ବିଶାଖା ଏକ୍ସପ୍ରେସ୍‌ ଦୁଇ ଭାଗ ଏସି ବଗି ସହ ୨ କିମି ଗଡ଼ିଲା ଇଞ୍ଜିିନ୍‌

November 02, 2019, ଓଡ଼ିଶା, , Anupambharat News Bureau


ବିଶାଖା ଏକ୍ସପ୍ରେସ୍‌ ଦୁଇ ଭାଗ  ଏସି ବଗି ସହ ୨ କିମି ଗଡ଼ିଲା ଇଞ୍ଜିିନ୍‌
Anupambharat News Bureau
November 02, 2019

ଭୁବନେଶ୍ୱର,୨ ।୧୧ (ଅନୁପମ ମିଡିଆ): ପୁଣି ବଗି ଛାଡି ପଳାଇଲା ଟ୍ରେନ୍‌ ଇଞ୍ଜିନ୍‌ । ଶନିବାର ପୂର୍ବାହ୍ନରେ ବାଲୁଗାଁ ଷ୍ଟେସନ୍‌ ନିକଟବର୍ତ୍ତୀ ବଡ଼କୁଳ ରେଳଲାଇନ୍‌ରେ ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍‌ ମଝିରୁ ଦୁଇ ଭାଗ ହୋଇଯାଇଥିଲା । ଇଞ୍ଜିିନ୍‌ ସହ ଅଧା ବଗି ଦୁଇ କିଲୋମିଟର୍‌ ଆଗକୁ ଗଡ଼ିଯାଇଥିଲା ବେଳେ ଅଧା ବଗି ପଛରେ ରହିଯାଇଥିଲା ।
ଯାତ୍ରୀ ଓ ପଛରେ ଥିବା ଗାର୍ଡଙ୍କଠାରୁ ସୂଚନା ପାଇବା ପରେ ବାଲୁଗାଁ ଷ୍ଟେସନ୍‌ ରେଳ କର୍ତ୍ତୃପକ୍ଷଙ୍କ ଉଦ୍ୟମରେ ପୁଣି ବଗିଗୁଡ଼ିକ ଇଞ୍ଜିନ ସହ ସଂଯୋଗ କରାଯାଇଥିଲା । ତେବେ ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶନିବାର ପୂର୍ବାହ୍ନରେ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍‌ ବାଲୁଗାଁ ଷ୍ଟେସନ୍‌ରେ ପହଞ୍ଚି ସେଠାରୁ ପୂର୍ବାହ୍ନ ୯ଟା୫୦ରେ ଛାଡ଼ିଥିଲା । ପ୍ରାୟ ୪ କିଲୋମିଟର ଯିବା ପରେ ବଡ଼କୁଳ ରେଳଲାଇନ୍‌ରେ ଏସି ବଗିଠାରୁ ଟ୍ରେନଟି ଦୁଇ ଭାଗ ହୋଇଯାଇଥିଲା । ଇଞ୍ଜିିନ୍‌ ସହ ଲାଗିଥିବା ଡବାଗୁଡ଼ିକ ଘଟଣାସ୍ଥଳରୁ ପ୍ରାୟ ୨ କିଲୋମିଟର ଚାଲି ଯାଇଥିଲା । ଏଭଳି ଘଟଣା ପରେ ଅଲଗା ହୋଇ ପଛରେ ରହିଯାଇଥିବା ବଗିର ଯାତ୍ରୀ ମାନେ ଭୟଭୀତ ହୋଇଯାଇଥିଲେ । ଟ୍ରେନର କେତେକ ଯାତ୍ରୀ ଓ
ଗାର୍ଡ ଏ ସଂକ୍ରାନ୍ତରେ ବାଲୁଗାଁ ଷ୍ଟେସନକୁ ସୂଚନା ଦେଇଥିଲେ । ସେଠାକାର ରେଳବାଇ କର୍ତ୍ତୃପକ୍ଷ ଡ୍ରାଇଭରଙ୍କୁ ସୂଚନା ଦେବା ପରେ ସେ ଇଞ୍ଜିନ ପଛକୁ ଫେରଇବା ପରେ ରହି ଯାଇଥିବା ବଗିଗୁଡ଼ିକୁ ପୁଣି ସଂଯୋଗ କରାଯାଇଥିଲା ଓ ରେଳଗାଡ଼ି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା । ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏଭଳି ସ୍ଥିିିତି ସୃଷ୍ଟି ହୋଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଭୂତ କହୁଛି ମୃତୁ୍ୟର କାହାଣୀ! ମହିଳାଙ୍କ ଅସ୍ୱାଭାବିକ ଆଚରଣ

ଭୂତ କହୁଛି ମୃତୁ୍ୟର କାହାଣୀ! ମହିଳାଙ୍କ ଅସ୍ୱାଭାବିକ ଆଚରଣ

Read More...

ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ

ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page