ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ରାଜ୍ୟସଭାରେ ସପକ୍ଷରେ ୧୨୫, ବିପକ୍ଷରେ ୧୦୫

December 11, 2019, ଦେଶ, , Anupambharat News Bureau


 ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ରାଜ୍ୟସଭାରେ ସପକ୍ଷରେ ୧୨୫, ବିପକ୍ଷରେ ୧୦୫
Anupambharat News Bureau
December 11, 2019

ନୂଆଦିଲ୍ଲୀ,୧୧ା୧୨: ବିରୋଧୀଦଳ ଏବଂ ଉତ୍ତର ପୂର୍ବ ଏବଂ ଦେଶର ଅନ୍ୟ ଭାଗରେ କେତେକ ସଙ୍ଗଠନର ତୀବ୍ର ବିରୋଧ ସେ‰ସଂସଦରେ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ପାରିିତ ହୋଇଛି ।
ଲୋକସଭାରେ ଏହାକୁ ମଞ୍ଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ମଧ୍ୟ ଅନୁମୋଦନ ଲାଭ କରିଛି । ରାଜ୍ୟସଭାରେ ଆଜି ଏହି ବିଲ୍‌କୁ ନେଇ ସରଗରମ ବିତର୍କ ପରେ ଭୋଟିଂ ହୋଇଥିଲା । ବିଲ୍‌ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୧୦୫ ଭୋଟ ମିଳିଥିଲା । ବିଲ୍‌କୁ ଉପସ୍ଥାପନ ସହ ବିତର୍କରେ ଭାଗ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ପଡୋଶୀ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁମାନେ ଯେଉଁ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିଲେ ତାର ପ୍ରତିକାର ପାଇଁ ଏହି ବିଲ୍‌ ଜରୁରୀ ରହିଥିଲା । ଧାର୍ମିକ ଧାରାରେ ବିଭାଜନ ହେବା ପରେ ଉପରୋକ୍ତ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ହୋଇ ଆସୁଥିଲା । ଏପରିକି ଧାର୍ମିକ ଭିତ୍ତିରେ ବିଭାଜନ ଲାଗି କଂଗ୍ରେସ କାହିଁକି ସହମତି ପ୍ରକାଶ କରିଥିଲା ବୋଲି ସେ ପ୍ରଶ୍ନ କରିଥିଲେ । ଏହି ବିଲ୍‌ରେ ୧୯୫୫ର ନାଗରିକତା ଆଇନରେ ସଂଶୋଧନ ପୂର୍ବକ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସମ୍ପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବାର ବ୍ୟବସ୍ଥା ରହିଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଗୃହକୁ ସୂଚିତ କରି କହିଥିଲେ ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଉପରୋକ୍ତ ଦେଶର ୫୬୬ ଜଣ ମୁସଲମଙ୍କୁ ନାଗରିକତା ପ୍ରଦାନ କରାଯାଇଛି ।
