ଅଧରପଣା ନୀତି ସମ୍ପନ୍ନ

July 15, 2019, ଓଡ଼ିଶା, , Anupambharat News Bureau


ଅଧରପଣା ନୀତି ସମ୍ପନ୍ନ
Anupambharat News Bureau
July 15, 2019

ପୁରୀ,୧୪ା୭(ଅନୁପମମିଡ଼ିଆ): ଆଷାଢ଼ ଶୁକ୍ଳ ପକ୍ଷ ତ୍ରୈୟଦଶୀ ନୀତି ତଥା ସୁନାବେଶ ପରଦିନ ତିନି ରଥରେ ବିଗ୍ରହମାନଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇ ଯାଇଛି ।
ପରମ୍ପରା ଅନୁଯାୟୀ ନିଳାଦ୍ରୀ ବିଜେ ପୂର୍ବଦିନ ରଥାରୁଢ଼ ବିଗ୍ରହମାନଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ । ମହାସୁଆର ସେବକମାନେ ଏହି ଅଧରପଣା ପ୍ରସ୍ତୁତ କରିଥାନ୍ତି । ତିନୋଟି ବଡ଼ ବଡ଼ ମାଟି ହାଣ୍ଡି ରଥ ଉପରେ ବିଗ୍ରହଙ୍କ ନାକ ପର୍ଯ୍ୟନ୍ତ ଉଚ୍ଚରେ ରଖାଯାଏ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଗରୁଡ଼ ସ୍ତମ୍ଭ ନିକଟରେ ଥିବା କୂଅର ପାଣିରେ ଏହି ଅଧରପଣା ପ୍ରସ୍ତୁତ ହୋଇଥାଏ । ଏଥିରେ କ୍ଷୀର, କଦଳି ଏବଂ ଲହୁଣି ସମେତ ବିଭିନ୍ନ ବ୍ୟଞ୍ଜନ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥାଏ । ଏହାକୁ ମହାପ୍ରଭୁଙ୍କ ପୂଜାପଣ୍ଡା ସେବକମାନେ ସମର୍ପଣ କରିଥାନ୍ତି । ପରେ ରଥ ଉପରେ ଥିବା ଅଧରପଣା ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ । ଏହି ଅଧରପଣା ରଥର ଚତୁପାଶ୍ୱର୍ରେ ବିଛୁରିତ ହୋଇ ପଡ଼ିଥାଏ । କିମ୍ବଦନ୍ତୀ ଅନୁଯାୟୀ ବିଗ୍ରହମାନେ ନିଳାଦ୍ରୀ ବିଜେ ପୂର୍ବରୁ ରଥ ପାଶ୍ୱର୍ ଦେବାଦେବୀଙ୍କ ସନ୍ତୁଷ୍ଟ କରିବା ପାଇଁ ଅଧରପଣା ଭୋଗ ହୋଇଥାଏ । ବିଗ୍ରହଙ୍କ ଏହି ଅଧରପଣା ପାଇ ବିଭିନ୍ନ ଚଣ୍ଡିଚାମୁଣ୍ଡି ଓ ପାଶ୍ୱର୍ଦେବତାମାନେ ମୁକ୍ତି ଲାଭ କରିଥାନ୍ତି । ଆଜି ଅଧରପଣା ଲାଗି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ୬ଟା ୪୫ରୁ ୭ଟା୫୫ ମଙ୍ଗଳଆଳତୀ, ୭ଟା ୧୫ରୁ ସରାଢ଼େ ୮ଟା ଅବକାଶ ନୀତି ହୋଇଥିଲା । ୭ଟା୪୫ରୁ ୮ଟା୫୦ ପର୍ଯ୍ୟନ୍ତ ବେଶ, ୯ଟାରୁ ୯ଟା୪୫ ବଲ୍ଳଭ, ୧୦.୦୫ରୁ ସାଢ଼େ ୧୧ଟା ସକାଳ ଧୂପ, ଯାତ୍ରାଙ୍ଗୀ ମହାସ୍ନାନ ସାଢ଼େ ୧୨ଟାରେ ଶେଷ ହୋଇଥିଲା । ସର୍ବାଙ୍ଗ ୧୨ଟା ୫୦ରେ ଶେଷ ହୋଇଥିବା ବେଳେ ମଧ୍ୟାହ୍ନ ଧୂପ ୨ଟା୧୦ରେ ଶେଷ ହୋଇଥିଲା । ସନ୍ଧ୍ୟା ସାଢ଼େ ୬ଟାରେ ଅଧରପଣା ନୀତି ଆରମ୍ଭ ହୋଇଥିଲା । ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ନିଳାଦ୍ରୀବିଜେ ଅନୁଷ୍ଠିତ ହେବ । ରସଗୋଲା ଭୋଗ ଖାଇ ବିଗ୍ରହମାନେ ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରିବେ । ଏଥି ପାଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ରଥାରୁଢ଼ ବିଗ୍ରହଙ୍କ ଦୈନନ୍ଦିନ ନୀତିକାନ୍ତି ପରେ ସନ୍ଧ୍ୟା ୪ଟାରୁ ବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ କରାଯାଇ ରାତି ୧୦ଟାରେ ଶେଷ ହେବାକୁ ସ୍ଥିର କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଂଲଣ୍ଡ ନୂଆ  ବିଶ୍ୱ ବିଜେତା

ଇଂଲଣ୍ଡ ନୂଆ ବିଶ୍ୱ ବିଜେତା

Read More...

ତିନି ଜଣଙ୍କୁ ଗୋଡ଼ାଇ ହତ୍ୟା, ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା, ପୋଲିସର ଲାଠି ଚାର୍ଜ

ତିନି ଜଣଙ୍କୁ ଗୋଡ଼ାଇ ହତ୍ୟା, ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା, ପୋଲିସର ଲାଠି ଚାର୍ଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page