ଶୁଖିଗଲାଣି ଦେଶର ୪୫୦୦ ନଦୀ ପୋତି ହୋଇଗଲାଣି ୨୦ ଲକ୍ଷ ପୋଖରୀ

July 01, 2019, ଦେଶ, , Anupambharat News Bureau


ଶୁଖିଗଲାଣି ଦେଶର ୪୫୦୦ ନଦୀ  ପୋତି ହୋଇଗଲାଣି ୨୦ ଲକ୍ଷ ପୋଖରୀ
Anupambharat News Bureau
July 01, 2019

ନୂଆଦିଲ୍ଲୀ: ଜଳ ସଂରକ୍ଷଣ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହାରି ଭିତରେ ଦେଶରେ ଜଳର ସ୍ଥିତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଜଲଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୧୦ ବର୍ଷ ତଳେ ଦେଶରେ ପାଖାପାଖି ୧୫ ହଜାର ନଦୀ ଥିଲା । ଏହାରି ଭିତରେ ୩୦ ପ୍ରତିଶତ ନଦୀ ଅର୍ଥାତ ପାଖାପାଖି ସାଢେ ୪ ହଜାର ନଦୀ ଶୁଖିଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା ମନ୍ତ୍ରୀ କହିଛନ୍ତି । ତେବେଏହି ନଦୀ ଗୁଡ଼ିକରେ ବର୍ଷା ଦିନରେ ପାଣି ରହିଥାଏ । ଦେଶରେ ଜଳପୁରୁଷ ଭାବରେ ପରିଚିତ ଜଲଶକ୍ତି ମନ୍ତ୍ରୀଙ୍କ ଏକ ଟିମ୍‌ କିଛି ବର୍ଷ ପୂର୍ବରୁ ସାରା ଦେଶରେ ଏକ ସର୍ଭେ କରିଥିଲା । ଯେଉଁଥିରେ ଦେଶ ସ୍ୱାଧୀନ ହେବା ପରେ ଦେଶରେ ୨୦ ଲକ୍ଷରୁ ଅଧିକ ପୋଖରୀ,କୁଅ ଓ ଛୋଟ ଜଳାଶୟ ଆଜି ଶୁଖି ଯାଇଛି । ସ୍ୱାଧୀନ ହେବା ପରେ ଦେଶରେ ୬ ଲକ୍ଷ ଗାଁ ରହିଥିଲା । ପ୍ରତି ଗ୍ରାମରେ ନଦୀ ଏବଂ ପୋଖରୀ ମିଶି ୫ଟି ଜଳ ଉତ୍ସ ଥିଲା । ଅର୍ଥାତ ସାରା ଦେଶରେ ମୋଟ୍‌ ୩୦ ଲକ୍ଷ ନଦୀ ଓ ଜଳାଶୟ ଆଦି ଥିଲା । ଏବେ ଦେଶରେ ଭୂତଳ ଜଳ ସ୍ତର ପ୍ରତିବର୍ଷ ୩ ମିଟର ଲେଖାଏ ଖସୁଛି । ଜଲ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶ, ରାଜସ୍ଥାନ ଏହଂ ଗୁଜରାଟରେ ଭୂତଳ ଜଳସ୍ତର ୪୦ ମିଟରରୁ କମ୍‌ ହୋଇଗଲାଣି । ସେହିପରି ନିକଟରେ ନୀତି ଆୟୋଗ ମଧ୍ୟ ଦେଶରେ ଜଳ ସଂରକ୍ଷଣ ନେଇ ରିପୋର୍ଟ ପ୍ରକାଶ କରିଥିଲା । ଯେଉଁଥିରେ ୪୦ ପ୍ରତିଶତ ଲୋକଙ୍କ ପାଖରେ ପାଣି ପାଇବା କଷ୍ଟକର ହୋଇଯିବ ବୋଲି ପୂର୍ବାନୁମାନ କରାଯାଇଥିଲା । ଏବେ ଦେଶରେ ୭୬ ପ୍ରତିଶତ ପାଣି ଚାଷରେ, ୭ ପ୍ରତିଶତ ପାଣି ଶିଳ୍ପରେ, ୧୧ ପ୍ରତିଶତ ପାଣି ଘରମାନଙ୍କରେ ଏବଂ ୬ ପ୍ରତିଶତ ପାଣି ଅନ୍ୟାନ୍ୟ କାମରେ ବ୍ୟବହାର ହେଉଛି ବୋଲି ୱାଟର କ୍ୱାଲିଟି ଇଣ୍ଡେକ୍ସ ସୂଚନା ଦେଇଛି । ସେହିପରି ୭୦ ପ୍ରତିଶତ ପାଣି ଦୂଷିତ ବୋଲି ଜଣାପଡ଼ିଛି । ସେହିପରି ବର୍ଷାଜଳ ସଂରକ୍ଷଣ କ୍ଷେତ୍ରରେ ଆମେରିକା ଶୀର୍ଷରେ ରହିଛି । ସେହି ତାଲିକାରେ ଆମେରିକା ପରେ ଅଷ୍ଟ୍ରେଲିଆ, ଚାଇନା, ସ୍ପେନ, ଭାରତ ଏବଂ ଛଅ ନମ୍ବର ସ୍ଥାନରେ ପାକିସ୍ତାନ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିଶୁ ମଡ଼କ ଦୁର୍ଭାଗ୍ୟଜନକ : ନୀତୀଶ

ଶିଶୁ ମଡ଼କ ଦୁର୍ଭାଗ୍ୟଜନକ : ନୀତୀଶ

Read More...

ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା ମୋବାଇଲ ଆପ୍‌

ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା ମୋବାଇଲ ଆପ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page