ହେନ୍ତାଳ ବନ ବୃଦ୍ଧିରେ ଓଡ଼ିଶା ତୃତୀୟ

December 30, 2019, ଓଡ଼ିଶା, , Anupambharat News Bureau


ହେନ୍ତାଳ ବନ ବୃଦ୍ଧିରେ ଓଡ଼ିଶା ତୃତୀୟ
Anupambharat News Bureau
December 30, 2019

ନୂଆଦିଲ୍ଲୀ, ୩୦ା୧୨: ଓଡ଼ିଶାରେ ହେନ୍ତାଳ ବନ ବୃଦ୍ଧି ହୋଇଛି ବୋଲି ଭାରତୀୟ ଜଙ୍ଗଲ ରିପୋର୍ଟରେ ଉଲ୍ଲେଖ ରହିଛି । ସୋମବାର କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଉନ୍ମୋଚନ କରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଗତବର୍ଷ ତୁଳନାରେ ଓଡ଼ିଶାରେ ହେନ୍ତାଳ ବନ ଏରିଆ ବଢ଼ିଛି । ୨୦୧୭ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୮ କିମି ହେନ୍ତାଳ ବନ ବୃଦ୍ଧି ପାଇଛି । ସମଗ୍ର ଦେଶରେ ହେନ୍ତାଳବନ ବୃଦ୍ଧି କ୍ଷେତ୍ରରେ ଗୁଜୁରାଟ ପ୍ରଥମ, ମହାରାଷ୍ଟ୍ର ଦ୍ୱିତୀୟ ଏବଂ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ସାମଗ୍ରିକ ଭାବେ ଦେଶରେ ୮୦.୭୩ ନିୟୁତ ହେକଫର ଜଙ୍ଗଲ ରହିଛି । ଭାରତର ସମଗ୍ର ଭୂଖଣ୍ଡରେ ଏଥି ମଧ୍ୟରୁ ୨୪.୫୬ ପ୍ରତିଶତ ଜଙ୍ଗଲ ଅଞ୍ଚଳ ରହିଛି । ଗତ ଦୁଇବର୍ଷ ମଧ୍ୟରେ ଭାରତରେ ଜଙ୍ଗଲିଆ ଅଞ୍ଚଳ ୫୧୮୮ ସ୍କୋୟାର କିଲୋମିଟର ହାରରେ ବୃଦ୍ଧି ପାଇଛି ବୋଲି ଭାରତୀୟ ରାଷ୍ଟ୍ର ବନ୍ୟ ତଥ୍ୟ (ଆଇଏସ୍‌ଏଫ୍‌ଆର୍‌ ୨୦୧୯)ରେ ଉଲ୍ଲେଖ କରାଯାଇଛି । କର୍ଣ୍ଣାଟକ ରାଜ୍ୟରେ ସର୍ବାଧିକ ୧୦୨୫ ସ୍କୋୟାର କିଲୋମିଟର ବିସ୍ତୃତ ଅଞ୍ଚଳ ଜଙ୍ଗଲ ରହିଛି । ଦେଶର ବନ୍ୟ ସମ୍ପଦ ଅନୁଯାୟୀ ଏହି ଆଇଏସ୍‌ଏଫ୍‌ଆର୍‌ ଯାହାକି ଦୁଇବର୍ଷରେ ଥରେ ରିପୋର୍ଟ ପ୍ରକାଶ କରାଯାଏ ସେଥିରେ ସ୍ପଷ୍ଟ କରାଯାଇଛି ଯେ ସର୍ଭେକ୍ଷଣ କରି ସମୁଦାୟ ଜଙ୍ଗଲ ଅଞ୍ଚଳର ଚିହ୍ନଟ କରାଯାଇଛି ଜାଭେଡ୍‌କର ଶନିବାର ସୂଚନା ଦେଇଛନ୍ତି । ଦେଶରେ ଯେଉଁ ୩୯୭୬ ସ୍କୋୟାର
କିଲୋମିଟର ଯାହାକି ୦.୫୬ ପ୍ରତିଶତ ବନ୍ୟ ଅଞ୍ଚଳ ବ୍ୟାପକ ହୋଇଛି । ଏହା ୨୦୧୭ ରିପୋର୍ଟ ଠାରୁ ବୃଦ୍ଧି ପାଇଛି । ୨୦୧୭ରେ ଏହି ଜଙ୍ଗଲ ଅଞ୍ଚଳ ମାସ ୧୨ ସ୍କୋୟାର କିଲୋମିଟର ବ୍ୟାପୃତ ହୋଇଥିଲା । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବ କେରଳରେ ସର୍ବାଧିକ ଜଙ୍ଗଲ ଅଞ୍ଚଳ ରହିଛି । କର୍ଣ୍ଣାଟକରେ ୧୦୨୫ ସ୍କୋୟାର କିଲୋମିଟର ଘଞ୍ଚ ଜଙ୍ଗଲ ରହିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏହା ୯୯୦ ସ୍କୋୟାର କିଲୋମିଟର ରହିଛି । ଠିକ୍‌ ସେହିଭଳି କେରଳରେ ୮୨୩ ସ୍କୋୟାର କିଲୋମିଟର ଜଙ୍ଗଲ ରହିଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀମନ୍ଦିର ଆର୍କିଟେଚରାଲ ପ୍ଲାନ ଲୋକାର୍ପିତ,  ଲୋକଙ୍କ ମତାମତ ଲୋଡ଼ିଲେ ସରକାର

ଶ୍ରୀମନ୍ଦିର ଆର୍କିଟେଚରାଲ ପ୍ଲାନ ଲୋକାର୍ପିତ, ଲୋକଙ୍କ ମତାମତ ଲୋଡ଼ିଲେ ସରକାର

Read More...

 ଲାଞ୍ଚ ନେଇ ଆଇଏଏସ୍‌ ଅଧିକାରୀ ନିଲମ୍ବିତ

ଲାଞ୍ଚ ନେଇ ଆଇଏଏସ୍‌ ଅଧିକାରୀ ନିଲମ୍ବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page