ପତ୍ନୀ ଓ ମା’କୁ ମାରଣାନ୍ତକ ଆକ୍ରମଣ : ହାତରେ କଟୁରୀ ଧରି ଥାନାରେ ପହଞ୍ଚିଲେ ଯୁବକ

December 30, 2019, ଓଡ଼ିଶା, , Anupambharat News Bureau


ପତ୍ନୀ ଓ ମା’କୁ ମାରଣାନ୍ତକ ଆକ୍ରମଣ : ହାତରେ  କଟୁରୀ ଧରି ଥାନାରେ ପହଞ୍ଚିଲେ ଯୁବକ
Anupambharat News Bureau
December 30, 2019

ସୁକିନ୍ଦା,୩୦ା୧୨(ଅନୁପମ ମିଡିଆ): ସୁକିନ୍ଦା ଥାନା ଅଧିନସ୍ଥ ସୁକିନ୍ଦା ଗଡ ଗ୍ରାମପଂଚାୟତର ମାଧପୁର ଗ୍ରାମ ଠାରେ ଜଣେ ମଦ୍ୟପ ଯୁବକ ନିଜର ପତ୍ନୀ ଏବଂ ବୁଢି ମା’କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ସେହି କଟୁରୀକୁ ଧରି ଥାନାରେ ପହଂଚି ଆତ୍ମସମର୍ପଣ କରିଥିବା ଭଳି ଏକ ଘଟଣା ଘଟିଯାଇଛି । ମାତ୍ର ସମ୍ପୃକ୍ତ ଯୁବକ ଜଣଙ୍କ ଅତ୍ୟଧିକ ମଦ୍ୟପନ କରିଥିବା କାରଣରୁ ଆକ୍ରମଣ କରିବା ସମୟରେ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥିଲା ଏହା ଦ୍ୱାରା ଉଭୟ ମହିଳା ଦୁହେଁ ସାମାନ୍ୟ ଆଘାତ ପାଇଥିଲେ । କି;ୁ ଅତି ତାଯୁବ ବିଷୟ ହେଲା ସେହି ଯୁବକ ଦୁହେଁଙ୍କୁ ଆକ୍ରମଣ କରି ସାରିବା ପରେ ହାତରେ କଟୁରୀକୁ ଧରି ଅପରାହ୍ନରେ ସୁକିନ୍ଦା ଥାନା ମଧ୍ୟରେ ପହଂଚି ତା’ର ପତ୍ନୀ ଏବଂ ମା’କୁ ହତ୍ୟା କରି ଦେଇଥବା କହିଥିଲା । ଏହି ଅଭିଯୁକ୍ତ ମୁହଁରୁ ଏସବୁ କଥା ଶୁଣି ଥାନାର ଅଧିକାରୀ ମାନେଯୁବକ ଜଣଙ୍କୁ କାବୁ କରିବା ସହ କଳିଙ୍ଗନଗର ଅତିରକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କୁ ଏସଂପର୍କରେ ଜଣାଇଥିଲେ । ଶ୍ରୀଯୁକ୍ତ ଦୋରା ତୁରନ୍ତ ଥାନାରେ ପହଂଚି ଏସଆଇ ଇନାମୁଲ ହକ୍‌ ଏବଂ କିଛି କର୍ମଚାରୀଙ୍କୁ ନେଇ ମାଧପୁର ଗ୍ରାମକୁ ଯାଇଥିଲେ । ନିଜର ଘରେ ପୋଲିସର ପଂହଚିବା ଦେଖି ଉଭୟ ଆହତ ହୋଇଥିବା ମହିଳା ତଥା ନୟା ଦେହୁରୀଙ୍କ ପତ୍ନୀ ଲାବଣ୍ୟ ଦେହୁରୀ (୭୦) ଓ ଶ୍ୟାମର ପତ୍ନୀ ବିଜୁଳି ଦେହୁରୀ ଭୟରେ ଘରୁ ବାହାରି ନଥିଲେ । ପୋଲିସ ବହୁ ବୁଝା ସୁଝା କରି ଡାକିବା ପରେ ଶାଶୁ ଓ ବୋହୁ ଘର କବାଟ ଖୋଲି ବାହାରି ସମସ୍ତ କଥା କହିଥିଲେ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହା ଏକ ସାମାନ୍ୟ ଘଟଣା ତଥା ଖାଇବାକୁ ନେଇ ଶ୍ୟାମ ବିରକ୍ତି ହୋଇ ନିଜ ପତ୍ନୀକୁ ଏକ ବାଡି ଧରି ବାଡେଇବା ସମୟରେ ତାର ମା’ ତାକୁ ଅଟକାଇଥିଲା । ଏଥିରେ ନିଶାସକ୍ତ ଅବସ୍ଥାରେ ଥିବା ଯୁବକ ଜଣକ ଏକ କଟୁରୀରେ ଉଭୟଙ୍କୁ ଆକ୍ରମଣ କରିଥିଲା ।
ଏହି ଘଟଣା ଜାଣିବା ପରେ ପୋଲିସ ଅଧିକାରୀ ମାନେ ସେଠାରୁ ଫେରି ଆସିଥିଲେ ଏବଂ ଏହାକୁ ନେଇ ଥାନାରେ ୩୧୭/୨୦୧୯ ନମ୍ବରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ମାମଲାର ଅନୁସନ୍ଧାନକାରୀ ଥାନା ଅଧିକାରୀ ଇନାମୁଲ ହକ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାମରେ ଆସୁନି ଜନନୀ ଏକ୍ସପ୍ରେସ : ଚାଳକ ଓ  ଆଶାକର୍ମୀଙ୍କ ବିରୋଧରେ ଫେରାଦ ହେଲେ ମହିଳା

କାମରେ ଆସୁନି ଜନନୀ ଏକ୍ସପ୍ରେସ : ଚାଳକ ଓ ଆଶାକର୍ମୀଙ୍କ ବିରୋଧରେ ଫେରାଦ ହେଲେ ମହିଳା

Read More...

ଭାଙ୍ଗିଲା ନିର୍ମାଣାଧୀନ ରେଳେୱ ଓଭର ବ୍ରିଜ୍‌୍‌ , ରେଳ ଚଳାଚଳ ବାତିଲ

ଭାଙ୍ଗିଲା ନିର୍ମାଣାଧୀନ ରେଳେୱ ଓଭର ବ୍ରିଜ୍‌୍‌ , ରେଳ ଚଳାଚଳ ବାତିଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page