ଡେମନେଷ୍ଟ୍ରେଟରଙ୍କ ଶବ ଉଦ୍ଧାର, ଅନୈତିକ ସମ୍ପର୍କରୁ ହତ୍ୟା ସନ୍ଦେହ

June 30, 2019, ଓଡ଼ିଶା, , Anupambharat News Bureau


ଡେମନେଷ୍ଟ୍ରେଟରଙ୍କ ଶବ ଉଦ୍ଧାର, ଅନୈତିକ ସମ୍ପର୍କରୁ ହତ୍ୟା ସନ୍ଦେହ
Anupambharat News Bureau
June 30, 2019

ଗଞ୍ଜାମ/ରମ୍ଭା,୩୦ା୬(ଅନୁପମ ମିଡ଼ିଆ): ରମ୍ଭା ଶ୍ରୀଜଗନାଥ ମହାବିଦ୍ୟାଳୟର ଡେମନେଷ୍ଟ୍ରେଟର ଅଶ୍ମୀନି କୁମାର ମିଶ୍ର(୫୭)ଙ୍କ ଶବ ରବିବାର ପୂର୍ବାହ୍ନରେ ବିରୁଳି ଗଡ଼ ମୁଖ୍ୟ ରାସ୍ତା ପଣସ ଢିଅ ନିକଟରୁ ପୋଲିସ ଉଦ୍ଧାର କରିଛି । ପାରିପାଶ୍ୱିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରି ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନାନୁଯାୟୀ ଖଲ୍ଳିକୋଟ ବ୍ଳକର କୁଶଢ଼ିପାର କାହ୍ନୁଚରଣ ମିଶ୍ରଙ୍କ ପୁଅ ଅଶ୍ମିନୀ(୫୧) ରମ୍ଭା ଶ୍ରୀଜଗନାଥ ମହାବିଦ୍ୟାଳୟର ଡେମନେଷ୍ଟ୍ରେଟର ରୂପେ କାର୍ଯ୍ୟ କରି ଆସୁଥିଲେ । ବିବାହିତ ଅଶ୍ମିନୀ ନିଜ ପରିବାରଠାରୁ ଅଲଗା ରମ୍ଭାରେ ଏକାକୀ ରହୁଥିଲେ । ଗତକାଲି ରାତିରେ ସେ ନିଜ ଗ୍ରାମକୁ ଯାଇ ପୁଣି ରମ୍ଭାକୁ ଫେରିଥିଲେ । ଏପରିକି ରାତିରେ ‘ଗ୍ରୀନେୱ’ ଢ଼ାବାରେ ଖାଇଥିଲେ ।
ତେବେ ସକାଳୁ ପଣସ ଢିଅ ନିକଟରୁ ଅଶ୍ମିନୀଙ୍କ ମୃତ ଦେହ ପଡ଼ି ରହିଥିବା ବେଳେ ବୁଲେଟ ତାଙ୍କ ଗୋଡ଼ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ହତ୍ୟାକାରୀମାନେ ସମ୍ଭବତଃ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରିଥିଲେ । ଖବର ପାଇ ଏସ୍‌ଡ଼ିପି ଓ ଉତ୍କଳ କେଶରୀ ଦାସ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ରମ୍ଭା ପୋଲିସ ଘଟଣା ସ୍ଥଳରେ ଫରେନସିକ ଟିମ୍‌ ଓ ସନ୍ଧାନୀ କୁକୁର ସହ ପହଞ୍ଚି ଛାନଭିନ୍‌ କରି ଫେରିଛନ୍ତି । ଘଟଣା ସ୍ଥଳରୁ ଅଶ୍ମିନୀଙ୍କ ବୁଲେଟ, ଚାବି ଓ ପର୍ସ ଆଦି ପୋଲିସ ଜବତ କରିଛି । ଅନ୍ୟପଟେ ମୃତକଙ୍କ ଭାଇ ରେବନ କୁମାର ମିଶ୍ରଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ହତ୍ୟା ମାମଲା ରୁଜୁ ସହ ମଧୁର ଚୁଆଁର ଜଣେ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଘଟଣାକୁ ନେଇ ପୋଲିସକୁ ତଦନ୍ତରୁ ମିଳିଥିବା ସୂଚନାନୁଯାୟୀ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କରୁ ଅଶ୍ମିନୀ ହତ୍ୟାର ଶିକାର ହୋଇଛନ୍ତି । ଏପରିକି ପୋଲିସ ଯାହାକୁ ଅଟକ ରଖିଛି ପୂର୍ବରୁ ସେ ଅଶ୍ମିନୀଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଟକ ଯୁବକଙ୍କ ସହ ଅଶ୍ମିନୀଙ୍କ ଭଲ ସମ୍ପର୍କ ରହିଥିଲା । ଏପରିକି ଉଭୟ କଲେଜ ରୋଡ଼ରେ ପଡୋଶୀ ଭାବେ କିଛି ବର୍ଷ ରହିଥିଲେ । ତେବେ ଯୁବକ ଜଣକ ଯେଉଁ ମହିଳାଙ୍କ ସହ ରହୁଥିଲେ କାଳକ୍ରମେ ଅଶ୍ମିନୀଙ୍କ ମଧ୍ୟ ସମ୍ପର୍କ ଗଢ଼ିଉଠିଥିଲା । ଏହା ଜାଣିବା ପରେ ଯୁବକ ଜଣକ ଅଶ୍ମିନୀଙ୍କୁ ମାରପିଟ କରିଥିଲା । ଫଳରେ ଅଶ୍ମିନୀ ଗତ କିଛି ମାସ ହେବ ପାନ୍ଥନିବାସ ରୋଡ଼ରେ ଥିବା ଅନ୍ୟ ଏକ ଘରକୁ ଚାଲି ଆସିଥିଲେ । ଏହି ଘଟଣାକୁ ନେଇ ଅଶ୍ମିନୀଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତଦନ୍ତ ପରେ ଉନ୍ମୋଚିତ ହେବ ବୋଲି ପୋଲିସ ପ୍ରକାଶ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡବ୍ଳୁସିଓର ନିର୍ଦ୍ଦେଶକ ହେଲେ ଓଡ଼ିଶାର ପ୍ରଣବ ଦାସ

ଡବ୍ଳୁସିଓର ନିର୍ଦ୍ଦେଶକ ହେଲେ ଓଡ଼ିଶାର ପ୍ରଣବ ଦାସ

Read More...

ଦୁଇ ସନ୍ତାନକୁ ବିଷ ଦେଇ ନିଜେ ପିଇଲା ମା’, ମା’ ମୃତ, ପୁଅଝିଅ ଗୁରୁତର

ଦୁଇ ସନ୍ତାନକୁ ବିଷ ଦେଇ ନିଜେ ପିଇଲା ମା’, ମା’ ମୃତ, ପୁଅଝିଅ ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page