ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

October 11, 2019, ଓଡ଼ିଶା, , Anupambharat News Bureau


ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
Anupambharat News Bureau
October 11, 2019

ଅନୁଗୋଳ , ୧୨ ।୧୦(ଅନୁପମ ମିଡିଆ): ଶିଶୁକନ୍ୟାମାନଙ୍କର ଅଧିକାରକୁ ସାବସ୍ତ୍ୟ କରିବା ସହ ସେମାନଙ୍କର ପାରଦର୍ଶିତାକୁ ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହେଉଛି । ଏହି ଉପଲକ୍ଷେ ଅନୁଗୋଳ ଜିଲା ମୁଖ୍ୟ ଚିକିସିାଳୟର ପ୍ରଶିକ୍ଷଣ ଗୃହରେ ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ମନୋଜ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ କନ୍ୟାମାନଙ୍କର ଗୁରୁତ୍ୱ ଓ ସେମାନଙ୍କର ଦକ୍ଷତା ପ୍ରତିପାଦିତ ଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷର ବାର୍ତ୍ତା କନ୍ୟା ସଶକ୍ତିକରଣ ଏକ ସମୃଦ୍ଧ ସମାଜ ପାଇଁ ଅପରିହାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ । ଝିଅମାନେ ଦକ୍ଷତା ସମ୍ପନ୍ନ ହୋଇ ଦେଶ ପାଇଁ ଏକ ମୂଲ୍ୟବାନ ସମ୍ପତି ଭାବେ ପରିଗଣିତ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ । ଲିଙ୍ଗଗତ ବୈଷମ୍ୟତାକୁ ଦୂର କରି କନ୍ୟା ସନ୍ତାନମାନଙ୍କୁ ସବୁ କ୍ଷେତ୍ରରେ ସମାନ ଗୁରୁତ୍ୱ ପ୍ରଦାନ କରି ଏକ ସମୃଦ୍ଧ ଏବଂ ଉଜ୍ଜଳ ସମାଜର ପରିକଳ୍ପନା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲାରେ ଲିଙ୍ଗ ଅନୁପାତର ହ୍ରାସ ପାଉଥିବାର ସେ ଉଦବେଗ ପ୍ରକାଶ କରିବା ସହ ଜନସେଚତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଲିଙ୍ଗଗତ ତାରତମ୍ୟତାକୁ ରୋକିବା ପାଇଁ ଏହି ଦିବସ ପାଳନ କରାଯାଇଛି ।
ଏହାଛଡ଼ା ଝିଅମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅତ୍ୟାଚାରକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିିବା ୪ ଜଣ କନ୍ୟା ରତ୍ନ ଅନିଶା ସିହ୍ନା (ଓଡ଼ିଶୀ ନୃତ୍ୟ), ପ୍ରିଥା ଡ଼ମଙ୍ଗ (ଆଧୁନିକ ନୃତ୍ୟ), ଜେପି ପ୍ରତିକ୍ଷା (କୁସ୍ତୀ) ଓ ତନିସ୍କା ସାମନ୍ତ (ବନ୍ଧୁକ ଚାଳନା)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଜିଲା ମୁଖ୍ୟ ଚିକିସିା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଅମରେନ୍ଦ୍ରନାଥ ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଏହି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଏଡ଼ିଏମ୍‌ଓ (ମେଡ଼ିକାଲ) ଡ଼ା. ଲକ୍ଷ୍ମୀନାରାୟଣ ବିଶୋଇ, ଏଡ଼ିଏମ୍‌ଓ (ଜନସ୍ୱାସ୍ଥ୍ୟ) ଡ଼ା. ରାକେଶ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ପିସିପିଏନ୍‌ଟି ପରାମର୍ଶ ଦାତା କମିଟିର କର୍ମକର୍ତ୍ତା ଓ ଜିଲା ମୁଖ୍ୟ ଚିକିସିାଳୟର କର୍ମଚାରୀମାନେ ଯୋଗଦେଇଥିଲେ । ଡ଼ିପିଏମ୍‌ ଏନ୍‌ଏଚ୍‌ଏମ୍‌ ବିଶ୍ୱ ରଞ୍ଜନ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପିସିପିଏନ୍‌ ଚିଟିର ପିଏ ପର୍ଶୁରାମ ପଣ୍ଡା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଠଯୋଡିକୁ ଡେଇଁପଡିବା ଘଟଣା:୩ ଦିନ  ଉଦ୍ଧାର କାର୍ଯ୍ୟ ଜାରି ଦେବବ୍ରତଙ୍କର ପତ୍ତା ମିଳୁନି

କାଠଯୋଡିକୁ ଡେଇଁପଡିବା ଘଟଣା:୩ ଦିନ ଉଦ୍ଧାର କାର୍ଯ୍ୟ ଜାରି ଦେବବ୍ରତଙ୍କର ପତ୍ତା ମିଳୁନି

Read More...

ଚାକିରିରୁ ବିଦା ହେଲେ ତିନି ଅଧିକାରୀ

ଚାକିରିରୁ ବିଦା ହେଲେ ତିନି ଅଧିକାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page