ଡବ୍ଳୁସିଓର ନିର୍ଦ୍ଦେଶକ ହେଲେ ଓଡ଼ିଶାର ପ୍ରଣବ ଦାସ

June 30, 2019, ଓଡ଼ିଶା, , Anupambharat News Bureau


ଡବ୍ଳୁସିଓର ନିର୍ଦ୍ଦେଶକ ହେଲେ ଓଡ଼ିଶାର ପ୍ରଣବ ଦାସ
Anupambharat News Bureau
June 30, 2019

ଭୁବନେଶ୍ୱର, ୩୦ା୬ (ଅନୁପମ ମିଡିଆ) : ପ୍ରଥମ ଭାରତୀୟ ତଥା ଓଡ଼ିଆ ଆଇଆରଏସ ପ୍ରଣବ କୁମାର ଦାସ ବିଶ୍ୱସୀମା ଶୁÂ ସଂଗଠନ(ଡବ୍ଳୁସିଓ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପଦ ପାଇଁ ଇଂଲଣ୍ଡ ପ୍ରାର୍ଥୀଙ୍କୁ ହରାଇ ପ୍ରଣବ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ପ୍ରଣବ ମୋଟ ୧୦୮ଟି ଭୋଟ୍‌ ପାଇଥିବାବେଳେ ୟୁକେର ପ୍ରାର୍ଥୀ ୬୮ ଖଣ୍ଡ ଭୋଟ୍‌ ପାଇଥିଲେ । ପୂର୍ବରୁ ଏହି ପଦବୀ ପାଇଁ ତିନି ଜଣ ଭାରତୀୟ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ବର୍ତ୍ତମାନ ପ୍ରଣବ କେନ୍ଦ୍ର ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁÂ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ । ଚଳିତ ବର୍ଷ କେନ୍ଦ୍ର ସରକାର ଜାନୁଆରୀ ମାସରେ ପ୍ରଣବଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲେ । ଦାସ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ଗ୍ରାଜୁଏଟ ହୋଇଥିବା ବେଳେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହରୁ ୟୁନିଭର୍ସିଟିରୁ ପିଜି କରିଥିଲେ । ସେ ଭୁବନେଶ୍ୱରର ସ୍ୱର୍ଗତ ଆଇନଜୀବୀ ରମେଶଚନ୍ଦ୍ର ଦାସଙ୍କର ପୁଅ । ଡବ୍ଳୁସିଓର ନିର୍ଦ୍ଦେଶକ ରୂପେ ନିର୍ବାଚିତ ହୋଇ ଦେଶ ପାଇଁ ଗୌରବ ଆଣିଛନ୍ତି ପ୍ରଣବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସରୁ ଇସ୍ତଫା ଦେଲେ ଡ଼ା. ପୁଜାହାରୀ

କଂଗ୍ରେସରୁ ଇସ୍ତଫା ଦେଲେ ଡ଼ା. ପୁଜାହାରୀ

Read More...

ଡେମନେଷ୍ଟ୍ରେଟରଙ୍କ ଶବ ଉଦ୍ଧାର, ଅନୈତିକ ସମ୍ପର୍କରୁ ହତ୍ୟା ସନ୍ଦେହ

ଡେମନେଷ୍ଟ୍ରେଟରଙ୍କ ଶବ ଉଦ୍ଧାର, ଅନୈତିକ ସମ୍ପର୍କରୁ ହତ୍ୟା ସନ୍ଦେହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page