ରାହୁଲ୍‌ଙ୍କ ଇସ୍ତଫା, ମୋତିଲାଲ ଭୋରା ହେବେ ଅନ୍ତରୀଣ ଅଧ୍ୟକ୍ଷ!

July 03, 2019, ଦେଶ, , Anupambharat News Bureau


ରାହୁଲ୍‌ଙ୍କ ଇସ୍ତଫା, ମୋତିଲାଲ ଭୋରା ହେବେ ଅନ୍ତରୀଣ ଅଧ୍ୟକ୍ଷ!
Anupambharat News Bureau
July 03, 2019

ନୂଆଦିଲ୍ଲୀ, ୩ା୭: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଖୁବ୍‌ ଶୀଘ୍ର ପୂର୍ବତନ ଅଧ୍ୟକ୍ଷ ଭାବେ ପରିଚିତ ହେବେ । ୨୦୧୯ ସାଧାରଣ ନିର୍ବାଚନ ପରେ ବେଶ୍‌ କିଛି ଦିନ ଧରି ଚାଲିଥିବା ଇସ୍ତଫା ନାଟକର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର ଟ୍‌ୱିଟ୍‌ ଜରିଆରେ ପ୍ରକାଶ କରିଛନ୍ତି । ଏଥିସହ ସେ ସ୍ପଷ୍ଟ କରିଦେଇଛନ୍ତି ‘ଏକ ସପ୍ତାହ’ ମଧ୍ୟରେ ହିଁ ଦଳ ନୂଆ ଅଧ୍ୟକ୍ଷଙ୍କୁ ପାଇବ । ସେ ଏହି ଅବସରରେ ଏହି ୪ପୃଷ୍ଠା ସମ୍ବଳିତ ଚିଠିରେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ଏକ ସମ୍ମାନର କଥା । କଂଗ୍ରେସର ଆଦର୍ଶ ଆମ ଦେଶବାସୀଙ୍କ ରକ୍ତରେ ପ୍ରବାହିତ ବୋଲି ମଧ୍ୟ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଭାବେ ସେ ପାଇଥିବା ଭଲ ପାଇବା ଏବଂ ସମ୍ମାନ ପାଇଁ ଋଣୀ ରହିବେ । ନୂଆ ଅଧ୍ୟକ୍ଷଙ୍କ ବାବଦରେ ସେ କହିଛନ୍ତି, ବିନା କୌଣସି ବିଳମ୍ବରେ ଦଳ ନୂଆ ଅଧ୍ୟକ୍ଷ ବାଛିନେବା ଠିକ ହେବ, କି;ୁ ମୁଁ ଏହି ପ୍ରକ୍ରିୟାରେ ସାମିଲ ହେବିନାହିଁ । ମୁଁ ଇସ୍ତଫା ଦେଇ ସାରିଛି ଏବଂ ମୁଁ ଏବେ ଆଉ ଅଧ୍ୟକ୍ଷ ନାହିଁ । ସେ କହିଛନ୍ତି, ଦଳର ସର୍ବୋଚ୍ଚ ନିଷ୍ପତ୍ତି କର୍ତ୍ତା କଂଗ୍ରେସ ୱାର୍କିଂ କମିଟି ଖୁବ୍‌ ଶୀଘ୍ର ଏକ ବୈଠକ ଡାକି ଅଧ୍ୟକ୍ଷ ନିର୍ବାଚିତ କରୁଛି ସେ ଏହି ପ୍ରକ୍ରିୟାରେ ରହିବା ପ୍ରସଙ୍ଗକୁ ଜଟିଳ କରିବାକୁ ଥିବାରୁ ସେ ଏଥିରୁ ଦୂରେଇ ରହିବେ । କଂଗ୍ରେସ ଦଳ ଅଧିକାଂଶ ସମୟ ଧରି ନେହରୁ-ଗାନ୍ଧି ପରିବାରର ନେତୃତ୍ୱରେ ରହିଆସିଛି । ତେବେ ତୃତୀୟ ଥର ପାଇଁ ଜଣେ ଅଣଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି । କଂଗ୍ରେସ ଲଗାତାର ଦ୍ୱିତୀୟ ଥର ନିର୍ବାଚନରେ ମାତ ଖାଇବା ପରେ ରାହୁଲ ଗତ ମେ ୨୫ ତାରିଖରେ ଇସ୍ତଫା ଦେଇଥିଲେ । ଅନ୍ୟମାନେ ତାଙ୍କୁ ପଦ ନ ଛାଡ଼ିବାକୁ ଅନୁରୋଧ କରିଆସିଥିଲେ ମଧ୍ୟ ସେ ଅଡ଼ିବସିଥିଲେ । ସୂଚନାଯୋଗ୍ୟ ଯେ, ୫୪୩ ଆସନରୁ କଂଗ୍ରେସ ଏଥର ମାତ୍ର ୫୨ଟି ଆସନ ଜିତିପାରିଛି ।
ସେ ଏହି ଚିଠିରେ ଲେଖିଛନ୍ତି, ମୁଁ ଦଳର ଅଧ୍ୟକ୍ଷ ହିସାବରେ ଏହି ପରାଜୟ ପାଇଁ ଉତ୍ତରଦାୟିତ୍ୱ ନେଉଛି । ୨୦୧୯ ପରାଜୟ ପାଇଁ ଅନେକ ନେତାଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ । କି;ୁ ସେମାନଙ୍କୁ ଦାୟୀ କରି ମୁଁ ଉତ୍ତରଦାୟିତ୍ୱ ନନେବା ଭୁଲ ହେବ । ସେ କହିଛନ୍ତି, ମୋର ବିଜେପି ପ୍ରତି ଘୃଣା ବା କ୍ରୋଧ ନାହିଁ କି;ୁ ସେମାନଙ୍କ କଳ୍ପନାର ଭାରତକୁ ମୁଁ କଦାପି ଗ୍ରହଣ କରିପାରିବି ନାହିଁ ।
ଶେଷରେ ସେ ହଜାର ହଜାର ଭାରତୀୟ ଏବଂ ବିଦେଶୀ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, କଂଗ୍ରେସ ଦଳ ପାଇଁ ସେ ଲଢ଼େଇ କରିବା ଜାରି ରଖିବେ । ସେ ପୁଣି କହିଛନ୍ତି, କ୍ଷମତାର ଲାଳସାକୁ ବଳି ନଦେଲେ ଆମେ ଆମ ବିରୋଧୀଙ୍କୁ ହରାଇପାରିବା ନାହିଁ । ମୁଁ କଂଗ୍ରେସ କର୍ମୀ ଭାବେ ଜନ୍ମ ନେଇଥିଲି ଏବଂ ଏହି ଦଳ ଓ ତାର ଆଦର୍ଶ ମୋ ରକ୍ତରେ ପ୍ରବାହିତ ହେଉଛି ଏବଂ ଏହା ସବୁଦିନ ପାଇଁ ରହିବ ।


କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଭୋରା ଦଳର ସବୁକଥା ବୁଝିବେ । ମୋତିଲାଲ ଭୋରେ ୨୦୧୪ରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି । ୧୯୮୮ରେ ସେ ପ୍ରଥମଥର ରାଜ୍ୟସଭାକୁ ଯାଇଥିଲେ । ସେହିପରି ୧୯୮୫, ୧୯୮୮ ଓ ୧୯୮୯ରେ ସେ କିଛି ସମୟ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୩ ମେ’ ୧୬ରୁ ୧୯୯୬ ମସିହା ମେ’ ୩ ତାରିଖ ଯାଏ ଭୋରା ଉତ୍ତର ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଇତି ମଧ୍ୟରେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ଯେ କଂଗ୍ରେସ ଦଳର ସ୍ଥାୟୀ ଅଧ୍ୟକ୍ଷ ଭାବେ ସୁଶୀଲ କୁମାର ସନ୍ଧେ ଓ ମାଲିକାର୍ଜୁନ୍‌ ଖାଡ୍‌ଗେଙ୍କ ମଧ୍ୟରେ ଜଣକୁ ଚୟନ କରାଯାଇ ପାରେ । ସୂଚନା ଥାଉକି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ପି.ଭି. ନରସିଂହ ରାଓ ସୀତାରାମ କେଶରୀ ଦଳର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ତୃତୀୟଥର ପାଇଁ ଜଣେ ଅଣ ନେହେରୁ ଓ ଗାନ୍ଧି ପରିବାରର ସଦସ୍ୟ ଭାରତୀୟ ଗଣତନ୍ତ୍ରର ପ୍ରକୃତ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବା ପାଇଁ ବଡ଼ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ସ୍ଥିତିରେ ବିଜେପି ଶାସନ କ୍ଷମତାରେ ଥିବା ଯୋଗୁଁ ବିରୋଧୀଙ୍କ ଭୂମିକା ହିଁ ପ୍ରକୃତ ଗଣତନ୍ତ୍ରର ଭାବମୂର୍ତ୍ତିକୁ ବଜାୟ ରଖିବାରେ ପ୍ରହରୀ ଭାବେ କାର୍ଯ୍ୟ କରିବେ । ତେଣୁ କାହାକୁ ଅଧ୍ୟକ୍ଷ କରାଯିବ ଏହା ଅତୀଶୀଘ୍ର ସପ୍ତାହକ ମଧ୍ୟରେ ଚୟନ ହୋଇଯିବ ବୋଲି ଦଳପକ୍ଷରୁ ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ ଭକ୍ତ

ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ ଭକ୍ତ

Read More...

ଆମ୍ବ ପାଇଁ ୫ ବର୍ଷୀୟ ଶିଶୁକୁ ନିର୍ମମ ଭାବେ ହତ୍ୟା କଲେ ସାଙ୍ଗ

ଆମ୍ବ ପାଇଁ ୫ ବର୍ଷୀୟ ଶିଶୁକୁ ନିର୍ମମ ଭାବେ ହତ୍ୟା କଲେ ସାଙ୍ଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page