ବିଳମ୍ବରେ ଆସିବ ଶୀତ

October 14, 2019, ଓଡ଼ିଶା, , Anupambharat News Bureau


ବିଳମ୍ବରେ ଆସିବ ଶୀତ
Anupambharat News Bureau
October 14, 2019

ଭୁବନେଶ୍ୱର, ୧୪ ।୧୦ (ଅନୁପମ ମିଡିଆ) : ଚଳିତ ବର୍ଷ ବିଳମ୍ବରେ ଓଡ଼ିଶାରେ ଶୀତ ପ୍ରବାହ ହେବ । ଦକ୍ଷିଣ -ପଶ୍ଚିମ ମୌସୁମୀ ପ୍ରବେଶ ସମୟରେ ଯେମିତି ଲୁଚକାଳି ଖେଳଥିଲା, ପ୍ରତ୍ୟାବର୍ତ୍ତନ ସମୟରେ ବି ସମାନ ସ୍ଥିତି ଲାଗି ରହିଛି । କେବେ ଛାଡ଼ିବ, ସେନେଇ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରି ନାହିଁ । ତିନି ଦିନ ହେଲା ବିଭାଗ ଆକଳନ କରୁଛି ଯେ, ୨ ଦିନ ଭିତରେ ପୂର୍ବ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ତେବେ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇ ନାହିଁ, ବରଂ ପୂର୍ବଭଳି ଦୁଇ ଦିନ ଭିତରେ ମୌସୁମୀ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସୋମବାର ବି କୁହାଯାଇଛି । ପାଣିପାଗ କେନ୍ଦ୍ରର ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଏଥର ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେଉଥିବାରୁ ଶୀତ ଆସିବା ବି ବିଳମ୍ବ ହେବ । ସାଧାରଣତଃ ଅକେଫାବର ଦ୍ୱିତୀୟ ସପ୍ତାହ ବେଳକୁ ରାତିର ତାପମାତ୍ରା ୧୨ ଡିଗ୍ରୀକୁ ଖସି ଆସେ ଓ ଶୀତ ଅନୁଭୂତ ହୋଇଥାଏ । ଏଥର କିନ୍ତୁ ବିଳମ୍ବ ହୋଇଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା କଥା ହେଉଛି ଯେ ରାଜସ୍ଥାନ ଉପରେ ଏକ ଗୁରୁଚାପ ବଳୟ ରହିଛି । ପ୍ରଭାବରେ ଓଡ଼ିଶାକୁ ଜାମ୍ମୁ ଓ କାଶ୍ମୀର ଅଡୁ ଉତ୍ତରା ପବନ ହେଉଛି । ଆସନ୍ତା ଦୁଇ ଦିନ ଧରି ଏହା ଜାରି ରହିବ । ୧୫ରେ ପାଗ ମୁ୍ୟତଃ ଶୁଖିଲା ରହିବ । ତେବେ ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ହାଲକା ବର୍ଷା ହୋଇପାରେ । ୧୭ଓ ୧୮ରେ ରାଜ୍ୟର ଅନେକ ଜାଗାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଅନୁମାନ କରାଯାଉଛି ଯେ, ସୋମବାର ଓ ମଙ୍ଗଳବାର ଉପକୂଳବର୍ତ୍ତୀ ଅଞ୍ଚଳରେ ରାତିର ତାପମାତ୍ରା ଏକ ଡିଗ୍ରି ସେଲସିୟସ୍‌ ଲେଖାଏଁ କମିବ । କିନ୍ତୁ ପଶ୍ଚିମ ଓଡ଼ିଶାରେ ଦେଢ଼ ଡିଗ୍ରୀ ଲେଖାଏଁ କମିବାର ସମ୍ଭାବନା ରହିଛି । ତେବେ ୧୫ ତାରିଖ ସୁଦ୍ଧା ବାୟୁର ଦିଗ ପରିବର୍ତ୍ତନ ହେବ । ପଶ୍ଚିମା ପବନ ବଦଳରେ ୧୬ ତାରିଖରେ ଉତ୍ତର - ପୂର୍ବ ଦିଗରୁ ପବନ ବହିବ । ୧୭ ତାରିଖରେ ବଙ୍ଗୋପସାଗରୀୟ ପୂର୍ବା ପବନ ହେବ । ଫଳରେ ୧୬ ତାରିଖଠାରୁ ରାତିର ତାପମାତ୍ରା ପୁଣି ଦୁଇ ଡିଗ୍ରୀ ବଢ଼ିବ । ଯାହାକି ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ଓ ବର୍ଷା । ତେଣୁ ୨୧ ତାରିଖ ପର୍ଯ୍ୟନ୍ତ ଶୀତ ଆସିବାର ସମ୍ଭାବନା ନାହିଁ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ , ୧୫ ତାରିଖରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ବିଶେଷକରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ୧୫ରେ ଗଞ୍ଜାମ, ଗଜପତି, ମାଲକାନଗିରି , କୋରାପୁଟ, ମୟୂରଭଞ୍ଜ ଓ ବାଲେଶ୍ୱରର ଘଡ଼ଘଡ଼ି ସହ ହାଲକା ବର୍ଷା
ହୋଇପାରେ । ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓପିଜିସିରେ କୋଇଲା ସଙ୍କଟ ଆଗକୁ ବିଦୁ୍ୟତ ସମସ୍ୟା ଉପୁଜିବ

ଓପିଜିସିରେ କୋଇଲା ସଙ୍କଟ ଆଗକୁ ବିଦୁ୍ୟତ ସମସ୍ୟା ଉପୁଜିବ

Read More...

ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page