ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

December 03, 2019, ଦେଶ, , Anupambharat News Bureau


ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି
Anupambharat News Bureau
December 03, 2019

ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତର ଦୁଷ୍କର୍ମ ଓ ହତ୍ୟାକାଣ୍ଡ ସାରା ଦେଶକୁ ହୁଲସ୍ତୁଲ କରିଛନ୍ତି । ଏହି ସମୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ନେଟ୍‌ ଦୁନିଆରେ ସବୁଠାରୁ ବଡ଼ ସର୍ଚ୍ଚ ହୋଇଛି ହାଇଦ୍ରାବାଦର ସେହି ଲୋମ ହର୍ଷଣକାରୀ ଘଟଣା । ଲୋକେ ସେହି ଦୁଷ୍କର୍ମର ଚିତ୍ର ଦେଖିବା ଲାଗି ଉତ୍କଣ୍ଠା ପ୍ରକାଶ କରୁଛନ୍ତି ।
ବିଶେଷ କରି ପର୍ଣ୍ଣ ସାଇଟଗୁଡ଼ିକରେ ଏହି ଘଟଣାର ସର୍ଚ୍ଚ ଅହେତୁକ ବୃଦ୍ଧି ପାଇଛି । ନେଟ ଦୁନିଆର ଟପ୍‌ ହଣ୍ଡ୍ରେଡ଼ ପର୍ଣ୍ଣ ସାଇଟ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ପର୍ଣ୍ଣ ସାଇଟରେ ହାଇଦ୍ରାବାଦ ଘଟଣାର ସର୍ଚ୍ଚ ୮୦ ଲକ୍ଷ ଠାରୁ ଅଧିକ କରାଯାଇଛି । ଯେଉଁଥିରେ ପୀଡ଼ିତାଙ୍କ ନାଁରେ ହିଁ ସର୍ଚ୍ଚ କରାଯାଇଛି । ଆମେରିକାରେ କାର୍ଯ୍ୟ କରୁଥିବା ଏକ ଆଣ୍ଟି ପର୍ଣ୍ଣୋଗ୍ରାଫି ସଂସ୍ଥା - ଫାଇଟ ଦ ନ୍ୟୁ ଡ୍ରଗ- ଏଭଳି ଏକ ଖୁଲାସା କରିଛି । ପୂର୍ବରୁ ଯେଉଁମାନେ ପର୍ଣ୍ଣସାଇଟ ଦେଖୁଥିଲେ ସେମାନେ ଭାର୍ଚୁଆଲ ଯୌନ ତୃପ୍ତି ପାଇବା ଲାଗି ଏସବୁ ଦେଖୁଥିବା ବିଶ୍ୱାସ କରାଯାଉଥିଲା ।
କି;ୁ ଲୋକଙ୍କର ମାନସିକତା ଏମିତି ବଦଳିଗଲାଣି ଯେ ସେମାନେ ଏବେ ପର୍ଣ୍ଣ ସାଇଟରେ ଗ୍ୟାଙ୍ଗରେପ ଭଳି ବୀଭତ୍ସ ଦୃଶ୍ୟ ଦେଖି ଆନନ୍ଦ ନେବାକୁ ଚାହୁଁଛନ୍ତି । ଜଣେ ପୀଡ଼ିତାର ଅସହାୟ ଅବସ୍ଥା ଏବଂ ତାଙ୍କୁ ଯେଉଁଭଳି ନୃଶଂସ ଭାବେ ଦୁଷ୍କର୍ମ କରାଯାଉଛି ଓ ପରେ ତାଙ୍କୁ ହତ୍ୟା କରି ଜାଳି ଦିଆଯାଉଛି । ଏସବୁର ଲାଇଭ ଭିଡିଓ ଲୋକେ ପର୍ଣ୍ଣ େୱବସାଇଟରୁ ଦେଖିବାକୁ ଉତ୍କଣ୍ଠା ପ୍ରକାଶ କରୁଛନ୍ତି ଖାସ କିଛି କ୍ଷଣର ଆନନ୍ଦ ପାଉଛନ୍ତି । ଏହାଠାରୁ ଆଉ ବିଡ଼ମ୍ବନାର ବିଷୟ କଣ ହୋଇପାରେ । ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ବହ୍ନି ଏବେ ସାରା ଦେଶରେ ଦେଖିବାକୁ ମିଳିଛି ।
ଗିରଫ ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଓ ନ୍ୟାୟ ଦାବିରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ବିକ୍ଷୋଭ ଦେଖିବାକୁ ମିଳିଛି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଦିଲ୍ଲୀ ମହିଳା କମିଶନର ସାତ୍ୱୀ ମାଲିୱାଲ ଆଜି ଠାରୁ ଯନ୍ତରମନ୍ତର ଠାରେ ଆମରଣ ଅନଶନରେ ବସିଛନ୍ତି । ୧୮୦ ଦିନ ମଧ୍ୟରେ ହାଇଦ୍ରାବାଦ ଘଟଣାର ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଦାବିରେ ସେ ଏଭଳି ଆନ୍ଦୋଳନ ଆରମ୍ଭ କରିଛନ୍ତି । ତାଙ୍କ ସହ ହଜାର ହଜାର ମହିଳା ଓ ଯୁବତୀ ମଧ୍ୟ ଯନ୍ତରମନ୍ତର ଠାରେ ବିକ୍ଷୋଭ ଆରମ୍ଭ କରିବା ସହ ସମସ୍ତ ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରିଛନ୍ତି ।
