ଓଡ଼ିଶାକୁ ବାତ୍ୟା ଭୟ ନାହିଁ ୭ରୁ ତିନି ଦିନ ଧରି ବର୍ଷିବ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

November 05, 2019, ଓଡ଼ିଶା, , Anupambharat News Bureau


ଓଡ଼ିଶାକୁ ବାତ୍ୟା ଭୟ ନାହିଁ  ୭ରୁ ତିନି ଦିନ ଧରି ବର୍ଷିବ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
Anupambharat News Bureau
November 05, 2019

ଭୁବନେଶ୍ୱର,୫ ।୧୧(ଅନୁପମ ମିଡିଆ):
ଓଡିଶାରେ ବାତ୍ୟା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ନଥିଲେ ହେଁ ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ୧୫ଟି ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ମଙ୍ଗଳବାର ପ୍ରକାଶ କରିଛନ୍ତି । ଏସଆରସି କହିଛନ୍ତି ଯେ, ବାତ୍ୟା ହେଲେ ଓଡ଼ିଶା ଉପକୂଳ ଛୁଇଁ ନ ପାରେ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ଭୟଭୀତ ନ ହେବାକୁ ଏସଆରସି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସମସ୍ତ ଜିଲ୍ଲାର ପ୍ରଶାସନ ବିଶେଷ କରି ଉପରୋକ୍ତ ୧୫ ଜିଲ୍ଲାର ପ୍ରଶାସନ ବର୍ଷା ପରବର୍ତ୍ତୀ ସମ୍ଭାବ୍ୟ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା କରିବା ଲାଗି ସତର୍କ ରହିବା ପାଇଁ ଆଡଭାଇଜାରୀ ଜାରି କରାଯାଇଛି । ଅନ୍ୟପକ୍ଷରେ ବର୍ଷା ସମ୍ପର୍କରେ ଚାଷୀ ମାନଙ୍କ ପାଇଁ ଆଡଭାଇଜରୀ ଜାରୀ କରିବା ପାଇଁ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ଓୟୁଏଟିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏସଆରସି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୁରୀ ,ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା , ଜଗତସିଂହପୁର, ବୌଦ୍ଧ, କୋରାପୁଟ ,ରାୟଗଡା , ନବରଙ୍ଗପୁର, ଗଞ୍ଜାମ , ଗଜପତି, ନୂଆପଡା, ମାଲକାନଗିରି,କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଗଭୀର ଅବପାତରୂପ ନେବ । ପରବର୍ତ୍ତୀ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଏହି ପୂର୍ବାନୁମାନ କରିବା ପରେ ଓଡ଼ିଶା ସରକାର ତପିର ହୋଇପଡ଼ିଛନ୍ତି । ଆଇଏମଡିର ଅନୁମାନ କହୁଛି ଆସନ୍ତା ୭ ତାରିଖରୁ ୧୦ ତାରିଖ ମଧ୍ୟରେ ଉପରୋକ୍ତ ଜିଲ୍ଲା ଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହାର ପ୍ରଭାବ ଆଭ୍ୟନ୍ତରୀଣ ଓଡିଶାରେ ବିଶେଷ ପଡିବ ନାହିଁ । ଉତ୍ତର ଆଣ୍ଡାମାନରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଛି । ବର୍ତ୍ତମାନ ଏହା ପାରାଦ୍ୱୀପ ଠାରୁ ୯୨୦ କିମି ଦୂରରେ ରହିଛି । ଏହା ପଶ୍ଚିମବଙ୍ଗ ଓ ବାଲାଂଦେଶର ମଧ୍ୟ ଭାଗରେ ସ୍ଥଳଭାଗ ଛୁଇଁପାରେ । ୭ ତାରିଖରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ । ୯ ତାରିଖ ବେଳକୁ ପବନର ବେଗ ବୃଦ୍ଧି ପାଇ ୫୦ରୁ ୬୦ କିମି ବେଗରେ ବୋହିବ । ବର୍ତ୍ତମାନ ରାଜ୍ୟର ସବୁ ବିମାନ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରୀ କରାଯାଇଛି । ମାଛ ମାରିବାକୁ ସମଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀମାନେ ୮ ତାରିଖ ସୁଦ୍ଧା ଫେରିଆସିବାକୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁଝରରେ ଲଜ୍ୟା! ଭାରରେ ବୁହା ହେଲେ ଅସହାୟ ଗର୍ଭବତୀ

କେନ୍ଦୁଝରରେ ଲଜ୍ୟା! ଭାରରେ ବୁହା ହେଲେ ଅସହାୟ ଗର୍ଭବତୀ

Read More...

 ସାଧାରଣ ସେବା କେନ୍ଦ୍ରରେ ମିଳିବ ଡ୍ରାଇଭିଂ ଲାଇସେନ୍ସ

ସାଧାରଣ ସେବା କେନ୍ଦ୍ରରେ ମିଳିବ ଡ୍ରାଇଭିଂ ଲାଇସେନ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page