ଶିଶୁ ମଡ଼କ ଦୁର୍ଭାଗ୍ୟଜନକ : ନୀତୀଶ

July 01, 2019, ଦେଶ, , Anupambharat News Bureau


ଶିଶୁ ମଡ଼କ ଦୁର୍ଭାଗ୍ୟଜନକ : ନୀତୀଶ
Anupambharat News Bureau
July 01, 2019

ପାଟନା: ଘାତକ ମସ୍ତିଷ୍କ ଜ୍ୱର ଏଇଏସ୍‌ ଏବେ ବିହାରରେ ଗୋଟିଏ ପରେ ଗୋଟିଏ ଶିଶୁଙ୍କ ମୁଣ୍ଡ ନେବାରେ ଲାଗିଛି । ଆକୁ୍ୟଟ ଏନ୍ସେଫାଲଇଟିସ୍‌ ବା ଉତ୍କଟ ମସ୍ତିଷ୍କ ଜ୍ୱର ଜନିତ ଶିଶୁ ମୃତୁ୍ୟ ସଂଖ୍ୟା ୧୫୦ ଅତିକ୍ରମ କରିବା ପରେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ନିଜର ପକ୍ଷ ରଖିଛନ୍ତି । ସେ ଏଭଳି ଶିଶୁ ମଡ଼କକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏଥିପାଇଁ ଯେତେ ଶୋକ ବ୍ୟକ୍ତ କଲେ ମଧ୍ୟ କମ୍‌ ହେବ ବୋଲି କହିଛନ୍ତି । ଶିଶୁ ମୃତୁ୍ୟକୁ ରୋବିକାରେ ସରକାର ବିଫଳ ହୋଇଛନ୍ତି ବୋଲି, ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରି ଆସୁଥିବାରୁ ଆଜି ନୀତୀଶ କୁମାର ନିଜ ସରକାରଙ୍କ ଦୋଷକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି । ଶିଶୁ ମୃତୁ୍ୟ ନେଇ ସରକାର ଏକାଧିକ ବୈଠକ କରିବା ସହ ଏହାକୁ ରୋକିବା ପାଇଁ ସବୁ ପ୍ରକାରର ଚେଷ୍ଟା କରୁଥିବା କହିଛନ୍ତି । ବିଧାନସଭାରେ ନୀତୀଶ କୁମାର କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବିହାରରେ ଭୟଙ୍କର ରୂପ ଧାରଣ କରିଥିବା ଉତ୍କଟ ଶିଶୁ ମାନଙ୍କୁ ମସ୍ତିଷ୍କ ଜ୍ୱର ବା ଆକୁ୍ୟଟ ଏନ୍ସେଫା ଲାଇଟିସ୍‌ରେ ଶିଶୁ ମୃତୁ୍ୟ ସଂଖ୍ୟା ୧୮୦ରେ ପହଞ୍ଚିଛି । ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଆଜି ସୁପ୍ରିମକୋର୍ଟ ଉଭୟ ବିହାର ସରକାର ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ଏନ୍ସେଫାଲାଇଟିସ୍ରେ ଶିଶୁ ମୃତୁ୍ୟ ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଆଜି ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆସନ୍ତା ୧୦ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ସ୍ୱାସ୍ଥ୍ୟସେବା, ପୁଷ୍ଟି ଓ ହାଇଜିନ୍‌ ବା ପରିମଳ ହେଉଛି ପ୍ରାଥମିକ ଅଧିକାର । ଏଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର କି’ ବ୍ୟବସ୍ଥା ଗ୍ରହଣ କରିଛନ୍ତି, ତା’ର ଜବାବ ଦେବାକୁ କୋର୍ଟ କହିଛନ୍ତି । ଆବେଦନକାରୀ ଏନସେଫାଲାଇଟିସ୍‌ ଦ୍ୱାରା ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ ।ଆମ ସରକାର ଏହାକୁ ଗୁରୁତ୍ୱର ସହ ନେଇ ବାରମ୍ବାର ବୈଠକ କରିବା ସହ ଏହାର ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି । ମୁଁ ୨୦୧୫ରେ ପାଟନା ଏମ୍‌ସର ଡାକ୍ତରମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲି । ଏଥିସହ ଏହା କ’ଣ ପାଇଁ ବ୍ୟାପୁଛି ସେ ସମ୍ପର୍କରେ ବିଶେଷଜ୍ଞମାନଙ୍କ ସହ ମଧ୍ୟ ବୈଠକ କରିଥିଲି । ଏପରି କି ଆମେରିକାକୁ ମଧ୍ୟ ଏ ସମ୍ପର୍କରେ ରିପୋର୍ଟ ପଠାଯାଇ ମତାମତ ଲୋଡ଼ା ଯାଇଥିଲା । ଦୀର୍ଘ ବର୍ଷ ହେଲାଣି ଏହି ରୋଗର ମୁକାବିଲା ପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ଏବେ ଆମେ ସୋସିଓ-ଇକୋନୋମିକ (ସାମାଜିକ-ଅର୍ଥନୀତିକ) ସର୍ଭେ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ । ବିଧାନସଭାରେ ତଥ୍ୟ ଉପସ୍ଥାପନ କରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି, ଜୁନ୍‌ ୨୮ ସୁଦ୍ଧା ହସ୍ପିଟାଲ୍‌ରେ ଏନ୍ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ୭୨୦ ଜଣ ଶିଶୁ ଭର୍ତ୍ତି ହୋଇଛନ୍ତି । ସେହିପରି ୫୮୬ ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଉଭୟ କଂଗ୍ରେସ ଓ ଆରଜେଡି ବିଧାନସଭାରେ ନୋଟିସ୍‌ ଦେଇଥିଲେ । ଏହି ସ୍ପଷ୍ଟୀକରଣ ପରେ ମଧ୍ୟ ଆରଜେଡି ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ଇସ୍ତଫା ଦାବି କରିଛି । ସେହିପରି ଶିଶୁ ମୃତୁ୍ୟର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବାକୁ ମଧ୍ୟ ଦଳ ଦାବି ଉପସ୍ଥାପନ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍କୁଲ୍‌ରେ ପଶି ଶିକ୍ଷୟତ୍ରୀଙ୍କୁ ହାଣିଦେଲେ

ସ୍କୁଲ୍‌ରେ ପଶି ଶିକ୍ଷୟତ୍ରୀଙ୍କୁ ହାଣିଦେଲେ

Read More...

ଶୁଖିଗଲାଣି ଦେଶର ୪୫୦୦ ନଦୀ  ପୋତି ହୋଇଗଲାଣି ୨୦ ଲକ୍ଷ ପୋଖରୀ

ଶୁଖିଗଲାଣି ଦେଶର ୪୫୦୦ ନଦୀ ପୋତି ହୋଇଗଲାଣି ୨୦ ଲକ୍ଷ ପୋଖରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page