ଦଳିତ ମହିଳାଙ୍କୁ ଥାନାରେ ଅଟକ ରଖି ଗଣଦୁଷ୍କର୍ମ

July 15, 2019, ଦେଶ, , Anupambharat News Bureau


ଦଳିତ ମହିଳାଙ୍କୁ ଥାନାରେ ଅଟକ ରଖି ଗଣଦୁଷ୍କର୍ମ
Anupambharat News Bureau
July 15, 2019

ଚୁରୁ: ରାଜସ୍ଥାନର ଚୁରୁଠାରେ ଏକ ଭୟଙ୍କର ଘଟଣା ଘଟିଛି । ଜଣେ ଦଳିତ ମହିଳାଙ୍କୁ ପୁଲିସ୍‌ ଥାନାରେ ଅଟକ ରଖି ଗଣଦୁଷ୍କର୍ମ କରିଛନ୍ତି । ଖାଲି ସେତିକି ନୁହେଁ, ପୁଲିସ୍‌ ପକ୍ଷରୁ ମହିଳାଙ୍କୁ ଅକଥନୀୟ ନିର୍ଯାତନ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ପ୍ରଥମେ ପୁଲିସ୍‌ ମହିଳାଙ୍କ ୨୨ ବର୍ଷୀୟ ଦିଅରଙ୍କୁ ପକେଟ ମାର ଅଭିଯୋଗରେ ଜୁନ୍‌ ୩୦ରେ ଅଟକ ରଖିଥିଲା । ଏହାପରେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲା । ଜୁଲାଇ ୩ରେ ପୁଲିସ୍‌ ଉକ୍ତ ୨୨ ବର୍ଷୀୟ ଯୁବକଙ୍କୁ ଧରି ତାଙ୍କ ଘରେ ପହଞ୍ଚିଥିଲା । ସେଠାରୁ ଯୁବକଙ୍କ ଭାଉଜଙ୍କୁ ମଧ୍ୟ ପୁଲିସ୍‌ ଉଠାଇ ନେଇଥିଲା । ସେବେଠାରୁ ପୁଲିସ୍‌ ଦିଅର ଓ ଭାଉଜଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା । ନିର୍ଯାତନ ସହି ନପାରି ଜୁଲାଇ ୬-୭ ତାରିଖରେ ଯୁବକ ଜଣଙ୍କ ଥାନାରେ ପ୍ରାଣ ହରାଇଥିଲେ । ଏହାକୁ ନିଜ ଆଖିରେ ଦେଖିଥିବା ତାଙ୍କ ଭାଉଜଙ୍କୁ ମଧ୍ୟ ପୁଲିସ୍‌ ଛାଡ଼ି ନଥିଲା । ପୁଲିସ୍‌ ଉକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ନଖ ତାଡ଼ି ଦେଇଥିଲେ । ଏତିସହ ତାଙ୍କ ଆଖି ଏବଂ ଆଙ୍ଗୁଠିରେ ମଧ୍ୟ ଆଘାତ ଦେଇଥିଲେ । ଜୁଲାଇ ୧୦ ତାରିଖ ଯାଏ, ତାଙ୍କ ସହ ଏଭଳି ଅମାନବୀୟ କାଣ୍ଡ ପୁଲିସ୍‌ ଥାନା ମଧ୍ୟରେ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଚୁରୁ ଏସ୍ପି ରାଜେନ୍ଦ୍ର କୁମାର ଶର୍ମାଙ୍କୁ ନିଜ ପଦରୁ ହଟାଇ ଦିଆଯାଇଛି । ସେହିପରି ଉକ୍ତ ପୁଲିସ୍‌ ଷ୍ଟେସନର ଅଫିସର, ଜଣେ ହେଡ୍‌ କନଷ୍ଟେବଲ ଓ ୬ ଜଣ କନଷ୍ଟେବଲଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ଜଣଙ୍କୁ ଗୋଡ଼ାଇ ହତ୍ୟା, ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା, ପୋଲିସର ଲାଠି ଚାର୍ଜ

ତିନି ଜଣଙ୍କୁ ଗୋଡ଼ାଇ ହତ୍ୟା, ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା, ପୋଲିସର ଲାଠି ଚାର୍ଜ

Read More...

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page