ଗୁଟଖା ପାଇଁ ଗୁଳି

October 10, 2019, ଓଡ଼ିଶା, , Anupambharat News Bureau


ଗୁଟଖା ପାଇଁ ଗୁଳି
Anupambharat News Bureau
October 10, 2019

ଅଲିଗଡ: ବୁଧବାର ଉତ୍ତର ପ୍ରଦେଶ ଅଲିଗଡ଼ର ମଧୋପୁରରେ ଗୁଟଖା ପଇସା ମାଗିବାରୁ ଦୋକାନୀକୁ ଗୁଳି କରିଛି ଗ୍ରାହକ । ଏବେ ଦୋକନୀ ଛଟୁ ଅଗ୍ରଓ୍ଲାଲ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି । ଗତକାଲି ଏଭଳି ଅଭବନୀୟ ଘଟଣା ଦେଖିବାକୁ ମିଳିଛି । ବୁଧବାର ଛଟୁଙ୍କ ଦୋକାନକୁ ଗୁଟଖା ନେବା ପାଇଁ ମଧୋପୁରର ୪ ଜଣ ସ୍ଥାନୀୟ ଯୁବକ ଦୀପକ, ଟିକନ, ପୋତା ଏବଂ ଫଉଜଦାର ଆସିଥିଲେ । ୫ ଟଙ୍କାରେ ଏକ ଗୁଟଖା ଛଟୁ ପାଖରୁ ଏମାନେ ନେଇଥିଲେ ।
ଏହାପରେ ଛଟୁ ପଇସା ମାଗିବାରୁ ଏହି ୪ ଯୁବକ ଛଟୁର ପଇସା ବାକ୍ସରୁ ୨୫୦ ଟଙ୍କା ଜୋର ଜବରଦସ୍ତି ନେଇ ଯାଇଥିଲେ । ଏହାପରେ ତାଙ୍କ ଭିତରୁ କେହି ଜଣେ ବନ୍ଧୁକରେ ଛଟୁ ଉପରକୁ ଗୁଳି କରିଥିଲା । ଆଉ ଥାନାରେ ଏ ନେଇ ଅଭିଯୋଗ କଲେ ଛଟୁର ପରିବାର ଲୋକଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ । ଘଟଣାସ୍ଥଳରେ ଛଟୁ ଦୋକାନରେ ଉପସ୍ଥିତ ଥିବା ଅନ୍ୟ ଜଣେ ଯୁବକ ଅମିତ ଏହା କହିଛନ୍ତି ।
ଏବେ ସେହି ସ୍ଥାନୀୟ ୪ ଯୁବକଙ୍କ ନାମରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖୁବ ଶୀଘ୍ର ୪ ଅପରାଧୀ ଗିରଫ ହେବେ ବୋଲି ଥାନା ଏସଆଇ ମଣିଲାଲ ପଟିଦା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଇନାର କଶ୍ମୀର ପ୍ରୀତି, ଭାରତର କଡ଼ା ବିରୋଧ

ଚାଇନାର କଶ୍ମୀର ପ୍ରୀତି, ଭାରତର କଡ଼ା ବିରୋଧ

Read More...

ଅଧୁରା ରହିଲା ଆଖଣ୍ଡଳମଣିଙ୍କ ଦର୍ଶନ  ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମ୍ୟାଜିକ, ୪ ଗୁରୁତର ୩ ଆହତ

ଅଧୁରା ରହିଲା ଆଖଣ୍ଡଳମଣିଙ୍କ ଦର୍ଶନ ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମ୍ୟାଜିକ, ୪ ଗୁରୁତର ୩ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page