ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ

June 30, 2019, ଦେଶ, , Anupambharat News Bureau


ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ
Anupambharat News Bureau
June 30, 2019

ଜମ୍ମୁ : ବହୁ ପ୍ରତିକ୍ଷୀତ ଚଳିତ ବର୍ଷର ଅମରନାଥ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଯାଇଚି । ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା କେକେ ଶର୍ମା ପ୍ରଥମ ବ୍ୟାଚର ଶ୍ରଦ୍ଧାଳୁଙ୍କର ଯାତ୍ରାକୁ ସବୁଜ ସଂକେତ ଦେଇଛନ୍ତି । ଯାତ୍ରା ପୂର୍ବରୁ ଜମ୍ମୁ ବେଶରେ ପୂଜାର୍ଚ୍ଚନା କରାଯାଇଛି । ଅନ୍ୟ ବର୍ଷ ଭଳି ମଧ୍ୟ ଚଳିତ ଥର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ପବିତ୍ର ପାହାଡିଆ ଯାତ୍ରା ପାଇଁ ବାଲଟାଲ ଓ ପହଳଗାମ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରି ଦିଆଯାଇଛି । ଦକ୍ଷିଣ କଶ୍ମୀରର ହିମାଳୟ ପାହାଡରେ ୩୮୮୦ ମିଟର ଉଚ୍ଚସ୍ଥାନରେ ବରଫ ଶିବ ଲିଙ୍ଗକୁ ଶ୍ରଦ୍ଧାଳୁମାନେ ୪୦ ଦିନ ଯାଏଁ ଦର୍ଶନ କରିବେ । ସୁରକ୍ଷା ସହ ବ୍ୟବସ୍ଥାକୁ ଅନ୍ତିମ ରୂପ ଦିଆଯାଉଛି । ସୁରକ୍ଷାବାହିନୀମାନେ ଯାତ୍ରା ରାସ୍ତାକୁ ସଫା କରିଛନ୍ତି । କେନ୍ଦ୍ର ସରକାର ଅମରନାଥ ଯାତ୍ରା ପାଇଁ ବହୁ ସ୍ତରୀୟ ସୁରକ୍ଷା ଲାଗି ସିଆରପିଏଫର ୪୦,୦୦୦ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରିଛି । ଜମ୍ମୁ ଠାରୁ ଗୁମ୍ଫା ଯାଏଁ ପାଖାପାଖି ୬୦ ହଜାର ସୁରକ୍ଷାବଳ ମୁତୟନ ରହିବେ । ଅମରନାଥ ଶ୍ରଦ୍ଧାଳୁଙ୍କର ପ୍ରଥମ ଜଥା ଜମ୍ମୁରୁ କଡ଼ା ସୁରକ୍ଷା ମଧ୍ୟରେ ରବିବାର ପଠାଯିବ ଏବଂ ଏବାବଦରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଜଣେ ଅଧିକାରୀ କହିଛନ୍ତି, ଏଯାଏଁ ଦେଶବ୍ୟାପୀ ପାଖାପାଖି ଦେଢ ଲକ୍ଷ୍ୟ ଶ୍ରଦ୍ଧାଳୁ ଏହି ଯାତ୍ରା ପାଇଁ ନାମ ପଂଜିକରଣ କରିଛନ୍ତି । ଏହି ଯାତ୍ରା ଅନନ୍ତନାଗ ଜିଲ୍ଲାର ୩୬ କିଲୋମିଟର ଦୀର୍ଘ ପାରଂପରିକ ପହଲଗାମ ମାର୍ଗ ଓ ଗାନ୍ଦେରବଲ ଜିଲ୍ଲାର ୧୪ କିଲୋମିଟର ଦୀର୍ଘ ବାଲଟାଲ ମାର୍ଗରେ ହେବ । ତେବେ ଏହି ଯାତ୍ରା କିପରୀ ସୁରକ୍ଷିତ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବେ ସେଥି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ସାଧୁ ସମେତ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ଅମରନାଥ ଯାତ୍ରା ପାଇଁ ଉତ୍ସାହିତ ଅଛନ୍ତି । ଜମ୍ମୁର ମଣ୍ଡଳ ଆୟୁକ୍ତ ସଂଜୀବ ବର୍ମା ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ତୀର୍ଥଯାତ୍ରୀଙ୍କ ସୁବିଧା ଓ ଯାତ୍ରା ସମୟରେ ତାଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି । ଏହି ଯାତ୍ରା ଅଗଷ୍ଟ ୧୫ରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶେଷ ହେବ । ଜମ୍ମୁ ପୋଲିସ ନିରୀକ୍ଷକ ଏମକେ ସିହ୍ନା କହିଛନ୍ତି, ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଶିବିର, ଆଶ୍ରୟ କେନ୍ଦ୍ର, ଯାତ୍ରୀ ବିଶ୍ରାମଗାର ବ୍ୟବସ୍ଥା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରମ୍ଭ ହେଲା ‘ମନ କି ବାତ୍‌’କାର୍ଯ୍ୟକ୍ରମ

ଆରମ୍ଭ ହେଲା ‘ମନ କି ବାତ୍‌’କାର୍ଯ୍ୟକ୍ରମ

Read More...

ଆନ୍ତଃଜିଲ୍ଲା ବାଇକ୍‌ ର୍ୟାକେଟ ଠାବ   ୨୩ ମୋଟର ସାଇକେଲ ଜବତ , ୮ କୋର୍ଟଚାଲାଣ

ଆନ୍ତଃଜିଲ୍ଲା ବାଇକ୍‌ ର୍ୟାକେଟ ଠାବ ୨୩ ମୋଟର ସାଇକେଲ ଜବତ , ୮ କୋର୍ଟଚାଲାଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page