କାଠଯୋଡିକୁ ଡେଇଁପଡିବା ଘଟଣା:୩ ଦିନ ଉଦ୍ଧାର କାର୍ଯ୍ୟ ଜାରି ଦେବବ୍ରତଙ୍କର ପତ୍ତା ମିଳୁନି

October 11, 2019, ଓଡ଼ିଶା, , Anupambharat News Bureau


କାଠଯୋଡିକୁ ଡେଇଁପଡିବା ଘଟଣା:୩ ଦିନ  ଉଦ୍ଧାର କାର୍ଯ୍ୟ ଜାରି ଦେବବ୍ରତଙ୍କର ପତ୍ତା ମିଳୁନି
Anupambharat News Bureau
October 11, 2019

କଟକ,୧୧ା୧୦(ଅନୁପମ ମିଡିଆ): ବୁଧବାର ଭସାଣ ଦିନ କାଠଯୋଡି ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେବବ୍ରତ ମହାପାତ୍ରଙ୍କ ପତ୍ତା ତିନି ଦିନ ପରେ ବି ମିଳିନାହିଁ । ଓଡ୍ରାଫ୍‌ ଟିମ, ଅଗ୍ନିଶମ ବାହିନୀ ମିଳିତ ଭାବେ ଖୋଜୁଥିଲେ ହେଁ ଏଯାବତ ତାଙ୍କର ସନ୍ଧାନ ମିଳିପାରି ନାହିଁ । ସଦର ଥାନା ପକ୍ଷରୁ ନଦୀ ଉପକୂଳବର୍ତ୍ତୀ ସମସ୍ତ ଥାନାଗୁଡିକୁ ଆଲର୍ଟ କରାଯାଇଛି । ସେହିପରି ସମସ୍ତ ମାଛଧରାଳିଙ୍କୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି । ଯାଜପୁରର କଳିଙ୍ଗ ନଗରରେ ଚାକିରି କରିଥିବା ଦେବବ୍ରତ ସିଜୋଫର୍ଣ୍ଣିଆ ରୋଗରେ ପୀଡିତ ଥିଲେ ଏବଂ ତାଙ୍କର ଚିକିସିା ଚାଲିଥିଲା ବୋଲି ତାଙ୍କର ଶାଳକ କହିଛନ୍ତି । ତାଙ୍କର କହିବା ଅନୁଯାୟୀ ସେ ପୂର୍ବରୁ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସୂଚନାଯୋଗ୍ୟ ଯେ, ଦଶହରା ପରେ ଗତ ବୁଧବାର ଦିନ ତାଙ୍କ ବାଇକ୍‌ରେ ପତ୍ନୀ ଓ ୪ ବର୍ଷର ପୁଅ ସହ ଯାଜପୁରରୁ ନିଜ ଗାଁ ନିଆଳି ଅଭିମୁଖେ ଯାଉଥିବା ବେଳେ କାଠଯୋଡି ପୋଲ ଉପରେ ବାଇକ୍‌ ରଖି ପରିସ୍ରା ଯିବା ପାଇଁ କହି ହଠାତ୍‌ ପୋଲ ଉପରୁ ନଦୀକୁ ଡେଇଁ ପଡିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିରଜା ମନ୍ଦିରରେ ଭିନ୍ନକ୍ଷମଙ୍କୁ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡିଶା ବିକଳାଙ୍ଗ ମଞ୍ଚ

ବିରଜା ମନ୍ଦିରରେ ଭିନ୍ନକ୍ଷମଙ୍କୁ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡିଶା ବିକଳାଙ୍ଗ ମଞ୍ଚ

Read More...

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page