ସାଧାରଣ ସେବା କେନ୍ଦ୍ରରେ ମିଳିବ ଡ୍ରାଇଭିଂ ଲାଇସେନ୍ସ

November 05, 2019, ଓଡ଼ିଶା, , Anupambharat News Bureau


 ସାଧାରଣ ସେବା କେନ୍ଦ୍ରରେ ମିଳିବ ଡ୍ରାଇଭିଂ ଲାଇସେନ୍ସ
Anupambharat News Bureau
November 05, 2019

ଭୁବନେଶ୍ୱର,୫ ।୧୧(ଅନୁପମ ମିଡିଆ): ଏଣିକି ଡ୍ରାଇଭିଂ ଲାଇସେନ୍‌ସ୍‌, ଗାଡି ପଞ୍ଜିକରଣ ପ୍ରମାଣପତ୍ର, ଗାଡିର ମାଲିକାନା ପରିବର୍ତ୍ତନ ଏବଂ ରାଜସ୍ୱ ଆଦାୟ ଆଦି ସେବା ଅନ୍‌ଲାଇନ୍‌ ମୋଡରେ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ମାନଙ୍କରେ ମିଳି ପାରିବ । ଏହି କାର୍ଯ୍ୟ ଡିସେମ୍ବର ମାସ ସୁଦ୍ଧା ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।
ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫-ଟି କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ୍‌ ସେବା ଯୋଗାଣ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଅଧିକରୁ ଅଧିକ ସେବାକୁ ଅନ୍‌ଲାଇନ୍‌ କରିବା ସହ ଲୋକମାନଙ୍କର ଆର୍‌ଟିଓ ଅଫିସକୁ ଦୌଡିବାର ଆବଶ୍ୟକତା କମାଇବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀନିବାସ୍‌ କହିଥିଲେ ଯେ ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ଯେକୌଣସି ସ୍ଥାନରୁ ଜଣେ ଯୋଗ୍ୟ ଆବେଦନକାରୀ ନିଜର ଇଚ୍ଛା ଅନୁସାରେ ଯେକୌଣସି
ଆର୍‌ଟିଓ ଅଫିସକୁ ଲାଇସେନ୍‌ସ୍‌ ପାଇଁ ଦରଖାସ୍ତ କରିପାରିବେ । ପ୍ରାଥମିକଭାବେ ଲର୍ଣ୍ଣର୍‌ ଲାଇସେନ୍‌ସ୍‌ ଏବଂ ପରବର୍ତୀ ଅବସ୍ଥାରେ ଡ୍ରାଇଭିଂ ଲାଇସେନ୍‌ସ୍‌ ଆଦି ପାଇଁ ଦେୟ ମଧ୍ୟ ଅନ୍‌ ଲାଇନ୍‌ରେ ପୈଠ କରିପାରିବେ । ଏହା ଫଳରେ ଆର୍‌ଟିଓ ଅଫିସ ଆସି ଆଉ ଧାଡିରେ ଠିଆ ହେବାକୁ ପଡିବ ନାହିଁ । ଏହି ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ୧୨ ଲକ୍ଷ ନାଗରିକ ଉପକୃତ ହେବେ । ନୂଆ ଗାଡିର ପଞ୍ଜୀକରଣ, ଋଣ-ବନ୍ଧକ ଏବଂ ବନ୍ଧକମୁକ୍ତ ସ୍ୱୀକୃତି, ଠିକଣା ପରିବର୍ତନ, ଫିଟ୍‌ନେସ୍‌ ପ୍ରମାଣପତ୍ର ଏବଂ ପଂଜୀକରଣ ନବୀକରଣ ଆଦି ବ୍ୟବସ୍ଥାକୁ ଅନ୍‌ଲାଇନ୍‌ ମୋଡ୍‌ରେ ସିଏସସି ମାନଙ୍କ ସହ ସଂଯୋଜିତ କରାଯିବ । ଏଥିରେ ଅନ୍‌ଲାଇନ୍‌ ଦସ୍ତାବିଜ୍‌ ଦାଖଲ ବ୍ୟବସ୍ଥା ମଧ୍ୟ ରହିବ । ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ, ବୈଦୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ମନୋଜ ମିଶ୍ର, ପରିବହନ କମିଶନର ସଞ୍ଜୀବ ପଣ୍ଡା, ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଦିଲ୍ଲୀପ ରାଉତରାଏଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାକୁ ବାତ୍ୟା ଭୟ ନାହିଁ  ୭ରୁ ତିନି ଦିନ ଧରି ବର୍ଷିବ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଓଡ଼ିଶାକୁ ବାତ୍ୟା ଭୟ ନାହିଁ ୭ରୁ ତିନି ଦିନ ଧରି ବର୍ଷିବ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

Read More...

ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ୮.୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ୮.୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page