ଗୃହରେ ଉଠିଲା ଦଳିତ ଯୁବତୀ ଦୁଷ୍କର୍ମ ଘଟଣା ବାଚସ୍ପତିଙ୍କ ରୁଲିଂ, ସରକାର ବିବୃତ୍ତି ରଖିବେ

November 25, 2019, ଓଡ଼ିଶା, , Anupambharat News Bureau


ଗୃହରେ ଉଠିଲା ଦଳିତ ଯୁବତୀ ଦୁଷ୍କର୍ମ ଘଟଣା ବାଚସ୍ପତିଙ୍କ ରୁଲିଂ, ସରକାର ବିବୃତ୍ତି ରଖିବେ
Anupambharat News Bureau
November 25, 2019

ଭୁବନେଶ୍ୱର, ୨୫ ।୧୧ । (ଅନୁପମ ମିଡିଆ): ସୋମବାର ବିଧାନସଭାରେ ଜଗତସିଂହପୁର ଜିଲ୍ଲାର ତିର୍ତୋଲରେ ଘଟିିବା ଦଳିତ ଝିଅକୁ ଦୁଷ୍କର୍ମ ଘଟଣାକୁ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଏହି ପ୍ରସଙ୍ଗ ଯଦି ସତ ହୋଇଥିବ ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି ମିଶ୍ର କହିଥିଲେ ।
ସେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ପରେ କଂଗ୍ରେସ ବିଧାୟକ ମାନେ ଏହି ମାମଲାରେ ରୁଲିଂ ଦେବାକୁ ଦାବି କରି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳ କାରଣରୁ ବିଧାନସଭା ପ୍ରଥମାର୍ଦ୍ଧରେ ତିନି ଥର ବାଚସ୍ପତିଙ୍କୁ ଗୃହକୁ ମୁଲତବୀ କରିବାକୁ ପଡିଥିଲା । ଗୃହ ବାରମ୍ବାର ମୁଲତବୀ ହେଉଥିବାରୁ ବାଚସ୍ପତି ରୁଲିଂ ଦେଇ ସରକାରଙ୍କୁ ଗୃହରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୂନ୍ୟ କାଳରେ ନରସିଂହ ମିଶ୍ର ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମହିଳା ମାନଙ୍କ ପ୍ରତି ନିର୍ଯାତନା ମାମଲାରେ ରାଜନୀତି କରିବା ଉଚିତ ନୁହେଁ ବୋଲି ଦେଇଥିବା ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ, ଜଗତସିଂହପୁର ଜିଲ୍ଲାରେ ଦଳିତ ଝିଅ ସହିତ ଯେ ପରି ଭାବରେ ତାର ମାତା ପିତାଙ୍କ ସାମନାରେ ଦୁଷ୍କର୍ମ କରାଗଲା ଓ ପରେ ସେହି ଝିଅ ଆତ୍ମହତ୍ୟା କଲା । ଏହି ମାମଲାରେ ପୋଲିସ, ପ୍ରଶାସନ କେହି ପୀଡିତା ଓ ତାଙ୍କ ପରିବାର କଥା ଶୁଣିଲେ ନାହିଁ । ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଏବଂ ବିଜେଡି ଏସସି ସେଲର ଅଧ୍ୟକ୍ଷ ବିଷ୍ଣୁଚରଣ ଦାସ କହିଛନ୍ତି ଯେ, ଝିଅର ଶବକୁ ମଧ୍ୟ ମଶାଣୀରେ ସତ୍କାର କରିବାକୁ ଦିଆଗଲା ନାହିଁ । ଏହା ସଭ୍ୟ ସମାଜ ପ୍ରତି ଅପମାନ । ମିଶ୍ର କହୁଥିବା ବେଳେ ବାଚସ୍ପତି ପାତ୍ର କହିଥିଲେ ଯେ, ଶୂନ୍ୟକାଳରେ ଅନେକ ବିଧାୟକଙ୍କ ଅନେକ ବିଷୟ କହିବାର ଅଛି । ତେଣୁ ଅନ୍ୟ ମାନଙ୍କୁ ମଧ୍ୟ କହିବାକୁ ସୁଯୋଗ ଦେବା ଉଚିତ । ଏହା ପରେ ବାଚସ୍ପତି ଓ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହେବାର ଦେଖା ଯାଇଥିଲା । ଅନ୍ୟ ବିଧାୟକ ମାନେ ମଧ୍ୟ ବାଚସ୍ପତିଙ୍କୁ ବିରୋଧ କରିଥିଲ । ଏହି ପ୍ରସଙ୍ଗ କହି ସାରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ଉପରେ ବକ୍ତବ୍ୟ ଦେବାକୁ ନିର୍ଦେଶ ଦେବା ପାଇଁ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । ମାତ୍ର ବାଚସ୍ପତି ଏ ସମ୍ପର୍କିତ ରୁଲିଂ ଦେଇ ନଥିଲେ । ଏହାର କିଛି ସମୟ ପରେ କଂଗ୍ରେସ ବିଧାୟକ ମାନେ ଏହି ମାମଲାରେ ରୁଲିଂ ଦାବି କରି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକ ୩ଟା ବେଳେ ଆରମ୍ଭ ହୋଇଥିଲା । ବୈଠକ ଆରମ୍ଭ
ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ବକ୍ତବ୍ୟ ଦେବାକୁ ରୁଲିଂ ପ୍ରଦାନ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରି ହଟ୍ଟଗୋଳ କରିଥିଲେ । ଏହା ଫଳରେ ବାଚସ୍ପତି ଗୃହକୁ ୩.୦୪ ରୁ ଅଧ ଘଂଟା ପାଇଁ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ । ପରେ ଏନେଇ ସରକାର ବିବୃତ୍ତି ରଖିବାକୁ ବାଚସ୍ପତି ରୁଲିଂ ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

Read More...

ଶଙ୍କର ହତ୍ୟାକାଣ୍ଡ: ପୋଲିସ ହାତ ଖାଲି  ହତ୍ୟାର ଦୃଶ୍ୟ ଭାଇରାଲ

ଶଙ୍କର ହତ୍ୟାକାଣ୍ଡ: ପୋଲିସ ହାତ ଖାଲି ହତ୍ୟାର ଦୃଶ୍ୟ ଭାଇରାଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page