିତ ବିଷୟରେ କହିଛନ୍ତି । ସେ କହିଛନ୍ତି, ଜଳ ସଂରକ୍ଷଣ ପାଇଁ ଉଜାଗରତା ଦେଖି ମୁଁ ବହୁତ ଖୁସୀ । ଗତ କିଛି ମାସ ପୂର୍ବରୁ କିଛି ଲୋକ ଜଳ ସମ୍ବନ୍ଧିତ ଚିଠି ଲେଖିଥିଲେ । ମୁଁ ଗ୍ରାମର ପ୍ରଧାନଙ୍କୁ ଜଳ ସଂରକ୍ଷଣର ମହତ୍ୱ ଏବଂ ଗ୍ରାମୀଣ ଭାରତରେ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବା ପାଇଁ ଏକ ପତ୍ର ଲେଖିଥିଲି । ଜଳର ମହତ୍ୱକୁ ଦୃଷ୍ଟିରେ ରଖି ଦେଶରେ ଏକ ନୂତନ ଜଳଶକ୍ତି ମନ୍ତ୍ରାଳୟ ଗଠନ କରାଯାଇଛି । ଏହି ସମନ୍ତ୍ରାଳୟ ସମସ୍ତ ଜଳ ସହ ଜଡିତ ମାମଲାରେ ତ୍ୱରିତ୍‌ ର୍ନିଣ୍ଣୟ ନେବା ପାଇଁ କାର୍ଯ୍ୟ କରିବ । ଏହି ସମୟରେ ମୋଦୀ ଅନୁରୋଧ କରିଛନ୍ତି କି- ଯେଉଁମାନେ ପୋରବନ୍ଦର ର୍କିତି ବନ୍ଦର ଯାଉଛନ୍ତି ସେମାନେ ସେଠାକାର ପାଣି ଟାଙ୍କିକୁ ଦେଖ;ୁ । ୨୦୦ ବର୍ଷ ପରେ ମଧ୍ୟ ଆଜି ବି ସେଠାରେ ବର୍ଷା ଜଳକୁ ଅଟକାଇବାର ସାମର୍ଥ୍ୟ ରହିଛି । ଏଭଳି ବ୍ୟବସ୍ଥା ଅନ୍ୟ ସ୍ଥାନରେ ହେବା ଉଚିତ୍‌ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିମ୍‌ଙ୍କୁ ଭେଟିବାକୁ ଉତ୍ତର କୋରିଆରେ  ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

କିମ୍‌ଙ୍କୁ ଭେଟିବାକୁ ଉତ୍ତର କୋରିଆରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

Read More...

ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ

ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page