ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

October 14, 2019, ଓଡ଼ିଶା, , Anupambharat News Bureau


ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼
Anupambharat News Bureau
October 14, 2019

ଭୁବନେଶ୍ୱର, ୧୪ା୧୦ (ଅନୁପମ ମିଡିଆ) : ସୋମବାରଠାରୁ ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସ ଆରମ୍ଭ ହୋଇଛି । ଏତଦ୍‌ ବ୍ୟତୀତ କାର୍ତ୍ତିକ ମାସର ପ୍ରଥମ ସେମାବାର ହୋଇଥିବାରୁ ସମସ୍ତ ଶୈବାଳୟ ଓ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଭିଡ଼ ଜମିଛି । ଏହାସହ ଶ୍ରୀକ୍ଷେତ୍ରରେ ବହୁ ଭକ୍ତ ଓ ହବିଷ୍ୟଳିଙ୍କ ଭିଡ଼ ଆରମ୍ଭ ହୋଇଛି । ସୋମବାର ଦିନଠାରୁ ମାସେ ଯାଏଁ ହବିଷ୍ୟାଳୀ ବ୍ରତ ପାଳନ କରିବେ । ବ୍ରତଧାରୀ ମହିଳମାନେ ପଞ୍ଚତୀର୍ଥରେ ମାସେ ଯାଏଁ ହବିଷ୍ୟାଳୀ ବ୍ରତ ପଳନ କରିବେ । ବ୍ରତଧାରୀ ମହିଳାମାନେ ପଞ୍ଚତୀର୍ଥ ସ୍ନାନ କରିବା ପରେ ଚଉରା ମୂଳରେ ଫଳମୂଳ ଭୋଗ ଓ ପୂଜା କରି ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି । ହବିଷ୍ୟାଳିଙ୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ପ୍ରାୟ ହଜାର ହବିଷ୍ୟାଳିଙ୍କ ରହଣୀ ପାଇଁ ୩ଟି ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଇଛି ସେଗୁଡ଼ିକ ହେଲା ରେଲେୱ ଟୁରିଷ୍ଟ କଂପ୍ଲେକ୍ସ, ନରେନ୍ଦ୍ର କୋଣ ହବିଷ୍ୟାଳି ସ୍ଥାୟୀ ଆଶ୍ରୟସ୍ଥ ଓ ପୁରୀ ପୌରସଂସ୍ଥା କଲ୍ୟାଣମଣ୍ଡପ । ଏହି ଶିବିରିରେ ରହୁଥିବା ହବିଷ୍ୟାଳୀ ମାନଙ୍କୁ ଆନୁସଙ୍ଗିକ ସୁବିଧା ସହ ମହାପ୍ରସାଦ ସୁବିଧା ମଧ୍ୟ ମିଳିବ । ଏହାସହ ଏଠାରେ ତୁଳସୀ ଚଉରା, ପୂଜାସ୍ଥାନ ଓ ଭାଗବତ ପାରାୟଣ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ହବିଷ୍ୟାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ଓ ପୋଲିସ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ୨୪ ଘଣ୍ଟିଆ ଡାକ୍ତର ଓ ଆମ୍ବୁଲାନ୍ସ ରଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଳମ୍ବରେ ଆସିବ ଶୀତ

ବିଳମ୍ବରେ ଆସିବ ଶୀତ

Read More...

ହସ୍‌ପିଟାଲ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫକୋସ୍‌   ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର

ହସ୍‌ପିଟାଲ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫକୋସ୍‌ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page