ବାହୁଡ଼ା ଯାତ୍ରା ଦେଖାଇ ନନେବାରୁ ଆତ୍ମହତ୍ୟା

July 14, 2019, ଓଡ଼ିଶା, , Anupambharat News Bureau


ବାହୁଡ଼ା ଯାତ୍ରା ଦେଖାଇ ନନେବାରୁ ଆତ୍ମହତ୍ୟା
Anupambharat News Bureau
July 14, 2019

ଅନୁଗୋଳ,୧୫ା୭(ଅନୁପମ ମିଡିଆ):ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଇଛା ଥିଲା । ମାତ୍ର ସ୍ୱାମୀ ଯାତ୍ରା ଦେଖାଇବାକୁ ନ ନେବାରୁ ରଶ୍ମିତା ପ୍ରଧାନ (୨୨) ନାମ୍ନୀ ଜଣେ ଯୁବତୀ ଆତ୍ମହତ୍ୟା କରିବା ଭଳି କଠୋର ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଅଙ୍ଗପଡ଼ାର ଏହି ଘଟଣା କିଶୋରନଗର ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ, ଗତ ୧୨ ତାରିଖ ସକାଳେ ଅଙ୍ଗପଡ଼ା ନିବାସୀ ରଶ୍ମିତା ବାହୁଡ଼ା ଯାତ୍ରା ଦେଖିବା ପାଇଁ ସ୍ୱାମୀ ସୁଜନ ପ୍ରଧାନଙ୍କୁ ଅନୁରୋଧ କରିଥିଲେ । କୌଣସି କାମକୁ ନେଇ ବସ୍ତ୍ୟ ଥିବାରୁ ସୁଜନା ମନା କରି ଦେଇଥିଲେ । ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସୁଜନ ଘରୁ ବାହାରି ଯିବା ପରେ ଅପରାହ୍ନ ୧୧ଟାରେ ରଶ୍ମିତା ଘରେ ଥିବା ସୁପର ଭାସ୍‌ମଲ୍‌ ପିଇ ଦେଇଥିଲେ । ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କୁ ଚିକିସିା ପାଇଁ ବୌଦ୍ଧ ଡ଼ାକ୍ତରଖାନାକୁ ନେଇଥିଲେ । ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବୁର୍ଲା ମେଡ଼ିକାଲ ଫାଣ୍ଡି ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧର୍ମରକ୍ଷାସେନା ସଭାପତିଙ୍କୁ ଗୁଳିମାଡ

ଧର୍ମରକ୍ଷାସେନା ସଭାପତିଙ୍କୁ ଗୁଳିମାଡ

Read More...

ବିଶ୍ୱକପ୍‌ ପ୍ରଦର୍ଶନର ସମୀକ୍ଷା କରିବ ସିଓଏ

ବିଶ୍ୱକପ୍‌ ପ୍ରଦର୍ଶନର ସମୀକ୍ଷା କରିବ ସିଓଏ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page