ଚାଇନାର କଶ୍ମୀର ପ୍ରୀତି, ଭାରତର କଡ଼ା ବିରୋଧ

October 10, 2019, ଦେଶ, , Anupambharat News Bureau


ଚାଇନାର କଶ୍ମୀର ପ୍ରୀତି, ଭାରତର କଡ଼ା ବିରୋଧ
Anupambharat News Bureau
October 10, 2019

ନୂଆଦିଲ୍ଲୀ: ଆସନ୍ତାକାଲି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେ । ଚେନ୍ନାଇ ଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା କରିବେ । ତେବେ ଏହା ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଭାରତ ଓ ଚାଇନା ମୁହାଁମୁହିଁ ହୋଇଛନ୍ତି ।
ମଙ୍ଗଳବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ ସେ କୁଆଡ଼େ କଶ୍ମୀର ଉପରେ ଚାଇନାର ଆଖି ରହିଛି ଏବଂ ଦୁଇ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ କରିବାକୁ କହିଥିବା ଖବର ପ୍ରକାଶ ପାଇଥିଲା । ତେବେ ଚାଇନାର ଏହି କଶ୍ମୀର ପ୍ରୀତିକୁ ଭାରତ ତୀବ୍ର ବିରୋଧ କରିଛି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଚାଇନା ଭଲ ଭାବେ ଅବଗତ ରହିଛି । କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ଅଙ୍ଗ । ତେଣୁ ଅନ୍ୟ ଦେଶଗୁଡ଼ିକ ଏହା ଉପରେ ମନ୍ତବ୍ୟ ଦେବା ଠିକ୍‌ ନୁହେଁ । ଆମେ ଜିନପିଙ୍ଗ ଓ ଇମ୍ରାନଙ୍କ ବୈଠକ ସମ୍ପର୍କରେ ରିପୋର୍ଟ ପାଇଛୁ । ଏହି ବୈଠକରେ ସେମାନେ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିବା କୁହାଯାଉଛି । ତେବେ କଶ୍ମୀର ପ୍ରସଙ୍ଗରେ ଭାରତ ପୂର୍ବରୁ ସମସ୍ତଙ୍କୁ ସବୁ କଥା ସ୍ପଷ୍ଟ କରି ସାରିଛି । ଅନ୍ୟ ଦେଶ କଶ୍ମୀର ଉପରେ କିମ୍ବା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ନ ଖେଳାଇବା ଭଲ । ରିପୋର୍ଟ ଅନୁଯାୟୀ, ଇମ୍ରାନ୍‌ଙ୍କ ସହ ବୈଠକ ବେଳେ ଜିନପିଙ୍ଗ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ଏଥିସହ ସେ ଇମ୍ରାନଙ୍କୁ କହିଥିଲେ ଯେ, କଶ୍ମୀର ଉପରେ ଚାଇନା ନଜର ରଖିଛି । ଆମର ଆଶା ଦୁଇଟି ଯାକ ଦେଶ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ଦ୍ୱାରା କଶ୍ମୀର ପ୍ରସଙ୍ଗର ସମାଧାନ କରିବେ ।
ପାକିସ୍ତାନ ଓ ଚାଇନା ସମ୍ପର୍କରେ ପଥର ଭଳି ଶକ୍ତ ଓ ଏହା କେବେ ହେଲେ ଭାଙ୍ଗିବ ନାହିଁ । କଶ୍ମୀରକୁ ନେଇ ସୃଷ୍ଟି ହେବାକୁ ଥିବା ସମସ୍ତ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଚାଇନା ବିରୋଧ କରିବ । ବହୁ ବର୍ଷ ଧରି କଶ୍ମୀରକୁ ନେଇ ବିବାଦ ଲାଗି ରହିଛି । ଏବେ ଜାତିସଂଘ ସୁରକ୍ଷା ପରିଷଦର ନିୟମ ଅନୁଯାୟୀ ଏହାର ସମାଧାନ ହେବା ଉଚିତ ।
ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ ପାଇଁ ଉଭୟ ଦେଶ କାର୍ଯ୍ୟ କର;ୁ । ଚାଇନା ସର୍ବଦା ପାକିସ୍ତାନର ଆଇନଗତ ଅଧିକାରୀଙ୍କୁ ସମର୍ଥନ କରିବ । ଉଭୟ ଭାରତ ଓ ପାକିସ୍ତାନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କଶ୍ମୀର ବିବାଦର ସମାଧାନ କର;ୁ ।
ତେବେ ଚାଇନାର ଏହି କଶ୍ମୀର ପ୍ରୀତିକୁ ନେଇ କଂଗ୍ରେସ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି, ଜିନପିଙ୍ଗ କହୁଛନ୍ତି, ସେ କଶ୍ମୀର ଉପରେ ନଜର ରଖିଛନ୍ତି । କି;ୁ କ’ଣ ପାଇଁ ପିଏମଓ ଏବଂ ବୈଦେଶିକ ମନ୍ତ୍ରଣାଳୟ ଚାଇନାକୁ କିଛି କହୁ ନାହାନ୍ତି? ହଂକଂହଂକଂରେ ଗଣତନ୍ତ୍ର ଉପାୟରେ ଚାଲିଥିବା ଆନ୍ଦୋଳନକୁ କାହିଁକି ଚାଇନା ଦଳି ଦେବାକୁ ଚେଷ୍ଟା କରୁଛି?
ଜିନଜିଆଙ୍ଗରେ ଚାଲିଥିବା ମାନବାଧିକାର ଉଲ୍ଲଙ୍ଘନ ଉପରେ ଆମର ନଜର ରହିଛି । ତି³ତରେ ଚାଇନା କରୁଥିବା ଅତ୍ୟାଚାର ଉପରେ ଆମ ନଜର ରହିଛି । ଆମେ ଦକ୍ଷିଣ ଚାଇନା ସାଗର ଉପରେ ମଧ୍ୟ ନଜର ରଖିଛୁ ବୋଲି ଭାରତ ସରକାର ଚାଇନାକୁ କାହିଁକି କହୁନାହାନ୍ତି?





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଦ ହେଲା ଦେଶର ପ୍ରମୁଖ ଦୈନିକ ଖବର କାଗଜ ଡିଏନଏ

ବନ୍ଦ ହେଲା ଦେଶର ପ୍ରମୁଖ ଦୈନିକ ଖବର କାଗଜ ଡିଏନଏ

Read More...

ଗୁଟଖା ପାଇଁ ଗୁଳି

ଗୁଟଖା ପାଇଁ ଗୁଳି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page