ବିରୋଧୀଙ୍କ ପକ୍ଷରୁ କରାଯାଉଥିବା ଅଭିଯୋଗ ଉପରେ ଉତ୍ତର ରଖି ଶାହା କହିଥିଲେ ଯେ, ବିଲ୍‌କୁ ତରବରିଆ ଭାବେ ଅଥବା କୌଣସି ପ୍ରସଙ୍ଗକୁ ଘୋଡ଼ାଇବା ଉର୍ଦ୍ଦେଶ୍ୟରେ ଅଣାଯାଇ ନାହିଁ । ୨୦୧୫ରେ ମଧ୍ୟ ଏହି ବଲ୍‌ ଅଣାଯାଇଥିଲା ବୋଲି ସେ ସ୍ମରଣୀୟ କରାଇଥିଲେ । ନାଗରିକତା ଆଇନରେ ପୂର୍ବରୁ ମଧ୍ୟ ବହୁ ସଂଶୋଧନ କରାଯାଇ ଶ୍ରୀଲଙ୍କା ଏବଂ ଉଗାଣ୍ଡା ଲୋକଙ୍କୁ ନାଗରିକତା ପ୍ରଦାନ କରାଯାଇଛି । ସେହିଭଳି ସେ ଆହୁରି କହିଥିଲେ ଯେ, ଯେଉଁ ମୁସଲମାନମାନେ ଭାରତର ନାଗରିକ ସେମାନେ ନାଗରିକ ହୋଇ ରହିବେ । ସେମାନଙ୍କ ବିରୋଧରେ ବୈଷମ୍ୟତା ରହିବ ନାହିଁ । ଆମେ ଅନ୍ୟ ଦେଶର ମୁସଲମାନମାନଙ୍କୁ ନାଗରିକତ୍ୱ ଦେଇ ପାରିବୁ ନାହିଁ । ଭାରତର ମୁସଲମାନମାନେ ଚିନ୍ତିତ ହେବା ଅନାବଶ୍ୟକ । ତେବେ ଏହି ବିଲ୍‌କୁ କଂଗ୍ରେସ, ବାମଦଳ, ଟିଏମ୍‌ସି, ଏସ୍‌ପି, ଡିଏମ୍‌କେ, ବିଏସ୍‌ପି, ଆରଜେଡ଼ି, ଏନ୍‌ସିପି ଏବଂ ଟିଆରଏସ ପ୍ରମୁଖ ଏହି ବିଲ୍‌କୁ ଅସମ୍ବିଧାନିକ କହି ବିରୋଧ କରିଥିଲେ । ବିତର୍କରେ ଭାଗ ନେଇ କଂଗ୍ରେସର ଆନନ୍ଦ ର୍ଶମା ଅଭିଯୋଗ କରିଥିଲେ ଯେ, ଏହି ବିଲ୍‌ ସମ୍ବିଧାନର ଆତ୍ମା ଉପରେ ଆକ୍ରମଣ । ବରିଷ୍ଠ କଂଗ୍ରେସ ନେତା କପିଲ୍‌ ଶିବଲ୍‌ ଏହି ବିଲ୍‌କୁ ନେଇ ସରକାରଙ୍କୁ
କଡ଼ା ସମାଲୋଚନା କରିଥିଲେ । ଟିଏମ୍‌ସିର ଡେରିକ ଓ’ବ୍ରେନ ବିଲ୍‌କୁ ଅସମ୍ବିଧାନିକ ବୋଲି ବିବେଚନା କରିଥିଲେ । ଭାରତରେ ମୁସଲିମ୍‌ଙ୍କ ସଂଖ୍ୟା ହ୍ରାସ କରିବାରେ ସରକାର ଲାଗିଛନ୍ତି ବୋଲି ଏସ୍‌ପିର ଜାଭେଦ ଅଲ୍ଳି ଖାଁ ପ୍ରକାଶ କରିଥିଲେ ।
ଏନ୍‌ସିପିର ପ୍ରଫୁଲ୍ଲ ପାଟେଲ କହିଥିଲେ ଯେ, ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଛି । ଏଣୁ ଏହି ବିଲ୍‌ ସିଲେକଫ କମିଟିକୁ ପଠାଯାଇ ପୁର୍ନବାର ଅନୁଧ୍ୟାନ କରାଯାଉ । ଟିଆରଏସ୍‌ ସାଂସଦ ମଧ୍ୟ ଏହି ବିଲ୍‌ ଉପରେ ପ୍ରଶ୍ନ ଉଠାଇପ୍ରତ୍ୟାହାର
କରିବାକୁ ଦାବି କରିଥିଲେ । ଏପରିକରି ବିଲ୍‌ର ସରୂପ ତ୍ରୁଟିପୂର୍ଣ୍ଣ ଥିବାରୁ ଏହାକୁ ଉପସ୍ଥାପନ ନକରିବାକୁ ଟିଏମ୍‌୍‌ସି ସାଂସଦଙ୍କ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାୟୁଡ଼ି ଖାରଜ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ଖରାପ ପାଗ ଯୋଗୁ ଆସିଲେନି ଉପରାଷ୍ଟ୍ରପତି

ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ଖରାପ ପାଗ ଯୋଗୁ ଆସିଲେନି ଉପରାଷ୍ଟ୍ରପତି

Read More...

ସୁନା ଓ ରୁପା ମୂଲ୍ୟ ହ୍ରାସ

ସୁନା ଓ ରୁପା ମୂଲ୍ୟ ହ୍ରାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page