ସ୍କୁଲ୍‌ରେ ପଶି ଶିକ୍ଷୟତ୍ରୀଙ୍କୁ ହାଣିଦେଲେ

July 01, 2019, ଓଡ଼ିଶା, , Anupambharat News Bureau


ସ୍କୁଲ୍‌ରେ ପଶି ଶିକ୍ଷୟତ୍ରୀଙ୍କୁ ହାଣିଦେଲେ
Anupambharat News Bureau
July 01, 2019

କଟକ,୧ା୭ (ଅନୁପମ ମିଡ଼ିଆ): ଜଣେ ଯୁବକ ସ୍କୁଲରେ ପଶି ଜନୈକା ଶିକ୍ଷୟତ୍ରୀଙ୍କୁ ହାଣିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଗୁରୁତର ଶିକ୍ଷୟତ୍ରୀଙ୍କୁ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି । ଏହି ଘଟଣା କଟକ ଜିଲ୍ଳାର ନିଆଳିରେ ଥିବା ଆମ୍ବପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ।
ମିଳିିଥିବା ସୂଚନାନୁଯାୟୀ ଆମ୍ବପଦା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁଚିସ୍ମିତା ମୁଦୁଳି ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ସମୟ ପ୍ରାୟ ସାଢ଼େ ୧୧ଟାରେ ହଠାତ ଜଣେ ଯୁବକ ଉକ୍ତ କକ୍ଷରେ ପ୍ରବେଶ କରିଥିଲେ । କେହି କିଛି ବୁଝିବା ଆଗରୁ ଯୁବକ ଜଣଙ୍କ ଶିକ୍ଷୟତ୍ରୀଙ୍କୁ ସେ ଧରିଥିବା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ଶିକ୍ଷୟତ୍ରୀଙ୍କ ହାତ, ବେକ ଏବଂ କାନ୍ଧରେ ଗଭୀର ଅଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ଘଟିବାରୁ ସେ ସେଠାରେ ପଡ଼ି ଚିତ୍କାର କରିଥିଲେ । ଏହି ସମୟରେ ଶ୍ରେଣୀରେ ଥିବା ପିଲା ଭୟରେ ଚିତ୍କାର କରି ଦୌଡ଼ିବାରେ ଲାଗିଥିଲେ । ପିଲାଙ୍କ ପାଟି ଶୁଣି ବିଦ୍ୟାଳୟର ଅନ୍ୟ ଶିକ୍ଷକ ଏବଂ କର୍ମଚାରୀ ଉକ୍ତ ଶ୍ରେଣୀରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ସେଠାରୁ ଉଦ୍ଧାର କରି କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ଘଟଣାର ସୂଚନା ପାଇ ଅଭିଯୁକ୍ତ ଯୁବକକୁ ନିଆଳି ଚାରିଛକ ବଜାରୁ ଗିରଫ ସହ ଆକ୍ରମଣରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ତାରି ନିକଟରୁ ଜବତ କରିଥିଲା । ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା କୁମାରୀ ପୃଷ୍ଟି ଏବଂ ସୁଚିସ୍ମିତାଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ପୃଥକ ଭାବେ ମାମଲା ରୁଜୁ କରାଯାଇଥିବା ସଦର ଏସ୍‌ଡ଼ିପିଓ ସୁବାଷ ପଣ୍ଡା ସୂଚିତ କରିଛନ୍ତି । ଅଭିଯୁକ୍ତ ଏବଂ ଆକ୍ରମଣରେ ଗୁରୁତର ଶିକ୍ଷୟତ୍ରୀ ଗୋଟିଏ ଗ୍ରାମର ଏବଂ ପୂର୍ବ ଶତ୍ରୁତାରୁ ଏଭଳି ଘଟିଥିବା ଏସ୍‌ଡ଼ିପିଓ ପ୍ରକାଶ କରିଛନ୍ତି । ତେବେ ଏଭଳି ଘଟଣା ଆଜିର ଚର୍ଚ୍ଚର ବିଷୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗୃହରେ‘ଫନି’ଝଡ଼

ଗୃହରେ‘ଫନି’ଝଡ଼

Read More...

ଶିଶୁ ମଡ଼କ ଦୁର୍ଭାଗ୍ୟଜନକ : ନୀତୀଶ

ଶିଶୁ ମଡ଼କ ଦୁର୍ଭାଗ୍ୟଜନକ : ନୀତୀଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page