ହାଇଦ୍ରାବାଦ, କୋଲକାତା, ଅମୃତସର, ଚେନ୍ନାଇ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ମହିଳା, ଯୁବତୀ ଓ ଛାତ୍ରଛାତ୍ରୀ ମାନେ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ଆମ ଦେଶରେ ଆମେ କାହିଁକି ସୁରକ୍ଷିତ ମଣୁନାହୁଁ । ଆମେ ଚାହୁଁଛୁ ନ୍ୟାୟ । ଆଜି ଆନ୍ଦୋଳନ କରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ପାଇଁ ଚିଠି ମଧ୍ୟ ଲେଖିଥିଲେ । ସେ କହିଛନ୍ତି, ଦୋଷୀ ସାବ୍ୟସ୍ତ ହେବା ପରେ ହାଇଦ୍ରାବାଦ କୁକର୍ମରେ ସାମିଲ ଥିବା ଅପରାଧୀମାନେ ୬ ମାସ ମଧ୍ୟରେ ଫାଶୀ ଖୁଣ୍ଟରେ ଝୁଲିବା ଦରକାର । କେବଳ ହାଇଦ୍ରାବାଦ ନୁହେଁ ରାଜସ୍ଥାନରେ ମଧ୍ୟ ଜଣେ ୬ ବର୍ଷ ନାବାଳିକାର ଗଣଦୁଷ୍କର୍ମ ଓ ହତ୍ୟାକରିଥିବା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଉ ।
ସମସ୍ତ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଉ ବୋଲି ମୁଁ ଦାବି କରୁଛି । ଗତବର୍ଷ ମଧ୍ୟ ମୁଁ ଆନ୍ଦୋଳନ କରିବାକୁ ସରକାର ୧୦ ଦିନ ମଧ୍ୟରେ ଆଇନ ପ୍ରଣୟନ କରିଥିଲେ ଏବଂ ୬ ମାସ ମଧ୍ୟରେ ଦୁଷ୍କକର୍ମକାରୀଙ୍କୁ ଫାଶୀ ଦେବେ ବୋଲି ବ୍ୟବସ୍ଥା କରିଥିଲେ । ହେଲେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ତେଣୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିୟମ କେମିତି କାର୍ଯ୍ୟକାରୀ ହେବ, ତା‘ର ବ୍ୟବସ୍ଥା କର;ୁ । ଅନ୍ୟପକ୍ଷରେ ସୋମବାର ଭଳି ମଙ୍ଗଳବାର ମଧ୍ୟ ଦିଲ୍ଲୀର ଯନ୍ତରମନ୍ତରରେ ସିଭିଲ ସୋସାଇଟ୍‌ ପକ୍ଷରୁ ବିକ୍ଷୋଭ କରାଯାଇଛି । ସମସ୍ତେ ନ୍ୟାୟ ଦାବି କରିବାରେ ଲାଗିଛନ୍ତି ।
ହାଇଦ୍ରାବାଦ ଓ ତେଲାଙ୍ଗାନର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନେ ରାଲି ଆୟୋଜନ କରି ନ୍ୟାୟ ଭିକ୍ଷା କରିଛନ୍ତି । ଏଥିସହ ସେମାନେ ଦୋଷୀଙ୍କୁ ତୁରନ୍ତ ଫାଶୀ ଝୁଲାଇ ଦେବାକୁ କହିଛନ୍ତି । ନଭେମ୍ବର ୨୭ରେ ହାଇଦ୍ରାବାଦର ଭେଟେରିନାରୀ ମହିଳା ଡାକ୍ତରଙ୍କୁ ସାହାଯ୍ୟ କରିବା ବାହାନାରେ ୪ ଜଣ ଯୁବକ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଗଣଦୁଷ୍କର୍ମ ଓ ପରେ ପୋଡ଼ି ମାରି ଦେଇଥିଲେ । ପୁଲିସ୍‌ ଘଟଣାର ୪୮ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ମେରୀକମ୍‌ ବକ୍ସିଂର ମାରାଡୋନା’

‘ମେରୀକମ୍‌ ବକ୍ସିଂର ମାରାଡୋନା’

Read More...

ସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ

ସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page