ତିନି ଜଣଙ୍କୁ ଗୋଡ଼ାଇ ହତ୍ୟା, ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା, ପୋଲିସର ଲାଠି ଚାର୍ଜ

July 15, 2019, ଓଡ଼ିଶା, , Anupambharat News Bureau


ତିନି ଜଣଙ୍କୁ ଗୋଡ଼ାଇ ହତ୍ୟା, ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା, ପୋଲିସର ଲାଠି ଚାର୍ଜ
Anupambharat News Bureau
July 15, 2019

ପୁରୀ/ପିପିଲି,୧୪ା୭ (ଅନୁପମମିଡ଼ିଆ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆରେ ପରିବାର ତିନି ଜଣଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
ପୁରୀରେ ରଥ ଯାତ୍ରା ପାଇଁ ବିଭିନ୍ନ ଛକରେ ପୋଲିସ ମୁତୟନ ଥିଲେ ସୁଦ୍ଧା ଏଭଳି ବିଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ଚକିତ କରିଛି । ତେବେ ଘଟଣା ପରେ ସମ୍ପୃକ୍ତଙ୍କୁ ଧରିବା ଦାବି କରି ଉତ୍ତ୍ୟକ୍ତ ଲୋକମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ରାସ୍ତାରୋକ କରିଥିଲେ । ଏପରିକି ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳର ଉଭୟ ପଟେ ଥିବା କେତେକ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲେ ସୁଦ୍ଧା ଲୋକେ ରାସ୍ତାରୋକରୁ ହଟିନଥିବାେ ଜଣାପଡିଛି । ରାସ୍ତାରୋକ ଯୋଗୁ ଉଭୟ ପଟେ ବହୁ ଯାନବାହାନ ଅଟକି ରହିଛି । ତେବେ ଅଭିଯୁକ୍ତ ଧରିବା ସହ ଘଟଣାର ନିରପକ୍ଷ ତଦନ୍ତ ଲାଗି ପୋଲିସ ପ୍ରତିଶ୍ରୁତି ପରେ ରାତ୍ର ସାଢ଼େ ୮ଟା ପରେ ଲୋକେ ରାସ୍ତାରୋକରୁ ହଟିଛନ୍ତି ।
ମିଳିଥିବା ସୂଚନାନୁଯାୟୀ ସଦାନନ୍ଦପୁର ଗାଁର କୃଷ୍ଣ ବେହେରା,ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା କୌଣସି କାର୍ଯ୍ୟରେ ପଟ୍ଟନାୟିକିଆ ଛକକୁ ଆସିଥିଲେ । ତେବେ ପୂର୍ବ ଯୋଜନା ମୁତାବକ ଗୋଟିଏ ଦୋକାନରେ ଛପି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଖଣ୍ଡା ଏବଂ ଫାର୍ସରେ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ସେମାନେ ରାସ୍ତାରେ ଦୌଡ଼ିଥିଲେ ସୁଦ୍ଧା ଆକ୍ରମଣକାରୀ ସେମାନଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ତିନି ଜଣଙ୍କୁ ଚୋଟ ପରେ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତୁ୍ୟ ଘଟିଥିଲା । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣା ପ୍ରଚାର ପରେ ଲୋକେ ଘଟଣାସ୍ଥଳରେ ଏକତ୍ରିତ ହୋଇ ରାସ୍ତାରୋକ କରିଥିଲେ । ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ଶବ ପଡ଼ିଥିବା ବେଳେ ରାସ୍ତାର ରକ୍ତର ସୁଅ ଦେଖିବାକୁ ମିଳିଥିଲା । ଏହାପରେ ଉତ୍ତ୍ୟକ୍ତ ଲୋକେ ପୋଡ଼ାଜଳା ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ପାଇ ପୁରୀ ଏସ୍‌ପି ଉମାଶଙ୍କର ଦାସଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଫୋର୍ସ ପହଞ୍ଚିଥିଲା । ପୋଲିସ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ସେମାନେ ରାସ୍ତାରୋକ ନିବୃତ୍ତ ହୋଇନଥିଲେ । ଫଳରେ ପୋଲିସ ବାଧ୍ୟ ହୋଇ ଶେଷରେ ଲାଠିଚାଜ କରିଥିଲା । ଏହାପରେ ମଧ୍ୟ ଲୋକେ ରାସ୍ତାରୋକ ଅବ୍ୟାହତ ରଖିଥିଲେ । ଫଳରେ ସମ୍ପୃକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ପୁରା ଠପ୍‌ ହୋଇପଡ଼ିଥିଲା । ଦୀର୍ଘ ୬ ଘଣ୍ଟା ଧରି ରାସ୍ତାରୋକ ପରେ ନିରପକ୍ଷ ତଦନ୍ତ ଲାଗି ପୋଲଇସ ପ୍ରତିଶ୍ରୁତି ପରେ ଲୋକେ ଆନ୍ଦୋଳନରୁ ନିବୃତ୍ତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଧରପଣା ନୀତି ସମ୍ପନ୍ନ

ଅଧରପଣା ନୀତି ସମ୍ପନ୍ନ

Read More...

ଦଳିତ ମହିଳାଙ୍କୁ ଥାନାରେ ଅଟକ ରଖି ଗଣଦୁଷ୍କର୍ମ

ଦଳିତ ମହିଳାଙ୍କୁ ଥାନାରେ ଅଟକ ରଖି ଗଣଦୁଷ୍କର୍ମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page