ଶଙ୍କର ହତ୍ୟାକାଣ୍ଡ: ପୋଲିସ ହାତ ଖାଲି ହତ୍ୟାର ଦୃଶ୍ୟ ଭାଇରାଲ

November 25, 2019, ଓଡ଼ିଶା, , Anupambharat News Bureau


ଶଙ୍କର ହତ୍ୟାକାଣ୍ଡ: ପୋଲିସ ହାତ ଖାଲି  ହତ୍ୟାର ଦୃଶ୍ୟ ଭାଇରାଲ
Anupambharat News Bureau
November 25, 2019

ଖଲ୍ଲିକୋଟ,୨୫ା୧୧(ଅନୁପମ ମିଡ଼ିଆ): କେଶପୁର ଇଣ୍ଡିଆନ୍‌ ପେଟ୍ରୋଲ୍‌ ପମ୍ପରେ ଗତ ୨୧ତାରିଖ ରାତିରେ ଘଟିଥିବା ହତ୍ୟାକାଣ୍ଡର ଲାଇଭ୍‌ ସିସିଟିଭି ଫୁଟେଜ୍‌ରେ ହତ୍ୟାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଏଥିରେ ହତ୍ୟାକାରୀଙ୍କ ମୁହଁ ସ୍ପଷ୍ଟ ଭାବେ ଦେଖାଯାଉଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଧରି ପାରିନାହିଁ । ହତ୍ୟାକାଣ୍ଡର ୫ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରି ପାରୁ ନଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ଏହି ଛାତିଥରା ଲାଇଭ୍‌ ସିସିଟିଭି ଫୁଟେଜ୍‌ରେ ୪ରୁ ୫ ଜଣ ଯୁବକ ହଠାତ୍‌ ପେଟ୍ରୋଲ୍‌ ପମ୍ପରେ ପହଞ୍ଚି ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ପାହାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଓ ସେ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡ ଉପରେ ପଥର ଛେଚି ହତ୍ୟା କରିଥିବାର ଦୃଶ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବେ ଦେଖାଯାଉଛି । ଶଙ୍କର ମରିଯିବା ପରେ ମଧ୍ୟ ହତ୍ୟାକାରୀ ମାନଙ୍କ କ୍ରୋଧ କମିନଥିଲା । ଏକ କାଠ ଫାଳିଆ ଆଣି ଜଣେ ଯୁବକ ମୃତ ଶଙ୍କରର ମୁଣ୍ଡ ଉପରେ ପାହାର ପରେ ପାହାର ପକେଇ ଚାଲିଥିଲା । ଏହାପରେ ଆଉ ଜଣେ ଯୁବକ ମୃତ ଦେହର ଫଟୋ ମୋବାଇଲ୍‌ରେ ଉଠାଇବା ପରେ ସେଠାରୁ ଫେରାର୍‌ ହୋଇ ଯାଇଥିଲେ । ସେତେବେଳେ ପେଟ୍ରୋଲ୍‌ ପମ୍ପରେ କିଛି ଗ୍ରାହକ ଗାଡ଼ିରେ ତେଲ ପକାଇବାକୁ ଯାଇଥିବା ବେଳେ କେହି ପ୍ରତିବାଦ କରିବାକୁ ସାହାସ କରିନଥିଲେ ।
ଏହି ଛାତିଥରା ଲାଇଭ୍‌ ସିସିଟିଭି ଫୁଟେଜ୍‌ ବଜାରକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ଯୁବକକୁ ପୋଲିସ ସାନଘାଟିରୁ ଉଠାଇ ଆଣି ଥାନାରେ ପଚରା ଉଚୁରା କରୁଥିବା ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ । ତେବେ ଏ ସମ୍ପର୍କରେ ଆଇଆଇସି ସତ୍ୟରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ସେ ଏହାକୁ ଅସ୍ୱୀକାର କରିବା ସହ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ହତ୍ୟାକାରୀ ମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହେବ ବୋଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୃହରେ ଉଠିଲା ଦଳିତ ଯୁବତୀ ଦୁଷ୍କର୍ମ ଘଟଣା ବାଚସ୍ପତିଙ୍କ ରୁଲିଂ, ସରକାର ବିବୃତ୍ତି ରଖିବେ

ଗୃହରେ ଉଠିଲା ଦଳିତ ଯୁବତୀ ଦୁଷ୍କର୍ମ ଘଟଣା ବାଚସ୍ପତିଙ୍କ ରୁଲିଂ, ସରକାର ବିବୃତ୍ତି ରଖିବେ

Read More...

ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ

ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page