ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

July 07, 2019, ଓଡ଼ିଶା, , Anupambharat News Bureau


 ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
Anupambharat News Bureau
July 07, 2019

କେନ୍ଦୁଝର, ୭ା୭ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଶିବନାରାୟଣପୁରଗୋଡା ଗ୍ରାମ ପଞ୍ଚାୟତର କମଳାଙ୍ଗଠାରେ ରବିବାର ସକାଳେ ୩ଟି ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମିିଳିଥିବା ଖବର ଅନୁସାରେ ରବିବାର ଭୋର ୫ଟା ସମୟରେ କମଳାଙ୍ଗ ଗାଁର ହରେକୃଷ୍ଣ ବିଶୋଇ(୫୫) ସମାକୋଇ ନଦୀକୁ ଶୌଚ ନିମନ୍ତେ ଯାଇଥିଲେ । ଏତିକିବେଳେ ୩ଟି ଜଙ୍ଗଲୀ ଭାଲୁ ହାବୁଡରେ ସେ ପଡି ଯାଇଥିଲେ । ସମାକୋଇ ନଦୀ ନିକଟରେ ଥିବା ୩ଟି ଭାଲୁ ହରେକୃଷ୍ଣଙ୍କୁ ଅତର୍କିତ ଆକ୍ରମଣ କରି ତାଙ୍କର ମୁହଁ,କାନ ଓ ବାମ ଜଙ୍ଘରେ ଭାଲୁ କ୍ଷତବିକ୍ଷତ କରି ପକାଇଥିଲେ । ତାଙ୍କର ଚିକିାର ଶୁଣି ପରିବାର ଲୋକ ଓ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ୩ଟି ଭାଲୁ ସେଠାରୁ ପଳାଇ ଯାଇଥିଲେ । ହରେକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିସିାଳୟକୁ ଆଣିଥିଲେ । ହରେକୃଷ୍ଣଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମୀକ୍ଷା ବୈଠକ,  ସ୍ୱାସ୍ଥ୍ୟ ବିଭାଗର ସବୁ କ୍ଷେତ୍ରରେ ଅବହେଳା ନେଇ ମନ୍ତ୍ରୀ କ୍ଷୁବ୍ଧ

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମୀକ୍ଷା ବୈଠକ, ସ୍ୱାସ୍ଥ୍ୟ ବିଭାଗର ସବୁ କ୍ଷେତ୍ରରେ ଅବହେଳା ନେଇ ମନ୍ତ୍ରୀ କ୍ଷୁବ୍ଧ

Read More...

ବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page