ମୋଦିଙ୍କ ଭାଷଣ ନ ଦେଖାଇବାରୁ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

October 02, 2019, ଦେଶ, , Anupambharat News Bureau


ମୋଦିଙ୍କ ଭାଷଣ ନ ଦେଖାଇବାରୁ ଦୂରଦର୍ଶନ ଅଧିକାରୀ ନିଲମ୍ବିତ
Anupambharat News Bureau
October 02, 2019

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ମାଡ୍ରାସରେ ଦେଉଥିବା ଭାଷଣଙ୍କୁ ଦୂରଦର୍ଶନରେ ନ ଦେଖାଇବାରୁ ଜଣେ ଅଧିକାରୀଙ୍କୁ ପ୍ରସାର ଭାରତୀ ପକ୍ଷରୁ ନିଲମ୍ବିତ କରାଯାଇଛି ।
ଚେନ୍ନାଇ ଦୂରଦର୍ଶନ କେନ୍ଦ୍ରରେ ଆସିସଷ୍ଟାଣ୍ଟ ନିର୍ଦ୍ଦେଶକ ଆର ବସୁମତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଥିବା ପ୍ରସାର ଭାରତୀ ପକ୍ଷରୁ କୁହାଯାଇଛି । ମୋଦି ଆଇଆଇଟି ମାଡ୍ରାସର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମୟରେ ସେ ସେଠାରେ ଛାତ୍ରଛାତ୍ରୀଙ୍କୁ ଉଦେ୍ୱାଧନ ଦେଇଥିଲେ । ଏହାକୁ ଦୂରଦର୍ଶଦନର ପୋଦିଗାଇ ଟିଭିରେ ପ୍ରଦର୍ଶନ କରିବାର ଥିଲା ।
ପ୍ରସାରଣ ପାଇଁ ଉଚ୍ଚପଦସ୍ଥ ଅଧିକାରୀ ଅନୁମତି ଦେଇଥିଲେ ହେଁ ଏହାକୁ ବସୁମତି ଜାଣିଶୁଣି ପ୍ରସାରଣ ଅଟକାଇ ଦେଇଥିବା ଜଣାପଡ଼ିଛି । ଅବଶ୍ୟ ପ୍ରସାର ଭାରତୀ ପକ୍ଷରୁ ବସୁମତିଙ୍କୁ କାହିଁକି ନିଲମ୍ବନ କରାଗଲା, ତା’ର କାରଣ କୁହାଯାଇ ନାହିଁ । ସେପେଫମ୍ବର ୩୦ରେ ମୋଦିଙ୍କ କାର୍ଯ୍ୟକ୍ରମ ଥିବାରୁ ବସୁମତି ଏହାର ସିଧାପ୍ରସାରଣ ହେବ କି ନାହିଁ, ସେ ସମ୍ପର୍କରେ ଜାଣିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଇ-ମେଲ କରିଥିଲେ ।
ଉଚ୍ଚପଦସ୍ଥ ଅଧିକାରୀ ସିଧାପ୍ରସାଣ ପାଇଁ ଅନୁମତି ମଧ୍ୟ ଦେଇଥିଲେ । ହେଲେ ବସୁମତି ହାକଥନର ସିଧାପ୍ରସାରଣ କରି ନଥିଲେ । ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ପାଇଁ ସାଉଦି ଗଲେ ଅଜିତ ଡୋଭାଲ

ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ପାଇଁ ସାଉଦି ଗଲେ ଅଜିତ ଡୋଭାଲ

Read More...

ସିନାପାଲିରେ ଆବାସ ଯୋଜନା ବାଟବଣା-  ପାଲ ପଲିଥିନ୍‌ ତଳେ ୮ ନିରୀହ ଜୀବନ

ସିନାପାଲିରେ ଆବାସ ଯୋଜନା ବାଟବଣା- ପାଲ ପଲିଥିନ୍‌ ତଳେ ୮ ନିରୀହ ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page