ସୁନା ଓ ରୁପା ମୂଲ୍ୟ ହ୍ରାସ

December 11, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ସୁନା ଓ ରୁପା ମୂଲ୍ୟ ହ୍ରାସ
Anupambharat News Bureau
December 11, 2019

ନୂଆଦିଲ୍ଲୀ: ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ଓ ରୁପା ମୂଲ୍ୟ ବୁଧବାର ହ୍ରାସ ହୋଇଛି । ୧୦ଗ୍ରାମ ପିଛା ସୁନା ୭୩ ଟଙ୍କା ହ୍ରାସ ହୋଇ ୩୮,୪୮୬ ଟଙ୍କା ଦେଶର ରାଜଧାନୀ ନଗରୀ ଦିଲ୍ଲୀରେ ରହିଥିଲା । ଫଳରେ ଟଙ୍କା ମୂଲ୍ୟରେ ଉନ୍ନତି ହୋଇଥିବା ଜଣାଯାଇଛି ।
ୟେଲୋ ମେଟାଲ୍‌ ୧୦ଗ୍ରାମ ପିଛା କାରବାର ଶେଷବେଳକୁ ୩୮,୫୫୯ ଟଙ୍କା ରହିଥିବା ଜଣାପଡିଛି । ୨୪ କ୍ୟାରେଟ୍‌ ସୁନା କାରବାରରେ ୭୩ ଟଙ୍କା ହ୍ରାସ ହୋଇ ଟଙ୍କା ମୂଲ୍ୟ ଡଲାର ତୁଳନାରେ କାରବାର କରିଥିଲା । ଏଚ୍‌ଡିଏଫ୍‌ସି ସିକୁ୍ୟରିଟି ସିନିୟର୍‌ ବିଶ୍ଲେଷଣ ତପନ ପଟେଲ ପ୍ରକାଶ କରିଥିଲେ । ପ୍ରାରମ୍ଭିକ ବାଣିଜ୍ୟ କାରବାର ଟଙ୍କା ୧୨ ପଇସା ବୃଦ୍ଧି ହୋଇ ୭୦.୮୦ ରହି ଡଲାର ତୁଳନାରେ କାରବାର କରିଛି । ରୁପା ମୂଲ୍ୟରେ କେଜି ପିଛା ୮୯ ଟଙ୍କା ହ୍ରାସ ହୋଇ ୪୪,୬୪୦ ଟଙ୍କା କେଜି ପିଛା ରହିଥିବା ସହ କାରବାର ଶେଷବେଳକୁ ୪୪,୭୨୯ କେଜି ପିଛା ରହିଥିଲା । ଅର୍ନ୍ତଜାତୀୟ ବଜାରରେ ସୁନା କାରବାରରେ ୧,୪୬୪.୮ ଆୟୁ୍ୟନ୍ସ ରହିଥିବା ବେଳେ ରୁପା ୧୬.୬୨ ଆୟୁ୍ୟନ୍ସ ରହିଛି । ସୁନା ମୂଲ୍ୟରେ ଟ୍ରେଡିଂରେଞ୍ଜ ଅର୍ନ୍ତଜାତୀୟ ସ୍ତରରେ ସୁନା ମୂଲ୍ୟ ରେଞ୍ଜ ୧,୪୬୪ ରହିଥିବାବେଳେ ଆମେରିକା ଫେଡେରାଲ୍‌ ଓପନ୍‌ ବଜାର କମିଟି ମୂଲ୍ୟ ନିଷ୍ପତ୍ତି ଗ୍ରହଣ କରିଥାଏ । ଗ୍ଳୋବାଲ୍‌ ବଜାରରେ ଆମେରିକା-ଚୀନ୍‌ ବାଣିଜ୍ୟ ଆଲୋଚନାରେ ଡିସେମ୍ବର ୧୫ ଶେଷ ତାରିଖ ରହିଥିବାବେଳେ ନୂତନ ଶୁÂ ଆମେରିକା ଧାର୍ଯ୍ୟ କରିଥିବା ପଟେଲ୍‌ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ରାଜ୍ୟସଭାରେ ସପକ୍ଷରେ ୧୨୫, ବିପକ୍ଷରେ ୧୦୫

ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ରାଜ୍ୟସଭାରେ ସପକ୍ଷରେ ୧୨୫, ବିପକ୍ଷରେ ୧୦୫

Read More...

ସ୍କୁଲ ବସ୍‌ରେ କଟକଣା ଜାରି ନେଇ ତଦାରଖ

ସ୍କୁଲ ବସ୍‌ରେ କଟକଣା ଜାରି ନେଇ ତଦାରଖ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page