‘ମେରୀକମ୍‌ ବକ୍ସିଂର ମାରାଡୋନା’

December 03, 2019, କ୍ରୀଡ଼ା, , Anupambharat News Bureau


‘ମେରୀକମ୍‌ ବକ୍ସିଂର ମାରାଡୋନା’
Anupambharat News Bureau
December 03, 2019

ଭାରତର ଷ୍ଟାର୍‌ ମହିଳା ବକ୍ସର ହେଉଛନ୍ତି ଏମ୍‌ସି ମେରୀକମ୍‌ । ସେ ପାଞ୍ଚଟି ବିଶ୍ୱ ମହିଳା ବକ୍ସିଂ ଚାମ୍ପିଆନ୍‌ରେ ଟାଇଟଲ୍‌ ହାସଲ କରିବାରେ ଗୌରବ ଅର୍ଜନ କରିଛନ୍ତି । ଭାରତୀୟ ମହିଳା ବକ୍ସିଂର ହାଇପ୍ରଫେମାନ୍ସ ଡାଇରେକଫର ରାଫେଲ୍‌ ବାର୍ଗାମାସ୍କୋ ଯୁବ ପ୍ରତିଭାବାନ୍‌ ଖେଳାଳିଙ୍କୁ ତାଲିମ୍‌ ପ୍ରଦାନ କରୁଛନ୍ତି ।
ମେରୀକମ୍‌ ଙ୍କୁ ଅନୁକରଣ କରି ବକ୍ସର ହୋଇଛନ୍ତି । ଭାରତୀୟ ମହିଳା ବକ୍ସିଂର ପରିଚିତ ନାମ ହେଉଛି ମେରୀକମ୍‌ । ୩୬ବର୍ଷୀୟ ମେରୀକମ୍‌ ବକ୍ସିଂରୁ ଓହରିନାହାନ୍ତି । ବାଳିକାମାନେ ମେରୀକମ୍‌ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ । ଦେଶରେ ବହୁ ପ୍ରତିଭାବାନ୍‌ ମହିଳା ବକ୍ସର ରହିଛନ୍ତି । ସେହି ଖେଳାଳିଙ୍କୁ ଉନ୍ନତ ତାଲିମ୍‌ ପ୍ରଦାନ କରାଗଲେ ଉନ୍ନତ ବକ୍ସର ହୋଇପାରିବେ ବୋଲି କହିଛନ୍ତି । ମେରୀକମ୍‌ ନାମ ବକ୍ସିଂରେ ପରିଚିତ ହୋଇଛି,ସେହିପରି ମାରାଡୋନା ଫୁଟବଲ୍‌ ରେ ରହିଛନ୍ତି । ପ୍ରତିଭାବାନ୍‌ ଖେଳାଳି କେବଳ ଶହେ ବର୍ଷ ମଧ୍ୟରେ ଦେଖାଦେଇଥାଏ । ବାଳିକା ବକ୍ସରଙ୍କୁ ମେରୀକମ୍‌ ଭଳି ସୃଷ୍ଟି କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ବେରଗାମାସ୍କୋ କହିଛନ୍ତି । ଗତବର୍ଷ ଏଚ୍‌ପିଡି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲୋ ବେର ୍‌ଗାମାସ୍କୋ ଭାରତୀୟ ଜାତୀୟ ୟୁଥ୍‌ କୋଚ୍‌ ରହିଛନ୍ତି । ସେଠାରେ ଯେଉଁ ଖେଳାଳି ତାଲିମ୍‌ ପ୍ରଦାନ କରାଯାଉଛି,ସେହି ଖେଳାଳି ଭବିଷ୍ୟତରେ ଭଲ ବକ୍ସର ହୋଇପାରିବେ । ବହୁ ପ୍ରତିଭାବାନ୍‌ ବାଳିକା ବକ୍ସର ୟୁଥ୍‌ ଜାତୀୟ କୋଚିଂରେ ରହିଛନ୍ତି । ନିତୁ ଓ ଏସ୍‌ କାଲାଇଭାନି ୪୮ କେଜି