ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ ଭକ୍ତ

July 03, 2019, ଓଡ଼ିଶା, , Anupambharat News Bureau


ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ ଭକ୍ତ
Anupambharat News Bureau
July 03, 2019

ପୁରୀ,୩ା୭(ଅନୁପମ ମିଡ଼ିଆ) : ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ । ରାତି ପାହିଲେ ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ରଥଯାତ୍ରା ହେବ । ଏଥିପାଇଁ ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନିରଥ । ଆଉ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ରଜ୍ଜୁ ଟାଣି ଜୀବନ କୃତାର୍ଥ କରିବାକୁ ଉଛନ୍ନ ହେଲେଣି ଭକ୍ତ । ଭଜନ ଓ କୀର୍ତ୍ତନରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ । ଆସନ୍ତାକାଲି ସକାଳ ୯ଟାରେ ମଦନମୋହନ, ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯିବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ । ରାତିପାହିଲେ ଆରମ୍ଭ ହେବ ଚତୁଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ତିନିରଥରେ ବିରାଜମାନ ହୋଇ ଚତୁର୍ଦ୍ଧାମୂର୍ତ୍ତି ଜନ୍ମସ୍ଥାନକୁ ଯାତ୍ରା କରିବେ ।
ସକାଳ ୬ଟାରେ ମଙ୍ଗଳ ଆରତୀ, ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପଲାଗି, ୬.୩୦ରେ ରୋଷ ହୋମ, ୭ଟାରେ ଅବକାଶ, ୭ଟା୧୦ରେ ସୂର୍ଯ୍ୟପୂଜା, ୭ଟା୩୦ରେ ଦ୍ୱାରପାଳ ପୂଜା, ୭ଟା ୩୦ ବେଶ ଶେଷ, ସକାଳ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପରେ ଖେଚୁଡି ଭୋଗ ହେବ । ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ । ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ଭିତରେ ମଦନମୋହନ ବିଜେ, ୧ଟା ୩୦ରୁ ୨ଟାରେ ଚିତା ଲାଗି, ୧ଟା ୩୦ରୁ ୨ଟା ୩୦ରେ ବେଶ ଶେଷ ହେବଛ ୨ଟାରୁ ୩ଟା ଭିତରେ ଛେରାପହଁରା କରାଯିବ । ଦିନ ୩ଟାରୁ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବଛ ୪ଟା ପରେ ରଥଟଣା ଆରମ୍ଭ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

Read More...

ରାହୁଲ୍‌ଙ୍କ ଇସ୍ତଫା, ମୋତିଲାଲ ଭୋରା ହେବେ ଅନ୍ତରୀଣ ଅଧ୍ୟକ୍ଷ!

ରାହୁଲ୍‌ଙ୍କ ଇସ୍ତଫା, ମୋତିଲାଲ ଭୋରା ହେବେ ଅନ୍ତରୀଣ ଅଧ୍ୟକ୍ଷ!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page