କେନ୍ଦୁଝରରେ ଲଜ୍ୟା! ଭାରରେ ବୁହା ହେଲେ ଅସହାୟ ଗର୍ଭବତୀ

November 11, 2019, ଓଡ଼ିଶା, , Anupambharat News Bureau


କେନ୍ଦୁଝରରେ ଲଜ୍ୟା! ଭାରରେ ବୁହା ହେଲେ ଅସହାୟ ଗର୍ଭବତୀ
Anupambharat News Bureau
November 11, 2019

କେନ୍ଦୁଝର, ୧୧ା୧୦ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ପୁଣି ଏକ ଲଜ୍ୟା ଘଟଣା । ପୁଣି ଜଣେ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହିନେବାକୁ ପଡିଲା ପରିବାର ବର୍ଗଙ୍କୁ । ତେଲକୋଇ ଥାନା ଅନ୍ତର୍ଗତ ତମାଙ୍ଗ । ଏହି ଗ୍ରାମକୁ ରାସ୍ତା ଖଣ୍ଡିଏ ନାହିଁ । ଗ୍ରାମ ଲୋକମାନେ ଏକ ପାଦଚଳା ରାସ୍ତାରେ ବହୁ କଷ୍ଟରେ ଅସୁରକ୍ଷିତ ଅବସ୍ଥାରେ ଯିବା ଆସିବା କରିଥାଆନ୍ତି । ଏହି ଗ୍ରାମର ବିରrି ପ୍ରଧାନ ଙ୍କ ପତ୍ନୀ କଷି ପ୍ରଧାନ ଙ୍କ ହଠାତ୍‌ ଗର୍ଭ ଯନ୍ତ୍ରଣା ବୃଦ୍ଧି ପାଇଥିଲା । ଫଳରେ କଷିଙ୍କର ସ୍ୱାମୀ ବିରrି ଗ୍ରାମର କିଛି ଯୁବକଙ୍କ ସହାୟତାରେ ଏକ ଭାର ସାହାର୍ଯ୍ୟରେ ପତ୍ନୀ କଷିଙ୍କୁ ପ୍ରାୟ ୪ କିଲୋମିଟର ପାହାଡ ରାସ୍ତାରେ ଆଣିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ହାସପାତାଲକୁ ଆଣିଥିଲେ । ସେଠାରେ କଷି ପ୍ରଧାନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ମାତା ଓ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି । ଗ୍ରାମକୁ ଯିବା ପାଇିଁ ଥିବା ଏହା ଅବଶ୍ୟ କେନ୍ଦୁଝର ଜିଲ୍ଲା ପାଇିଁ ନୁଆ ଘଟଣା ନୁହେଁ । କାରଣ ଏହି ଜିଲ୍ଲାର ଅନେକ ଅrଳରେ ଆଜି ବି ଅସହାୟ ଗରୀବ ରୋଗୀ ଓ ଯନ୍ତ୍ରଣା ଜର୍ଜରିତ ଗର୍ଭବତତୀ ମହିଳାମାନଙ୍କୁ କେତେବେଳେ ଉଛୁଳା ନଦୀ ଭିତରେ ପଶି ଜୀବନକୁ ପାଣି ଛଡାଇ ତ ଅସୁରକ୍ଷିତ ରାସ୍ତାରେ ପରିବାର କିମ୍ବା ଗ୍ରାମ ଲୋକଙ୍କ ସହଯୋଗରେ ଚିକିସିାଳୟକୁ ଆସିବାକୁ ପଡିଥାଏ । ରାଜ୍ୟ ଓ କେନ୍ଦ୍ର ରାଜସ୍ୱ ବୃଦ୍ଧିରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ରାଜ୍ୟର ସବୁଠାରୁ ଧନୀ ଜିଲ୍ଲାର ମହିଳାମାନେ ନିଜ ଅrଳରେ ଆଜି ବି ଅସୁରକ୍ଷିତ । ରାଜ୍ୟ ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନାର ଘୋଷଣା କରିବା ପରେ ଏବେ ପୁଣି ୫-ଟି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ ଆରମ୍ବ କରିଛନ୍ତି । କିନ୍ତୁ ସର୍ବନିମ୍ନ ଭିତିଭୁମି