ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମୀକ୍ଷା ବୈଠକ, ସ୍ୱାସ୍ଥ୍ୟ ବିଭାଗର ସବୁ କ୍ଷେତ୍ରରେ ଅବହେଳା ନେଇ ମନ୍ତ୍ରୀ କ୍ଷୁବ୍ଧ

July 07, 2019, ଓଡ଼ିଶା, , Anupambharat News Bureau


ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମୀକ୍ଷା ବୈଠକ,  ସ୍ୱାସ୍ଥ୍ୟ ବିଭାଗର ସବୁ କ୍ଷେତ୍ରରେ ଅବହେଳା ନେଇ ମନ୍ତ୍ରୀ କ୍ଷୁବ୍ଧ
Anupambharat News Bureau
July 07, 2019

ବାଲେଶ୍ୱର,୭ା୭ (ଅନୁପମ ମିଡିଆ): କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ, ପ୍ରାଣୀ ବିକାଶ ଏବଂ ଗୋପାଳ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଜି ଅପରାହ୍ନରେ ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏଥିରେ ସେ ଜିଲ୍ଲା ସ୍ୱାସ୍ଥ୍ୟ ସେବାର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରି ମଞ୍ଜୁରପ୍ରାପ୍ତ ପଦବୀ ୨୯୦ ଟି ଡାକ୍ତରୀ ପଦବୀ ସ୍ଥାନରେ ୧୯୪ ଜଣ ଡାକ୍ତର କାର୍ଯ୍ୟ କରୁଥିବା ଜାଣିପାରିଥିଲେ । ନିସ୍ତେଚକ ଡାକ୍ତର ତାଙ୍କ କାର୍ଯ୍ୟରୁ ମାସ ମାସ ଧରି ଅନୁପସ୍ଥିତ ରହିବା କାରଣରୁ ରୋଗୀ ସେବା ବାଧା ପ୍ରାପ୍ତ ହେଉଥିବା ସେ ଲୋକଙ୍କ ଠାରୁ ଅବଗତ ହୋଇଥିବା ତଥ୍ୟ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତାଗିଦ୍‌ କରିଥିଲେ । ଜନଔଷଧୀ ଆଉ କାର୍ଯ୍ୟ କରୁନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଣାଇଥିଲେ । ରାସ୍ତାକାମଗୁଡିକ ଅଧାପନ୍ତରିଆ ଭାବେ ପଡିରହୁଥିବା ଏବଂ ସେଥିପାଇଁ ଜନଅସନ୍ତୋଷ ପ୍ରକାଶ ପାଉଥିବା ଦୃଷ୍ଟି ଆକର୍ଷଣ କରି ସେ ଦିଗରେ ଉଚିତ୍‌ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ତାଗିଦ୍‌ କରିଥିଲେ । କୌଣସି ବୈଷୟିକ କାରଣ ଯୋଗୁଁ ଯପେରି ଜନସାଧାରଣ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଯତ୍ନବାନ ହେବାକୁ କହିଥିଲେ । ସେହିପରି ହଳଦିଆ ପୋଲର ନିର୍ମାଣ କାର୍ଯ୍ୟ ମନ୍ଥରତାର କାରଣ ପଚାରି ବୁଝି ଥିଲେ । ଜିଲ୍ଲାରେ ବିଦ୍ୟୁତ୍‌ ଯୋଗାଣ ଓ ବିଦ୍ୟୁତ୍‌ ସେବାରେ ଅନେକ ତ୍ରୁଟି ରହିଥିବା ଦର୍ଶାଇ ଏ କ୍ଷେତ୍ରରେ କିପରି ଉନ୍ନତି ଅଣାଯାଇ ପାରିବ ସେଥିପାଇଁ ସେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଉତ୍ତର ମାଗିଥିଲେ । ନୀଳଗିରି ଉପକଣw ଅଞ୍ଚଳସ୍ଥିତ ବରହମପୁର ଗ୍ରାମକୁ ବିଦୁତ୍‌ ଯୋଗାଣ ଯେପରି ଯୁଦ୍ଧକାଳୀନ ଭିତ୍ତିରେ ହୋଇପାରିବ ସୋଥିପାଇଁ ପଦକ୍ଷେପ ନେବାକୁ ସେ କହିଥିଲେ । ଏଥିସହିତ କୃଷି କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାଗୁଡିକ କିପରି କ୍ରିୟାଶୀଳ କରାଯାଇଛି ସେ ସମ୍ପର୍କରେ ଅବଗତ ହେବା ପରେ କୃଷି ଉପିାଦନ ଜିଲ୍ଲାରେ ବୃଦ୍ଧି ଘଟିଛି କି ବୋଲି ପ୍ରଶ୍ନ ପଚାରିଥିଲେ । ପରେ ଚାଷୀଙ୍କ ଠାରୁ ଧାନ କିଣାରେ ଯେଉଁ ସବୁ ବିଭ୍ରାଟ ହେଉଛି, ଚାଷୀମାନେ ଧାନର ବିକ୍ରି ମୂଲ୍ୟ ସଠିକ୍‌ ସମୟରେ ପାଇନପାରିବା ଉପରେ କ୍ଷୋଭ ପ୍ରକାଶ କରି ଏ କାର୍ଯ୍ୟରେ ଖିଲାପ କରୁଥିବା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ତଲବ କରିଥିଲେ । ସେହିପରି ମତ୍ସ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ବାଲଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ, ନୀଳଗିରି ବିଧାୟକ ସୁକାନ୍ତ କମାର ନାୟକ, ବେଆଇନ ଭାବରେ ମୋରମ୍‌ ଖୋଳାଯାଉଥିବା ବହୁବାର ରାଜସ୍ୱ ଓ ଜଙ୍ଗଲ ଜମିରୁ ବିଭାଗ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ପରିତାପର ବିଷୟ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଭାରପ୍ରାପ୍ତ ଅଧିକାରୀ ସମ୍ବିତ ନାୟକ, ଉପଜିଲ୍ଲାପାଳ ନୀଲୁ ନହାପାତ୍ର, ଭାରପ୍ରାପ୍ତ ପିଡି ସର୍ବେଶ୍ୱର ସିଂ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କର୍ଣ୍ଣାଟକାରେ ମେଣ୍ଟ ସରକାର-ବିଜେପି ମ୍ୟାଚ୍‌ ଟାଏ !

କର୍ଣ୍ଣାଟକାରେ ମେଣ୍ଟ ସରକାର-ବିଜେପି ମ୍ୟାଚ୍‌ ଟାଏ !

Read More...

 ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page