ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା ମୋବାଇଲ ଆପ୍‌

July 01, 2019, ଓଡ଼ିଶା, , Anupambharat News Bureau


ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା ମୋବାଇଲ ଆପ୍‌
Anupambharat News Bureau
July 01, 2019

ଭୁବନେଶ୍ୱର, ୧ା୭ (ଅନୁପମ ମିଡିଆ): ଡିଜିଟାଲ ଇଣ୍ଡିଆ ର ପ୍ରସାର ଓ ଇଲେକେଫ୍ରାନିକ୍ସ ମାଧ୍ୟମରେ ସୂଚନା ପ୍ରଦାନକୁ ଲକ୍ଷ୍ୟ ରଖି ପୂର୍ବତଟ ରେଳପଥ ଜୁଲାଇ ମାସ ୪ ତାରିଖ ଠାରୁ ୧୪ ତାରିଖ ମଧ୍ୟରେ ରଥଯାତ୍ରା ସମ୍ବନ୍ଧରେ ରେଳବାଇର ସୂଚନା ଓ ସୁବିଧା ଉପଲବ୍ଧ ବିଷୟରେ ସୂଚନା ପାଇଁ ‘ଇସିଓଆର୍‌’ମୋବାଇଲ ଆପ ସେବା ପ୍ରଚଳନ କରିଛି, ଯଦ୍ୱାରା ଏହି ସମୟରେ ପୁରୀକୁ ଆସୁଥିବା ତୀର୍ଥ ଯାତ୍ରୀ ଓ ଭକ୍ତ ମାନେ ଉପକୃତ ହୋଇପାରିବେ । ରଥ ଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ସେବା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ ଗୁଡିକ ସହିତ ନିୟମିତ ଚଳାଚଳ କରୁଥିବା ଟ୍ରେନ ଓ ଅନ୍ୟ ସୁବିଧା ଉପଲବ୍ଧ ପାଇଁ ମୋବାଇଲ ସ୍ମାର୍ଟ ଫୋନ ରେ ଗୁଗୁଲ ପ୍ଲେ ଷ୍ଟୋର ରୁ ଯାତ୍ରୀମାନେ ‘ଇସିଓଆର୍‌’ ଆପ୍‌କୁ ଡାଉନ ଲୋଡ଼ କରି ରେଳବାଇର ସମସ୍ତ ସୁବିଧା ବିଷୟରେ ଜାଣିପାରିବେ । ଏହାର ପ୍ରମୁଖ ବିଶେଷତ୍ୱ ନିମ୍ନ ପ୍ରକାର ରହିଛି ।
ଏହା ବ୍ୟତୀତ ଯାତ୍ରୀମାନେ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ, ସେ ସମ୍ପର୍କରେ ସୂଚନା, ନିରାପତ୍ତା, ଡାକ୍ତରୀ ଓ ଅନ୍ୟାନ ହେଲ¬ ଲାଇନ ନମ୍ବର କୁ ଏହି ଆପରେ ସିଧା ସଳଖ ଡାଏଲ କରି ସଦୁପଯୋଗ କରାଯାଇପାରିବ । ଜନସାଧାରଣଙ୍କ ପାଇଁ କୌଣସି ସଦ୍ୟ ଜରୁରୀ ସୂଚନା ଯଥା ଲଗେଜ ହଜିଯିବା, ଲୋକ ହଜିଯିବା ସୂଚନାକୁ ଏହି ହେଲ¬ ଲାଇନ ରେ ପ୍ରଦାନ କରାଯାଇପାରିବ ଓ ସଦ୍ୟ ଓ ପ୍ରମୁଖ ସୂଚନାକୁ ମଧ୍ୟ ପାଇପାରିବେ । ଏହା ଦ୍ୱାରା ମଧ୍ୟ ରଥ ଯାତ୍ରା ର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଉପଲବ୍ଧ ହେବ ।ଯାତ୍ରୀମାନଙ୍କୁ ଉପଦେଶ ଦିଆଯାଇ କୁହାଯାଉଅଛି ଯେ ସେମାନେ ସ୍ମାର୍ଟ ଫୋନ ରେ ଗୁଗୁଲ ପ୍ଲେ ଷ୍ଟୋରରୁ ଆପ ଡାଉନଲୋଡ଼ ଦ୍ୱାରା ବିଭିନ୍ନ ସୂଚନା ପାଇପାରିବା ସହିତ ଟିକେଟ କାଉଣ୍ଟର ଓ ସୂଚନା କେନ୍ଦ୍ରରେ ଭିଡ଼ରୁ କ୍ଷ୍ୟାନ୍ତ ରହି ପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୁଖିଗଲାଣି ଦେଶର ୪୫୦୦ ନଦୀ  ପୋତି ହୋଇଗଲାଣି ୨୦ ଲକ୍ଷ ପୋଖରୀ

ଶୁଖିଗଲାଣି ଦେଶର ୪୫୦୦ ନଦୀ ପୋତି ହୋଇଗଲାଣି ୨୦ ଲକ୍ଷ ପୋଖରୀ

Read More...

ଶବଦାହ କରି ଗାଧୋଇବା ବେଳେ ବୁଡି ଜଣେ ମୃତ

ଶବଦାହ କରି ଗାଧୋଇବା ବେଳେ ବୁଡି ଜଣେ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page