‘ମଧୁ ଆପ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଭିଡିଓ ଦ୍ୱାରା ପାଠ ପଢିବେ ସ୍କୁଲ ଛାତ୍ରଛାତ୍ରୀ

December 03, 2019, ଓଡ଼ିଶା, , Anupambharat News Bureau


 ‘ମଧୁ ଆପ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ  ଭିଡିଓ ଦ୍ୱାରା ପାଠ ପଢିବେ ସ୍କୁଲ ଛାତ୍ରଛାତ୍ରୀ
Anupambharat News Bureau
December 03, 2019

ଭୁବନେଶ୍ୱର,୩ ।୧୧(ଅନୁପମ ମିଡିଆ): ପିଲାମାନଙ୍କୁ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନ ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଞ୍ଜମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମଧୁ ଆପ୍‌’ର ଆରମ୍ଭ କରାଯାଇଛି ।
ଛାତ୍ରଛାତ୍ରୀମାନେ ‘ମଧୁ ଆପ୍‌’କୁ ମୋବାଇଲରେ ଡାଉନଲୋଡ୍‌ କରି ସେଥିରୁ ଭିଡିଓ ଦ୍ୱାରା ସେମାନେ ଶ୍ରେଣୀରେ ପଢା ଯାଇଥିବା ପାଠ ବୁଝି ପାରିବେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ନୂଆ ‘ମଧୁ ଆପ୍‌’କୁ ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଆୟୋଜିତ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଳାର ୨୨ ଟି ବ୍ଲକ୍‌ ର ଛାତ୍ରଛାତ୍ରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧୁ ଆପ୍‌ ସମ୍ପର୍କରେ କଥାବାର୍ତ୍ତା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ତେଣୁ ଭଲ ପାଠ ପଢି ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଓଡିଆ ଜାତି ପାଇଁ ଉତ୍କଳଗୌରବ ମଧୁସୂଦନଙ୍କ ତ୍ୟାଗ ବିଷୟରେ ଆଲୋଚନା କରି ମଧୁ ବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ । ଏହାଦ୍ୱାରା ମାତୃଭାଷା ଆଧାରିତ ଭର୍ଚୁଆଲ୍‌ କ୍ଲାସ୍‌- ରୁମ୍‌ ଅନୁଭୂତି ପାଇପାରିବେ ବିଦ୍ୟାର୍ଥୀ । ଅନ୍ୟ ଅର୍ଥରେ ଛାତ୍ରଛାତ୍ରୀମାନଙ୍କ ହାତରେ କ୍ଲାସ୍‌ ରୁମ୍‌ ଇନ୍‌ ମୋବାଇଲ୍‌ ସୁବିଧା ବୋଲି କହିହେବ । ପଢା ବହିରେ ଥିବା ପାଠ୍ୟବିଷୟର ଶିକ୍ଷାଦାନ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ରେକର୍ଡିଂ କରାଯାଇଛି ।
ଏଥିସହ ଅଭ୍ୟାସ ପ୍ରଶ୍ନ ଓ ତାହାର ଉତ୍ତର ମଧ୍ୟ ଚାପଫର୍‌ ଓ ବିଷୟ ଅନୁସାରେ ରହିବ । ଛାତ୍ରଛାତ୍ରୀମାନେ ଗୁଗଲ୍‌ ପ୍ଲେ-ଷ୍ଟୋର୍କୁ ଯାଇ ଏହି ଆପ୍‌ ଡାଉନଲୋଡ୍‌ କରିପାରିବେ । ବିଦ୍ୟାର୍ଥୀମାନେ ଏକ କିମ୍ବା ଏକାଧିକ କ୍ଲାସ୍‌ରେ ପଞ୍ଜୀକରଣ କରି ବହି ପାଠକୁ ଡିଜିଟାଲ୍‌ ପଦ୍ଧତିରେ ପଢିପାରିବେ । ନିଜେ ଶିକ୍ଷକ ସାଜି ପ୍ରଶ୍ନୋତ୍ତରର ମୂଲ୍ୟାୟନ ବି କରିପାରିବେ ।ଏବେ ଅଧିକ ପଢା ପାଇଁ କିଛି ଛାତ୍ରଛାତ୍ରୀ ଟୁ୍ୟସନ୍‌ ଯାଉଛନ୍ତି । ଆଉ ସେମାନଙ୍କୁ ତାହା ଦରକାର ପଡ଼ିବନି । ସରକାରୀ ସ୍କୁଲ ଶିକ୍ଷକଙ୍କୁ ନେଇ ପ୍ରଥମ କରି ରାଜ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ୫ମ, ୬ଷ୍ଠ, ୭ମ, ୮ମ ଓ ୧୦ମ ଶ୍ରେଣୀର ଗଣିତ ଓ ବିଜ୍ଞାନ ପାଠ୍ୟକ୍ରମ ଅପଲୋଡ୍‌ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ , ଆଦର୍ଶ
ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର , ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା , ସ୍କୁଲ ଗଣଶିକ୍ଷା ସଚିବ ଓ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମେଡିକାଲ ସିଟ୍‌ ନାଁରେ  ୬୯ ଲକ୍ଷ ଠକେଇ, ଜଣେ ଗିରଫ

ମେଡିକାଲ ସିଟ୍‌ ନାଁରେ ୬୯ ଲକ୍ଷ ଠକେଇ, ଜଣେ ଗିରଫ

Read More...

‘ମେରୀକମ୍‌ ବକ୍ସିଂର ମାରାଡୋନା’

‘ମେରୀକମ୍‌ ବକ୍ସିଂର ମାରାଡୋନା’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page