ପ୍ରତି ଉଚିତ ଧ୍ୟାନ ଦିଆଯାଉ ନଥିବା କାରଣରୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକରୁ ହିତାଧିକାରୀମାନେ ସୁଫଳ ପାଇ ପାରୁ ନାହାଁନ୍ତି । ସର୍ବ ନିମ୍ନ ମୋððଳିକ ସୁବିଧାରୁ ଆଜି ବି ବrିତ ଲକ୍ଷ ଲକ୍ଷ ଲୋକ । ଏ କ୍ଷେତ୍ରରେ କେନ୍ଦୁଝରକୁ ଜ୍ଜଳନ୍ତ ଉଦାହରଣ ଭାବେ ଗ୍ରହଣ କରାଯାଇ ପାରେ । ସ୍ୱାଧୀନତାର ଦୀର୍ଘବର୍ଷ ପରେ ଆଜି ବି କେନ୍ଦୁଝର ଭଳି ଧନୀ ଜିଲ୍ଲାର ପ୍ରଜା ମାନଙ୍କ ପାଇିଂ ସର୍ବ ନିମ୍ନ ରାସ୍ତା ଖଣ୍ଡିଏ ନଥିବା ବେଳେ , ଏଠାରେ ଶିକ୍ଷା ଆହରଣ କରିବାକୁ ଆଗ୍ରହୀ କୋମଳମତି ଛାତ୍ର ଛାତ୍ରଙ୍କ ପାଠ ପଢିବା ପାଇିଁ ଜୀବନ ବାଜିରେ ଲାଗିଛି । ଉଛୁଳା ନଦୀରେ ନିଜେ ଡଙ୍ଗାର ଆହୁଲା ବାହୀ ଏମାନଙ୍କୁ ଯିବାକୁ ପଡୁଛି ବିଦ୍ୟାଳୟ । ଭଙ୍ଗା ଦଦରା ବିଦ୍ୟାଳୟ ଗୃହରେ ଅସୁରକ୍ଷିତ ଅବସ୍ଥାରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି କୋମଳମତି ବିଦ୍ୟାର୍ଥିମାନେ । ଗ୍ରାମକୁ ସର୍ବନିମ୍ନ ରାସ୍ତା ଖଣ୍ଡିଏ ନଥିବାରୁ ରୋଗୀ ଠାରୁ ଆରମ୍ଭ କରି ଗର୍ଭଣାଜର୍ଜରିତ ଅସହାୟ ମହିଳାଙ୍କୁ ଚିକିସିାଳୟ ଯିବାକୁ ପରିବାର ଲୋକମାନଙ୍କ ଭାରରେ ଯିବାକୁ ପଡୁଛି । ଏହି ଜିଲ୍ଲାରେ ମନ୍ତ୍ରୀଙ୍କର ଅଭାବ ନଥିବା ବେଳେ ନେତାଙ୍କର ମଧ୍ୟ ଅଭାବ ନାହିଁ । କିନ୍ତୁ ସ୍ୱାଧୀନତାର ଦୀର୍ଘବର୍ଷ ପରେ ଜିଲ୍ଲାର କୋððଣସି ପରିବର୍ତନ ହୋଇ ପାରିନାହିଁ । ଜିଲ୍ଲାକୁ ଆସୁଥିବା ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ପ୍ରାୟତଃ ଜିଲ୍ଲାର ପ୍ରଜାଙ୍କ ସୁଖ ଦୁଖଃ କୁ ଅଣଦେଖା କରିଆସୁଥିବା ଘଟଣା କିଛି ନୁଆକଥା ନୁହେଁ ଯାହା କି ଅନେକ ସମୟରେ ଚର୍ଚ୍ଚାକୁ ଆସିଥାଏ । କିନ୍ତୁ ପରିବର୍ତନ ପ୍ରାୟତଃ ଶୂନ୍ୟ । ଏହାଠାରୁ ଜିଲ୍ଲା ପାଇିଁ ଲଜ୍ଜା ଜନକ ଘଟଣା ଆଉ କଣ ବା ଥାଇପାରେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାତ୍ୟା ପରେ ଦାଉ ସାଧୁଛି ବିଜୁଳି ବହୁ ଅଞ୍ଚଳ ଅନ୍ଧକାରଛନ୍ନ

ବାତ୍ୟା ପରେ ଦାଉ ସାଧୁଛି ବିଜୁଳି ବହୁ ଅଞ୍ଚଳ ଅନ୍ଧକାରଛନ୍ନ

Read More...

ଓଡ଼ିଶାକୁ ବାତ୍ୟା ଭୟ ନାହିଁ  ୭ରୁ ତିନି ଦିନ ଧରି ବର୍ଷିବ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଓଡ଼ିଶାକୁ ବାତ୍ୟା ଭୟ ନାହିଁ ୭ରୁ ତିନି ଦିନ ଧରି ବର୍ଷିବ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page