ବର୍ଗ, ନିଖତ୍‌ ଜାରିନ୍‌, ଜ୍ୟୋତି(ଗୁଲିୟା) ୫୧ କେଜି, ମନିଷା ଏବଂ ସାକ୍ଷୀ ୫୭ କେଜି ରହିଛନ୍ତି । ସୀମରନ୍‌ଜିତ୍‌ କୌର୍‌ ସେ ବାଳିକା ହୋଇ ରହିନାହାନ୍ତି ସେ ଉନ୍ନତ ପ୍ରଦର୍ଶନ କରିଥିବା ବାଳିକା ହୋଇପାରିଛନ୍ତି । ଲୋଭଲିନା ଏବଂ ପୂଜା ରାଣୀ ରହିଛନ୍ତି । ବେର ଗାମାସ୍କୋ ଦେଶର ବିଭିନ୍ନ କୋଣଅନୁକୋରରେ ଯୁବ ପ୍ରତିଭାବାନ୍‌ ଖେଳାଳିଙ୍କୁ ଚିହ୍ନଟ କରିଛନ୍ତି । ସେ ରୋହତକ୍‌ ଯୁଥ୍‌ ଓ ଜୁନିୟର୍‌ ଚାମ୍ପିଆନ୍‌ସିପ୍‌ ଯୋଗ ଦେଇଥିଲେ । ସେଠାରେ ବାଳିକା ବେଶ୍‌ ଉନ୍ନତ ପ୍ରଦର୍ଶନ କରୁଥିବା ଦେଖିବାକୁ ପାଇଥିଲେ । ବାଳିକାମାନେ କ୍ରୀଡ଼ା ପାଇଁ ମାନସିକ ସ୍ତରରେ ପରିବର୍ତ୍ତନ ହେବା ଉଚିତ । ପୂର୍ବରୁ ବକ୍ସିଂରେ ବହୁ ନିଯୁକ୍ତିର ସୁଯୋଗ ହେବା ସହ ପରିବାର ପାଇଁ ଏହା ସହାୟକ ହୋଇପାରିଥିଲା । ଯଦି ରେଳବାଇ ଓ ପୋଲିସ୍‌ ରେ ଯୋଗଦାନ କଲେ ତାଙ୍କ କ୍ୟାରିୟର୍‌ ଶେଷ ହୋଇଛି । କିନ୍ତୁ ପର୍ଯ୍ୟାୟ କ୍ରମେ ମାନସିକ ସ୍ତରରେ ପରିବର୍ତ୍ତନ ହୋଇଛି । କ୍ରୀଡ଼ାର ସମ୍ମାନଜନକ ଇଭେଣ୍ଟ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟ ରଖିଛନ୍ତି । ବେରଗାମାସ୍କୋ ୟୁରୋପିୟନ୍‌ ଓ ଏସିଆନ୍‌ କୌଶଳରେ ବକ୍ସିଂ ତାଲିମ୍‌ ପ୍ରଦାନ କରୁଛନ୍ତି । ଏସିଆରେ ମହିଳା ବକ୍ସିଂ ବେଶ୍‌ ମଜବୁତ୍‌ ବୋଲି କହିଛନ୍ତି । ଭାରତୀୟ ବକ୍ସରଙ୍କ ବେଶ୍‌ ପ୍ରତିଭାବାନ୍‌ ଖେଳାଳି ରହିଛନ୍ତି । ବକ୍ସିଂରେ ଦ୍ରୁତଗତିରେ ପଞ୍ଚ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ‘ମଧୁ ଆପ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ  ଭିଡିଓ ଦ୍ୱାରା ପାଠ ପଢିବେ ସ୍କୁଲ ଛାତ୍ରଛାତ୍ରୀ

‘ମଧୁ ଆପ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଭିଡିଓ ଦ୍ୱାରା ପାଠ ପଢିବେ ସ୍କୁଲ ଛାତ୍ରଛାତ୍ରୀ

Read More...

ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page