ସିନାପାଲିରେ ଆବାସ ଯୋଜନା ବାଟବଣା- ପାଲ ପଲିଥିନ୍‌ ତଳେ ୮ ନିରୀହ ଜୀବନ

October 02, 2019, ଓଡ଼ିଶା, , Anupambharat News Bureau


ସିନାପାଲିରେ ଆବାସ ଯୋଜନା ବାଟବଣା-  ପାଲ ପଲିଥିନ୍‌ ତଳେ ୮ ନିରୀହ ଜୀବନ
Anupambharat News Bureau
October 02, 2019

ସିନାପାଲି , ୨ା୧୦ (ଅନୁପମ ମିଡିଆ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପାଇଁ ଅନେକ ଆବାସ ଯୋଜନା କରିଛନ୍ତି । ହେଲେ ସିନାପାଲି ବ୍ଲକରେ ଏହି ଯୋଜନାର ସୁଫଳ ପ୍ରକୃତ ଗରିବ ଲୋକଙ୍କୁ ମିଳିପାରୁନାହିଁ । ଯାହାଫଳରେ ଗରିବ ନିରୀହ ଶ୍ରେଣୀର ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଖଣ୍ଡିଏ ନଥିବାରୁ ଗୋଟିଏ ପାଲ ପଲିଥିନ୍‌ ତଳେ ୮ ପ୍ରାଣୀଙ୍କ ଜୀବନ ବିତୁଥିବା ଦେଖିବାକୁ ମିଳୁଛି । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍‌ ଗୋର୍ଲା ଗ୍ରାମପଞ୍ଚାୟତର ମାଲପଡା ଗ୍ରାମର ପାନ ବାଗ (୭୨) ଏକ ବୃଦ୍ଧ ବିଧବା ମହିଳା ତାଙ୍କର ପୁଅ କୁରୁପତି ବାଗ (୫୦), ବୋହୂ ମିଚେ ବାଗ (୪୮) ନାତି ମୀନକେତନ ବାଗ (୨୨), ନାତିବୋହୂ ରୂପେ ବାଗ (୨୦), ନାତୁଣୀ ଯଶୋଦା ବାଗ, ସାନ ନାତି ରୋହିତ ବାଗ (୧୫) ଓ ନାତିପୁଅ ସେବକରାମ ବାଗ (୫) ଙ୍କୁ ନେଇ ବଡ ପରିବାର । ଏତେ ବଡ ପରିବାର ପାଇଁ ରହିଛି ଏକ ପାଲ ପଲିଥିନ୍‌ର ଛୋଟ କୁଡିଆ । ଘର ଖଣ୍ଡିଏ ନ ଥିବାରୁ ରୋଷେଇ କରି ଖାଇସାରିବା ପରେ ନାତିନାତୁଣୀ ପଡୋଶୀ ଲୋକଙ୍କ ଘରେ ଆଶ୍ରୟ ନେଇଥାନ୍ତି । ଏପରି ପରିସ୍ଥିିତିରେ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ ଠାରୁ ବ୍ଲକ୍‌ କାର୍ଯ୍ୟାଳୟକୁ ଅନେକ ବାର ଧାଇଁଛନ୍ତି କୁରୁପତି ବାଗ । ହେଲେ ତାଙ୍କ ଭାଗ୍ୟରେ ଘର ଖଣ୍ଡିଏ ମିଳିପାରୁନାହିଁ ବୋଲି କ୍ଷୋଭର ସହିତ ପ୍ରକାଶ କରିଛନ୍ତି । ଅନେକ ପ୍ରଶାସନିକ କର୍ମଚାରୀ ଘରକୁ ଯାଇ ବାରମ୍ବାର ଫଟୋ ଉତ୍ତୋଳନ କରିନେଇ ଘର ମିଳିବାର ଆଶ୍ୱାସନା ଦେଇ ଚାଲିଛନ୍ତି । ହେଲେ ଘର ମିଳିବା ସ୍ୱପ୍ନ ହୋଇ ରହିଯାଇଛି । ଏତେବଡ ପରିବାରକୁ କୁଳିମଜୁରୀ କରି ପରିବାର ପ୍ରତିପୋଷଣ କରିବା କଷ୍ଟ ହୋଇପଡିଥିବା ବେଳେ ଘର ଖଣ୍ଡିଏ ନିଜେ ତିଆରି କରିବା ଅସମ୍ଭବ ହୋଇପଡିଛି । ପାଲ ଓ ପଲିଥିନ୍‌ କାନ୍ଥ କୁଡିଆରେ ରହୁଥିବା ବେଳେ ବର୍ଷା ହେଲେ କାନ୍ଥ ଓ ପାଲ ଦେଇ ପାଣି ଘର ଭିତରେ ଭର୍ତ୍ତି ହୋଇଯାଏ । ଫଲରେ ଖାଇବା , ଶୋଇବା ଓ ରୋଷେଇ କରିବା ପଡୋଶୀଙ୍କ ଦୟାରେ ହୋଇଥାଏ ବୋଲି ମିଚେ ବାଗ ପ୍ରକାଶ କରିଛନ୍ତି । ସରକାରୀ ସ୍ତରରେ ଗରିବ ଲୋକଙ୍କ ପାଇଁ ଗୃହ ଯୋଗାଇ ଦେବା ପାଇଁ ନିୟମମାନ କରାଯାଇଛି । ହେଲେ ଏଭଳି ନିରୀହ ପରିବାର ପ୍ରତି ପ୍ରଶାସନିକ ଦୃଷ୍ଟି ନ ପଡିବା ଆବାସ ଯୋଜନାରେ ସ୍ୱଚ୍ଚତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାଲ ପଲିଥିନ୍‌ ତଳେ ଥିବା ଜାଣିବା ସତେ୍ୱ ଗ୍ରାମର ଅନ୍ୟ ଲୋକଙ୍କ ଘର ଭଲ ଅବସ୍ଥାରେ ଥିଲେ ମଧ୍ୟ ତାଙ୍କୁ କେଉଁ ଉଦ୍ଦେଶ୍ୟରେ ଦିଆଯାଇଛି ବୋଲି କୁରୁପତି ପ୍ରଶ୍ନ ଉଠାଇଛନ୍ତି । ସେ ଗରିବ ଶ୍ରେଣୀର ହୋଇଥିବା ବେଳେ ଆଜି ବି ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ନିର୍ବାହ କରୁଛନ୍ତି । ନାମକୁ ମାତ୍ର ଥିବା ଜମିବାଡିରେ ଚାଷବାସ କରୁଥିବା ବେଳେ ଏତେ ସଂଖ୍ୟକ ପରିବାର ପାଇଁ ନିଅଣ୍ଟ ହୋଇପଡିଛି । ଫଳରେ କୁଳିମଜୁରୀ କରି ଚଳୁଥିବା ଏହି ଗରିବ ପରିବାରକୁ ଗୃହ ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ ହୋଇପଡିଛିା ଏ ସଂପର୍କରେ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରଙ୍କୁ ପଚାରିବାରୁ ଏ ସଂପର୍କରେ ତଦନ୍ତ କରୁଛି, ତାଙ୍କ ନାମ ତାଲିକାରେ ଯଦି ଅଛି ଯଥାଶୀଘ୍ର ଘର ଯୋଗାଇ ଦିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କ ଭାଷଣ ନ ଦେଖାଇବାରୁ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

ମୋଦିଙ୍କ ଭାଷଣ ନ ଦେଖାଇବାରୁ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

Read More...

ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଗଲା

ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଗଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page